ବାଇକରେ ଚଉଡା ଓ ମୋଟା ଟାୟାର ଲଗାଇବାକୁ ପସନ୍ଦ କରୁଛନ୍ତି କି ! ଜାଣନ୍ତୁ ଏହା କେତେ ଫାଇଦା ଓ କ୍ଷତିକାରକ

56

ବାଇକ୍ ଯେତେ ଅଧିକ ସିସି ଇଂଜିନର ହେଉ ନା କାହିଁକି ବର୍ତ୍ତମାନର ଯୁବ ପିଢି ନିଜସ୍ୱ ଢଙ୍ଗରେ ଚଳିବାକୁ ଚାହୁଁଛନ୍ତି । ଆଉ ବାଇକର ରିୟର ଟାୟାରରୁ ନର୍ମାଲ ଟାୟାରକୁ ବାହାର କରି ବାଇକରେ ମୋଟା ଓ ଚଉଡାର ଚଉଡା ଟାୟାର ଲଗାଇଥାନ୍ତି । ଗାଡିକୁ ଏକ ନୂଆ ଲୁକ୍ ଦେଇଥାନ୍ତି । ଜାଣନ୍ତୁ ବାଇକରେ ଚଉଡା ଟାୟାର ବ୍ୟବହାର କରିବା ଦ୍ୱାରା କଣ ଫାଇଦା ଓ କ୍ଷତି ହୋଇଥାଏ ।

ଚଉଡା ଟାୟାରରେ ହେଉଥିବା ଫାଇଦା ଏବଂ କ୍ଷତି :
ବାଇକ କେତେ ସିସି ଇଂଜିନର ଏହା ଉପରେ ନିର୍ଭର କରେ , ଯେପରିକି ଆପଣଙ୍କ ବାଇକ ୧୦୦ସିସି କିମ୍ବା ୧୨୫ସିସି ଇଂଜିନର ଏବଂ ଏଥିରେ ଆପଣ ଚଉଡା ଟାୟାର ଲଗାଉଛନ୍ତି ତେବେ ଏହି ବାଇକ ରାସ୍ତାରେ ଦୃଢରହିବ ସତ ମାତ୍ର ଏହା ବାଇକର ମାଇଲେଜ ଉପରେ ପ୍ରଭାବ ପକାଇବ । କାରଣ ଚଉଡା ଏବଂ ବଡ ଟାୟାରର ଓଜନ ଅଧିକ ଥାଏ । ଏହାଛଡା ବାଇକର ରାଇଡିଂ କ୍ୱାଲିଟିରେ ମଧ୍ୟ ଅନ୍ତର ଦେଖାଯାଇଥାଏ । ବ୍ରେକ ଲଗାଇବାଦ୍ୱାରା ଏହି ଟାୟାରର ମୁଖ୍ୟ ଭୂମିକା ରହିଥାଏ କାରଣ ଟାୟାରର ଅଧିକାଂଶ ଭାଗ ଭୂମିସହ ସଂଯୋଗ ହୋଇରହିଥାଏ ।

ଛୋଟ ଇଂଜିନ ଥିବା ବାଇକରେ ଚଉଡା ଟାୟାର ଲଗାଇବାଦ୍ୱାରା ଇଂଜିନକୁ ଅଧିକ ବଳ ପ୍ରୟୋଗ କରିବାକୁ ପଡିଥାଏ । ମାତ୍ର ପତଳା ଏବଂ ହାଲକା ଟାୟାରରେ ଏଭଳି ସମସ୍ୟା ହୋଇ ନଥାଏ , ଏଥିପାଇଁ ଏହି ବାଇକଗୁଡିକର ଟାୟାରର କାର୍ଯ୍ୟକାରୀତାରେ ଭିନ୍ନତା ଦେଖିବାକୁ ମିଳିଥାଏ । ଆଜିକାଲି ୧୫୦ସିସି କିମ୍ବା ଏହାଠାରୁ ଅଧିକ ଇଂଜିନ ଥିବା ବାଇକରେ ଚଉଡା ଏବଂ ମୋଟା ଟାୟାର ଦେଖବାକୁ ମିଳୁଛି । ତେଣୁ ଅନେକ କମ୍ପାନୀ ଅପସାଇଜିଂପାଇଁ ପ୍ରସ୍ତାବ ଦେଉନାହାଁନ୍ତି କାରଣ ଗାଡିରେ ମୂଳରୁ ଯେଉଁ ଟାୟାର ଲାଗିଥାଏ ତାହା ଗାଡି ଆକାରକୁ ନେଇ ସମ୍ପୂର୍ଣ୍ଣ ସଠିକ୍ ଥାଏ ।

କେତେ ପ୍ରକାରର ଟାୟାର ରହିଛି :
ଟାୟାର ଦୁଇ ପ୍ରକାରର ଥାଏ ଟ୍ୟୁବଲେସ ଟାୟାର ଏବଂ ଟ୍ୟୁବ ଟାୟାର । ଦର ହିସାବକୁ ନଜରରେ ରଖିଲେ ଟ୍ୟୁବ ଟାୟାର ଠାରୁ ଟ୍ୟୁବଲେସ ଟାୟାର ୩୦୦-୪୦୦ଟଙ୍କା ଅଧିକ ଅଟେ । ଆଜିକାଲି ଅଧିକତର ଗାଡିଗୁଡିକରେ ଟ୍ୟୁବଲେସ ଟାୟାର ହିଁ ଲାଗିଥାଏ । ଏହି ଟ୍ୟୁବଲେସ ଟାୟାର ଯୋଗୁଁ ରାସ୍ତାରେ ଭଲ ଗ୍ରିପ୍ ଏବଂ ନିୟନ୍ତ୍ରଣ ମିଳିଥାଏ ଏବଂ ଯଦି ଟାୟାର ପମ୍ପଚର ହୋଇଯାଏ ତେବେ ଏହାମଧ୍ୟରୁ ଗ୍ୟାସ ଧୀରେଧୀରେ ଲିକ୍ ହୋଇଥାଏ, ଫଳରେ ଚଳନ୍ତା ଗାଡିର ସନ୍ତୁଳନ ମଧ୍ୟ ବିଗିଡି ନଥାଏ ।

ଏହିପରି କିଣିବେ ସଠିକ୍ ଟାୟାର:
ଭାରତରେ ବାଇକ ଟାୟାରର ମୂଲ୍ୟ ୯୦୦ଟଙ୍କାରୁ ଆରମ୍ଭ ହୋଇଥାଏ । ସିଜନ ଅନୁସାରେ ଟାୟାର ଦର କମ୍ ବେଶୀ ଲାଗିରହିଥାଏ । ଟାୟାର ସବୁବେଳେ ଅଧିକୃତ ବ୍ୟବସାୟୀଙ୍କ ଠାରୁ କିଣନ୍ତୁ ଏବଂ ଏହାସହ ସଠିକ ବିଲ୍ ମଧ୍ୟ ଯେମିତିହେଲେ ସଂଗ୍ରହ କରନ୍ତୁ, କାରଣ ଯଦି ଟାୟାରକୁ ନେଇ କୌଣସି ସମସ୍ୟା ଦେଖାଦେବ ତେବେ ଏହାକୁ ବଦଳାଇବାରେ ଏହି ବିଲ ସାହାଯ୍ୟ କରିବ । ଟାୟାର କିଣିବା ସମୟରେ ଏହାର ମେନ୍ୟୁଫେକଚରିଂ ତାରିଖ ବେଶୀ ପୁରୁଣା ହୋଇନଥିବା ଧ୍ୟାନ ରଖିବେ । ଗୋଟିଏ ବର୍ଷ ପୂର୍ବରୁ ହୋଇଥିବା ଟାୟାର ବିଲକୁଲ କିଣିବେ ନାହିଁ ।ଏହାଛଡା ବଜାରରେ ଆଜିକାଲି ଚିନ୍ ନିର୍ମିତ ଟାୟାର ଅତ୍ୟଧିକ ମାତ୍ରାରେ ଦେଖିବାକୁ ମିଳୁଛି । ଏହାର ଲୁକରେ ପ୍ରଭାବିତ ନହୋଇ ୱାରେଣ୍ଟିଯୁକ୍ତ ଟାୟାର କିଣନ୍ତୁ ।
(ସୌଜନ୍ୟ-ଜାଗରଣ ଅଟୋ)