ସାରା ରାଜ୍ୟରେ ସାପ ଆତଙ୍କ । ନୟାଗଡରୁ ନାଗ ଓ ଗଞ୍ଜାମରୁ ଉଦ୍ଧାର ହେଲା ଚନ୍ଦନ ବୋଡା ସାପ

39

କନକ ବ୍ୟୁରୋ : ପୁଣି ଫେରିଲା ନାଗ । ନୟାଗଡ଼ରୁ ପୁଣି ଉଦ୍ଧାର ହେଲା ନାଗସାପ । ୩୦ ବର୍ଷର ପୁରୁଣା କୁଅରୁ ସାପଛୁଆ ଉଦ୍ଧାର କଲେ ଭୁବନେଶ୍ୱର ସ୍ନେକ୍ ହେଲପ୍ ଲାଇନ୍ ସଦସ୍ୟ । ପରିତ୍ୟକ୍ତ କୁଅଟିକୁ ପଂଚାୟତ ପକ୍ଷରୁ ପୁନରୁଦ୍ଧାର କରାଯିବା ସମୟରେ ସାପ ରହୁଥିବା ସୂଚନା ମିଳିଥିଲା । ନୂଆ କରି ସ୍ଥାପିତ ହୋଇଥିବା ଟ୍ୟୁବ ୱେଲ ପାଣିରେ ଛୋଟ ସାପଛୁଆ ଭାସୁଥିବା ଗ୍ରାମବାସୀ ଦେଖିବା ପରେ ସ୍ନେକ ହେଲପ ଲାଇନକୁ ଖବର ଦିଆଯାଇଥିଲା । ବନାଂଚଳ ଅଧିକାରୀଙ୍କ ସହାୟତାରେ ସାପଙ୍କୁ ଉଦ୍ଧାର କରାଯାଇଛି । ଏହି ଘଟଣା ନୟାଗଡ଼ର ଶରଣକୁଳ ଅଂଚଳରେ ଘଟିଥିବା ଜଣାପଡ଼ିଛି ।

ସେହିଭଳି ଗଞ୍ଜାମ ଜିଲ୍ଲା ଦିଗପହଣ୍ଡିରୁ ଚନ୍ଦନବୋଡା ସାପ ଉଦ୍ଧାର । ନନ୍ଦଗାଁ ନିକଟସ୍ଥ ଏକ ଫାର୍ମ ହାଉସରୁ ଚନ୍ଦନ ବୋଡା ସାପ ଉଦ୍ଧାର କରାଯାଇଛି । ସକାଳେ ଫାର୍ମ ହାଉସରେ ଏକ ବିଷଧର ସର୍ପ ରହିଥିବା ଦେଖି ଫାର୍ମ ହାଉସର ମ୍ୟାନେଜର୍ ପିପୁଲ ଫର ଆନିମଲ ସଂସ୍ଥାକୁ ଖବରଦେଇଥିଲେ । ପରେ ପିଏଫଏ ସ୍ୱେଚ୍ଛାସେବୀ ଫାର୍ମ ହାଉସରେ ପହଚିଂ ସାପଟିକୁ ଉଦ୍ଧାର କରିଥିଲେ । ଉଦ୍ଧାର ସାପଟିର ଲମ୍ବ ଚାରି ଫୁଟ । ବନବିଭାଗର ନିର୍ଦ୍ଦେଶ କ୍ରମେ ନିକଟସ୍ଥ ଚାଙ୍ଗୁଡିଦେଇ ଜଙ୍ଗଲରେ ସାପଟିକୁ ଛଡାଯାଇଛି ।