କଟକରେ ସ୍ୱାସ୍ଥ୍ୟ ବିଭାଗର ଚଢାଉ : ଡାଇଗ୍ନୋଷ୍ଟିକ ସେଂଟର ସହ ୨ଟି ନର୍ସିଂ ହୋମ୍ ସିଲ୍

21

କଟକ ବ୍ୟୁରୋ, କନକ ନ୍ୟୁଜ୍ : କଟକରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି । ୨ଟି ନର୍ସିଂହୋମ ଓ ଡାଇଗ୍ନୋଷ୍ଟିକ ସେଂଟରକୁ ସିଲ କରିଛି ସ୍ୱାସ୍ଥ୍ୟ ବିଭାଗ । ବଜ୍ରକବାଟିରେ ଥିବା ପ୍ରଫେସର ଏ.କେ ବଳିଆରସିଂଙ୍କ ଡାଇଗ୍ନୋଷ୍ଟିକ ସେଂଟର ଉପରେ ରେଡ୍ ହୋଇଛି । ୨୦୧୪ ରୁ ଏହି ସେଂଟରର ଲାଇସେନ୍ସ୍ ଅବଧି ଶେଷ ହୋଇଯାଇଥିଲେ ମଧ୍ୟ ବେଆଇନ୍ ଭାବେ ଏହା ଚାଲିଥିଲା । ସେହିପରି କ୍ୟାଂଟନମେଂଟ ରୋଡରେ ଥିବା ଦୁର୍ଗା ନର୍ସିଂହୋମ ଏବଂ ମଙ୍ଗଳାବାଗରେ ଥିବା ସାଇ କ୍ରିଷ୍ଣା ନର୍ସିଂହୋମରେ ମଧ୍ୟ ଚଢାଉ ହୋଇଛି । ବିନା ଲାଇସେନ୍ସରେ ଚାଲୁଥିବାରୁ ଏହି ଦୁଇଟି ନର୍ସିଂ ହୋମକୁ ସିଲ୍ କରିଦିଆଯାଇଛି । ଏନେଇ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏଡିଏମ୍ଓ କହିଛନ୍ତି ।