ବଜାରକୁ ଆସିଲା ସବୁଠୁ ଶସ୍ତା ଲାପଟପ୍ ! ଦାମ୍ ରହିଛି ୧୦ ହଜାର ଟଙ୍କାରୁ ବି ବହୁତ କମ୍ । ଫିଚର୍ସ ଜାଣିଲେ ଆପଣ ବି ହୋଇଯିବେ ଚକିତ

49

ଆଜିର ଦିନରେ ଲାପଟପର ବ୍ୟବହାର ଛାତ୍ରଛାତ୍ରୀଙ୍କଠାରୁ ଆରମ୍ଭ କରି କାମଦାମ କରୁଥିବା ଲୋକମାନଙ୍କ ପାଇଁ ଏକ ଅତ୍ୟାବଶ୍ୟକୀୟ ଜିନିଷ ପାଲଟିଗଲାଣି । ଯାହାର ମୁଖ୍ୟ କାରଣ ହେଲା ଲାପଟପକୁ ଆପଣ ଯେତେବେଳେ ଚାହୁଁବେ , ଯେଉଁଠିକୁ ଚାହିଁବେ ନେଇପାରିବେ ଏବଂ ନିଜର ଜରୁରୀରୁ ଅତି ଜରୁରୀ କାମକୁ ଅତି ସହଜରେ କରିପାରିବେ । ମୋଟ୍ ଉପରେ କହିବାକୁ ଗଲେ ଲାପଟପ ମଧ୍ୟ ସ୍ମାର୍ଟଫୋନ ଭଳି ଆମ ପାଇଁ ଏକ ଜରୁରୀ ଦସ୍ତାବିଜ ପାଲଟିଯାଇଛି । ସେହିପରି ଆଜିର ଏହି ମହଙ୍ଗା ବଜାରରେ ବି ଶସ୍ତାରେ ଲାପଟପ ଉପଲବ୍ଧ । ଯଦି ଆପଣ ଶସ୍ତାରେ ଲାପଟପ କିଣିବାକୁ ଚାହୁଁଛନ୍ତି ତେବେ ଆଜି ଆମେ ଆପଣଙ୍କୁ ୧୦ ହଜାର ଟଙ୍କାରୁ କମ ଦାମର ୪ଟି ଲାପଟପ ସଂପର୍କରେ ଜଣାଇବୁ , ଯାହାକି ଆପଣଙ୍କ ପୂରା ବଜେଟ୍ ଭିତରେ ହିଁ ରହିବ ।

ଆଇବଲ ଏକ୍ସିଲେନ୍ସ

ଏହି ଲାପଟପର ଦାମ ରହିଛି ମାତ୍ର ୯,୯୯୯ ଟଙ୍କା । ଏହି ଭାରତୀୟ ବ୍ରାଣ୍ଡର ଲାପଟପର ଲୁକ୍ ଏବଂ ଏହାର ଡିଜାଇନ ବହୁତ ଉନ୍ନତମାନଅଟେ । ଏହି ଲାପଟପ ଜରିଆରେ ଆପଣ ଜରୁରୀ କାମ ଅତି ସହଜରେ ସମାଧାନ କରିପାରିବେ ।

Micromax Canvas Lapbook

ସ୍ମାର୍ଟଫୋନ ନିର୍ମାଣ କରୁଥିବା କଂପାନୀ ଭାବରେ ପରିଚିତ ମାଇକ୍ରୋମାକ୍ସର ଏହି ଲାପବୁକର ଦାମ ରହିଛି ମାତ୍ର ୧୦,୪୯୯ଟଙ୍କା । ଏହି ଲାପଟପର ଦାମ କମ ହେବା କରାଣରୁ ବି ଉନ୍ନତମାନର ଫିଚର୍ସ ଦିଆଯାଇଛି । ଯେଉଁଥିରେ ଏଚଡି ଡିସପ୍ଲେ ସହିତ ହିଁ ରାମ ଏବଂ ହାଇ ଡ୍ରାଇଭର ଷ୍ଟୋରେଜ ମଧ୍ୟ ଉନ୍ନତ ମାନର ରହିଛି ।

iBall Exemplaire CompBook

ଏହି ଲାପଟପର ଦାମ ହେଉଛି ୧୩,୯୯୯ ଟଙ୍କା । ଏଥିରେ ଫୁଲ ଏଚଡି ପ୍ଲେସ ଡିସପ୍ଲେ ଦିଆଯାଇଛି । ଶସ୍ତା ହେବା ପରେ ବି ଏଥିରେ ଅନେକ ଜବରଦସ୍ତ ଫଚର୍ସ ଦିଆଯାଇଛି ।

XOLO Chromebook

ଏହି ଲାପଟପର ଦାମ ରହିଛି ୧୨,୪୯୯ ଟଙ୍କା । ଏହି ଲାପଟପରେ ରାମ ଏବଂ ଷ୍ଟୋରେଜର କାପାସିଟି ସଠିକ୍ ହେବା ସହିତ ଇନଟେଲ ପ୍ରୋସେସର ଦିଆଯାଇଛି ।