ଚକଡା ପୋକ ଦାଉରୁ କିଭଳି ଚାଷକୁ ରକ୍ଷା କରାଯାଇପାରିବ ସେଥିନେଇ ଆରମ୍ଭ ହୋଇଛି ଗବେଷଣା : ଓୟୁଏଟି ଗବେଷଣାଗାରରେ ଚାଲିଛି ଚକଡା ପୋକ ଉପରେ ପରୀକ୍ଷା ନିରୀକ୍ଷା

26

କନକ ବ୍ୟୁରୋ : ଆକାରରେ ଛୋଟ, ହେଲେ ରାଜ୍ୟର ହଜାର ହଜାର ଚାଷୀଙ୍କ ଆଖିରୁ ଲୁହ ବୁହାଇଛି ଏହି ଚକଡ଼ା ପୋକ । ହେକ୍ଟର ହେକ୍ଟର ଜମିରେ ଲହଡା ମାରୁଥିବା ଧାନ କ୍ଷେତକୁ ଉଜାଡି ଦେଇଛି । ସାରା ରାଜ୍ୟରେ ଚକଡ଼ା ଆତଙ୍କ ଖେଳିଯାଇଥିବା ବେଳେ ଓୟୁଏଟି ଲାବୋରାଟୋରୀରେ ଚାଲିଛି ଏହି ପୋକ ଉପରେ ଗବେଷଣା । ମାରାତ୍ମକ ଚକଡ଼ା ଦାଉରୁ ଚାଷକୁ କିଭଳି ରକ୍ଷା କରାଯାଇପାରିବ ସେଥିପାଇଁ ଉଦ୍ୟମ ଆରମ୍ଭ କରିଛନ୍ତି କୀଟତତ୍ୱବିତ୍ ।

ଚକଡା ପୋକକୁ ରଖାଯାଇଛି ଓଡ଼ିଶା କୃଷି ବିଶ୍ୱବିଦ୍ୟାଳୟର କୀଟ ସଂଗ୍ରହାଳୟରେ । ଏହି ପୋକର ଦ୍ରୁତ ବଂଶ ବୃଦ୍ଧି ଏବଂ ହାନିକାରକ କ୍ଷମତା ଉପରେ ଅଧିକ ଗବେଷଣା କରାଯାଉଛି । କାହିଁକି ଚକଡ଼ା ପୋକ ଉପରେ କୀଟନାଶକ କାମ କଲାନି, ତାହା ମଧ୍ୟ ଜାଣିବାକୁ ଉଦ୍ୟମ କରିବେ ବୈଜ୍ଞାନିକ । ଭବିଷ୍ୟତରେ ଚକଡା ପୋକ କବଳରୁ କିଭଳି ଚାଷକୁ ରକ୍ଷା କରାଯାଇପାରିବ ସେନେଇ ଛାତ୍ରଛାତୀଙ୍କୁ ତାଲିମ ଦିଆଯିବ ବୋଲି କୃଷି ବିଶ୍ୱବିଦ୍ୟାଳୟ ପକ୍ଷରୁ କୁହାଯାଇଛି ।