ବିବାଦରେ ଫସିଗଲେ ବଲିଉଡ ବ୍ୟୁଟି । ରବିନା ଟଣ୍ଡନଙ୍କ ନାଁରେ ଲିଙ୍ଗରାଜ ମନ୍ଦିର ପ୍ରଶାସନ ପକ୍ଷରୁ ଏତଲା

98

କନକ ବ୍ୟୁରୋ: ବିବାଦରେ ଫସିଗଲେ ବଲିଉଡ ବ୍ୟୁଟି ରବିନା ଟଣ୍ଡନ । ବିନା ଅନୁମତିରେ ମନ୍ଦିରରେ ଫଟୋ ଉଠାଇଥିବା ଅଭିଯୋଗରେ ଥାନାରେ ମାମଲା । ଭୁବନେଶ୍ୱର ଲିଙ୍ଗରାଜ ମନ୍ଦିରରେ ରବିନା ଟଣ୍ଡନ ବିନା ଅନୁମତିରେ ମୋବାଇଲରେ ଫଟୋ ଉଠାଇଥିବା ଅଭିଯୋଗରେ ଏଫଆଇଆର କରିଛି ଲିଙ୍ଗରାଜ ମନ୍ଦିର ପ୍ରଶାସନ । ନିୟମ ଭାଙ୍ଗିବା ଅଭିଯୋଗରେ ଲିଙ୍ଗରାଜ ଥାନାରେ ଲିଖିତ ଏତଲା ଦିଆଯାଇଛି ।

ଗତ ରବିବାର ବଲିଉଡ ଅଭିନେତ୍ରୀ ରବିନା ଟଣ୍ଡନ ଲିଙ୍ଗରାଜ ମନ୍ଦିରରେ ଠାକୁରଙ୍କୁ ଦର୍ଶନ କରିବା ପରେ ମଆ ପାର୍ବତୀଙ୍କ ମନ୍ଦିର ମୁଖଶାଳା ନିକଟରେ ବସି ନିଜ ମୋବାଇଲରେ ଫଟୋ ଉଠାଇଥିବା ଅଭିଯୋଗ ହୋଇଛି । ମନ୍ଦିର ଭିତରେ ମୋବାଇଲ ବ୍ୟବହାର କରିବା କିମ୍ବା ଫଟୋ ଉଠାଇବାକୁ ଫ୍ଲେକ୍ସବୋର୍ଡ ଲଗାଇ ସଚେତନ କରାଯାଇଥିଲେ ମଧ୍ୟ ଅଭିନେତ୍ରୀ କେଉଁ ପରିସ୍ଥିତିରେ ଏହାର ଉଲ୍ଲଂଘନ କଲେ ତାର ଯାଂଚ ହେବ ବୋଲି ମନ୍ଦିର ପ୍ରଶାସନ କହିଛି ।