ରାକ୍ଷୀପୂର୍ଣ୍ଣିମା ପାଇଁ ପୁରୀରେ ସ୍ୱତନ୍ତ୍ର ନୀତି ! ଶୀଘ୍ର ପହଡ ପରେ ରାତି ୧୨ଟାରେ ଦ୍ୱାରଫିଟା ନୀତି

30

କନକ ବ୍ୟୁରୋ : ଆସନ୍ତାକାଲି ରାକ୍ଷୀପୂର୍ଣ୍ଣିମା । ପ୍ରଭୁଙ୍କ ଲାଗି ଚାଲିଛି ରାକ୍ଷୀ ପ୍ରସ୍ତୁତି । କାଲି ରାକ୍ଷୀପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ଦିନ ୧୨ଟା ସୁଦ୍ଧା ସମସ୍ତ ଦେବନୀତି ସାରିବା ଲାଗି ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା କରାଯାଇଛି । ଆଜି ଶୀଘ୍ର ପହଡ କରାଯାଇ ରାତି ୧୨ଟାରେ ଶ୍ରୀମନ୍ଦିରର ଦ୍ୱାରଫିଟା ନୀତି ହେବ । ଆଉ ସକାଳ ୬ଟା ସୁଦ୍ଧା ମହାପ୍ରଭୁଙ୍କ ରକ୍ଷାବନ୍ଧନ ନୀତି ବି ସମ୍ପନ୍ନ ହେବ । ରାତି ୪ଟା ୪୫ରେ ଅବଢା ବାହାରିବା ସ୍ଥିର ହୋଇଛି । ରାକ୍ଷୀ ପୂର୍ଣ୍ଣମୀରେ ବଳଭଦ୍ରଙ୍କ ଜନ୍ମୋତ୍ସବ ନୀତି କରାଯିବ । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତିକାନ୍ତିକୁ ଶୃଙ୍ଖଳିତ କରିବା ଲାଗି ସେବାୟତ ନିଯୋଗ ସହ ଆଲୋଚନା କରାଯାଇଛି ।