ଜିନପିଙ୍ଗଙ୍କୁ ଭେଟିଲେ କିମ୍ ଜୋଙ୍ଗ୍ ଉନ୍ ! ଚୀନ ରାଷ୍ଟ୍ରପତିଙ୍କ ଯାଦୁରେ ନରମ ପଡିଲେ ତାନାଶାହ କିମ ଜୋଙ୍ଗ, ପରମାଣୁ ପ୍ରସାର ରୋକିବା ପାଇଁ ହେଲେ ରାଜି

65

କନକ ବ୍ୟୁରୋ : ନିଜର କ୍ରୁରତା ଏବଂ ଆମେରିକା ଭଳି ଶକ୍ତିଶାଳୀ ଦେଶକୁ ପରମାଣୁ ପରୀକ୍ଷଣ ମାଧ୍ୟମରେ ଥରାଇ ଦେଉଥିବା ଉତ୍ତର କୋରିଆ ଶାସକ ତାନାଶାହ କିମ ଜୋଙ୍ଗ ଉନଙ୍କ ବ୍ୟବହାରରେ ପରିବର୍ତ୍ତନ ଆସିଛି । ଚୀନରେ ଜିନପିଙ୍ଗଙ୍କ ସହ ମିଶିବା ପରେ ଥଣ୍ଡା ପଡିଛନ୍ତି କିମ ଜୋଙ୍ଗ ଉନ । ପ୍ରଥମ ସାକ୍ଷାତରେ ଆମେରିକା ସହ କଥାବାର୍ତ୍ତା କରିବା ପାଇଁ ସମତ୍ତି ଜଣାଇବା ସହ ସେ ଶିଖର ସମ୍ମିଳନୀରେ ଯୋଗ ଦେବାକୁ ମଧ୍ୟ ରାଜି ହୋଇ ଯାଇଛନ୍ତି ।

କିମ ଜୋଙ୍ଗ ଏବେ ଚାରି ଦିବସୀୟ ଚୀନଯାତ୍ରାରେ ଯାଇଛନ୍ତି । ସେ ଧର୍ମପତ୍ନୀ ରି ସୋଲ ଜୁଙ୍କୁ ନେଇ ଚୀନ ଯାତ୍ରାରେ ବାହାରିଛନ୍ତି । ବର୍ତ୍ତମାନ କିମ ଜୋଙ୍ଗ ପରମାଣୁ ପ୍ରସାରକୁ ରୋକିବାକୁ ନିଷ୍ପତ୍ତି ନେଇଛନ୍ତି । ଚୀନ ଗଣମାଧ୍ୟମରେ ରାଷ୍ଟ୍ରପତି ଜିନପିଙ୍ଗ ଏବଂ ତାନାଶାହ କିମ ଜୋଙ୍ଗଙ୍କ ସାକ୍ଷାତର ଫଟୋ ଉତ୍ତୋଳନ କରିଛନ୍ତି । ଏହି ସାକ୍ଷାତରେ କିମ ଜୋଙ୍ଗଙ୍କ ପ୍ରତିକ୍ରିୟା କିଛି ଏପରି ଥିଲା ଉତ୍ତର କୋରିଆ ସଂଯୁକ୍ତ ରାଜ୍ୟ ଆମେରିକା ସହ କଥାବାର୍ତ୍ତା କରିବା ଏବଂ ଦୁଇଦେଶ ମଧ୍ୟରେ ଏକ ଶିଖର ସମ୍ମିଳନୀ ପ୍ରସ୍ତୁତ କରିବା ପାଇଁ ସେ ରାଜି ଅଛନ୍ତି । କଥାବାର୍ତ୍ତା ମଧ୍ୟରେ କିମ ଜୋଙ୍ଗ ସି ଜିନପିଙ୍ଗଙ୍କୁ ଉତ୍ତର କୋରିଆ ବୁଲିଆସିବା ପାଇଁ ନିମନ୍ତ୍ରଣ ଦେଲେ ଯାହାକୁ ଚୀନ ରାଷ୍ଟ୍ରପତି ସ୍ୱୀକାର କରିଛନ୍ତି । ଦେଶ ସମ୍ଭାଳିବା ପରେ ପ୍ରଥମଥର ତାନାଶାହ କିମ ଜୋଙ୍ଗ ଉତ୍ତର କୋରିଆରୁ ବାହାରକୁ ପାଦ ରଖିଛନ୍ତି । ରବିବାରରେ ଚୀନ ପହଞ୍ଚିଥିବା କିମ ଜୋଙ୍ଗ ବୁଧବାର ପର୍ଯ୍ୟନ୍ତ ସେଠାରେ ରହିବେ ।

୨୦୧୧ରୁ କ୍ଷମତାସୀନ ହେବା ପରେ ଏହା ଥିଲା କିମଙ୍କର ପ୍ରଥମ ବିଦେଶ ଗସ୍ତ । ଚୀନ୍ ପାରମ୍ପରିକ ଭାବେ ଗୋପନୀୟ ରାଷ୍ଟ୍ର ଉତ୍ତର କୋରିଆର ଘନିଷ୍ଠ ବନ୍ଧୁ ହୋଇ ଥିଲେ ହେଁ ତା’ର ପାରମାଣବିକ ଅସ୍ତ୍ରଶସ୍ତ୍ର କାର୍ୟ୍ୟକ୍ରମ ଯୋଗୁଁ ବିରୋଧରେ ଜାତିସଂଘ ଆଗତ କରିଥିବା କଟକଣାକୁ ସମର୍ଥନ କରିଥିଲା । ଉତ୍ତେଜନା ପ୍ରଶମିତ କରିବାକୁ ପଦକ୍ଷେପ ନେଇ ଶାନ୍ତି କଥାବାର୍ତ୍ତା ପାଇଁ ଆଗତ ପ୍ରସ୍ତାବକୁ ଆଗେଇ ନେବା ଯୋଗୁଁ କୋରୀୟ ଉପଦ୍ୱୀପରେ ପରିସ୍ଥିତିରେ ଉନ୍ନତି ଦେଖା ଦେଇଛି ବୋଲି କିମ୍ ଜି’ଙ୍କୁ କହିଛନ୍ତି ବୋଲି ରାଷ୍ଟ୍ରାୟତ ଗଣମାଧ୍ୟମ କହିଛି ।