କାରରେ ବନ୍ଦୀ ତିନି ବର୍ଷର ଝିଅ : ବାପା ଯାଇଛନ୍ତି ଜଳଖିଆ ଖାଇ

44

ଅମାନବିକତାର ଜ୍ୱଳନ୍ତ ଚିତ୍ର । ଜଣେ ୩ ବର୍ଷର ଝିଅକୁ କାର ଭିତରେ ବନ୍ଦ କରିଲେ ବାପା ,ମା ।ଏଭଳି ଏକ ହୃଦୟବିଦାରକ ଦୃଶ୍ୟ ଦେଖିବାକୁ ମିଳିଛି ହାଇଦ୍ରାବାଦର ସମସାବାଦ ଅଂଚଳରେ । ଜଣେ ୩ ବର୍ଷର ଝିଅକୁ କାରରେ ବନ୍ଦ କରି ବାପା ମା ନିକଟସ୍ଥ ଜଳଖିଆ ଦୋକାନକୁ ଖାଇବାକୁ ଯାଇଥିଲେ । କିଛି ସମୟ ପରେ ଝିଅଟି କାନ୍ଦିବାରୁ ସ୍ଥାନୀୟ କିଛି ଲୋକ ତାକୁ ଉଦ୍ଧାର କରିବାକୁ ଚେଷ୍ଟା କରିଥିଲେ, କିନ୍ତୁ ଡୋର ଭିତର ପଟୁ ଲକ ଥିବାରୁ ସେମାନେ ତାଙ୍କୁ ଉଦ୍ଧାର କରିବାରେ ଅସମର୍ଥ ହୋଇଥିଲେ । ପରେ କାରର ଉଇଣ୍ଡୋ ସାହାଯ୍ୟରେ ଝିଅଟିକୁ ଉଦ୍ଧାର କରାଯାଇଥିଲା ।