ଟେଷ୍ଟ କ୍ରିକେଟର କ୍ୟାପଟେନ ପଦ ଛାଡିଲେ ବିରାଟ, କିଛି ଏମିତି କହିଲେ ଦିନିକିଆ ଅଧିନାୟକ ରୋହିତ ଶର୍ମା ।

156

କନକ ବ୍ୟୁରୋ : ଟି-୨୦, ଦିନିକିଆ ପରେ ଏବେ ଟେଷ୍ଟ ଅଧିନାୟକ ପଦ ଛାଡିଛନ୍ତି ବିରାଟ କୋହଲି । ଶନିବାର ଅପ୍ରତ୍ୟାଶିତ ଭାବେ ଟେଷ୍ଟ ଅଧିନାୟକ ପଦକୁ ବାଏ ବାଏ କରିଛନ୍ତି କୋହଲି । ଏଣିକି ବିରାଟଙ୍କୁ କେବଳ ବ୍ୟାଟର ଭୂମିକାରେ ଟିମରେ ଦେଖିବାକୁ ମିଳିବ । ତେବେ ବିରାଟ ହଠାତ୍ ଏଭଳି ଅଧିନାୟକ ପଦ ଛାଡିବା ଅନେକ କ୍ରିକେଟପ୍ରେମୀଙ୍କୁ ଆଶ୍ଚର୍ଯ୍ୟଚକିତ କରିଛି । ଆଉ ଏହି ତାଲିକାରେ ଭାରତୀୟ ଟି-୨୦ ଓ ଦିନିକିଆ ଅଧିନାୟକ ଯୋଡି ହୋଇଛନ୍ତି ।

ବିରାଟ ଟେଷ୍ଟ ଅଧିନାୟକ ପଦ ଛାଡିବା ପରେ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିବା ସହ ଲେଖିଛନ୍ତି, ଆଶ୍ଚର୍ଯ୍ୟ ଲାଗୁଛି । କିନ୍ତୁ ଭାରତୀୟ ଅଧିନାୟକ ଭାବେ ସଫଳ ଇନିଂସ ପାଇଁ ଧନ୍ୟବାଦ । ଆଗାମୀ କ୍ରିକେଟ କ୍ୟାରିୟର ପାଇଁ ବହୁତ ବହୁତ ଶୁଭକାମନା । କୋହଲି ଅଧିନାୟକ ପଦ ଛାଡିବା ପରେ ନୂଆ ଅଧିନାୟକ କିଏ ହେବ ତାହାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ଆଉ ଏହି ରେସରେ ରୋହିତ ଶର୍ମା, କେ.ଏଲ ରାହୁଲ ଓ ରିଷଭ ପନ୍ତ ରହିଛନ୍ତି । ତେବେ ବିସିସିଆଇ ଏ ବାବଦରେ ଖୁବଶୀଘ୍ର ନିଷ୍ପତ୍ତି ନେଇପାରେ ।

 

View this post on Instagram

 

A post shared by Rohit Sharma (@rohitsharma45)

ଭାରତୀୟ ଟେଷ୍ଟ କ୍ରିକେଟ ଇତିହାସରେ ବିରାଟ କୋହଲି ସବୁଠୁ ସଫଳତମ ଅଧିନାୟକ । ବିରାଟଙ୍କ ନେତୃତ୍ୱରେ ଭାରତ ୬୮ଟି ଟେଷ୍ଟ ମ୍ୟାଚ୍ ଖେଳିଥିବା ବେଳେ ୪୦ଟିରେ ବିଜୟୀ ହୋଇଛି । ଖାସକରି ବିଦେଶ ମାଟିରେ ବିରାଟଙ୍କ ନେତୃତ୍ୱରେ ଦମଦାର ପ୍ରଦର୍ଶନ କରିଛି ଟିମ୍ ଇଣ୍ଡିଆ । ଅଷ୍ଟ୍ରେଲିଆ, ଇଂଲଣ୍ଡ, ୱେଷ୍ଟଇଣ୍ଡିଜ ମାଟିରେ ଭାରତ ବିଜୟର ସ୍ୱାଦ ଚାଖିଛି ।