ଶ୍ରୀଲଙ୍କାରେ ନୂଆବର୍ଷକୁ ସ୍ୱାଗତ କରିବେ ଦୀପିକା ପାଦୁକୋନ ଓ ରଣବୀର ସିଂ !

31

ବଲିଉଡ଼ର ଲୋକପ୍ରିୟ ଯୋଡ଼ି ରଣବୀର ସିଂ ଓ ଦୀପିକା ପାଦୁକୋନ୍ ଶ୍ରୀଲଙ୍କାରେ ନୂଆବର୍ଷ ପାଳନ କରିବେ । ମିଡ଼ ଡ଼େର ରିପୋର୍ଟ ଅନୁସାରେ ଉଭୟେ ଏକାଠି ରହି ନୂଆବର୍ଷକୁ ସ୍ୱାଗତ କରିବେ । ତେବେ ପୂର୍ବରୁ ଶୁଣିବା ପାଇଁ ମିଳିୁଥିଲା ଦୀପିକା ପାଦୁକୋନ୍ ବାଙ୍ଗାଲୋରରେ ନିଜ ପରିବାର ସହ ନୂଆବର୍ଷ ପାଳନ କରିବେ । ଆଉ ଏବେ ଜଣାପଡ଼ୁଛି ଘରେ ଲୋକଙ୍କ ସହ ନୁହେଁ ରଣବୀରଙ୍କ ସହ ନୂଆବର୍ଷ କାଟିବେ ପଦ୍ମାବତୀ । ବୁଧବାର ରାତିରେ ରଣବୀର ସିଂଙ୍କୁ ମୁମ୍ବାଇ ଏୟାରପୋର୍ଟରେ ଦେଖିବା ପାଇଁ ମଳିଥିଲା । ଆଉ ସେଇଠୁ ସେ ଶ୍ରୀଲଙ୍କା ପାଇଁ ଫ୍ଲାଇଟରେ ବହାରି ଗଲେ । ସୂଚନା ଅନୁସାରେ ଦୀପିକା ଏବେ ଭିଏନାରେ ଅଛନ୍ତି । ଆଶା କରାଯାଉଛି ଖୁବ ଶ୍ରୀଘ୍ର ସେ ରଣବୀରଙ୍କ ପାଖକୁ ଉଡ଼ିଆସିବେ ।

ତେବେ କେବଳ ଦୀପିକା-ରଣବୀର ସିଂ ନୁହେଁ ଅନେକ ବଲିଉଡ଼୍ ତାରକା ନୂଆ ବର୍ଷ ପାଳନ କରିବା ପାଇଁ ବିଦେଶ ବାହାରି ଗଲେଣି । କରୀନା କପୁର ଓ ସୈଫ ଅଲ୍ଲୀ ଖାନ୍ ପୁଅ ତୈମୁର ସହ ୟୁରୋପ ପହଞ୍ଚି ଗଲେଣି । ତ୍ରେମୁରର ଏହା ପ୍ରଥମ ନବବର୍ଷ । ଯାହାକୁ ନେଇ ସୈଫିନା ବହୁତ ଉତ୍ସାହିତ ଅଛନ୍ତି । ଏହାସହ ଆମୀର ଖାନ ପତ୍ନୀ କିରଣ ରାଓଙ୍କ ସହ ଥାଇଲାଣ୍ଡରେ ନୂଆବର୍ଷ ପାଳନ କରିବେ । ଏହି ସମୟରେ ଆମୀର ଡଗ୍ସ ଅଫ ହିନ୍ଦୋସତ୍ତାନ ର ସୁଟିଂ ମଧ୍ୟ କରିବେ । ଅନ୍ୟପଟେ ଅକ୍ଷୟ କୁମାର ପତ୍ନୀ ଓ ପିଲାଙ୍କ ସହ ଆଫ୍ରକାରେ ନୂଆ ବର୍ଷ ପାଳନ କରିବେ । ସେଠାରୁ ଫେରିବା ପରେ ଉଭୟେ ପ୍ୟାଡ଼ମ୍ୟାନର ପ୍ରମୋସନ କରିବେ ।