କୋଭିଡ-୧୯ ପରଚେଜ କମିଟିରୁ ବାଦ୍ ପଡିଲେ ଆଇଏଏସ ହେମନ୍ତ ଶର୍ମା । କରୋନା ମୁକାବିଲା ସରଂଜାମ କିଣିବା ପାଇଁ ରାଜ୍ୟ ସରକାର ଦେଇଥିଲେ ଦାୟିତ୍ୱ । ପିପିଇ ଓ ମାସ୍କକୁ ଔଷଧ ନିଗମ ଗ୍ରହଣ ନକରିବା ପରେ ହୋଇଥିଲା ବିବାଦ ।

1,860

କନକ ବ୍ୟୁରୋ: କୋଭିଡ ୧୯ ପରଚେଜ କମିଟିରୁ ବରିଷ୍ଠ ଆଇଏଏସ ହେମନ୍ତ ଶର୍ମା ବାଦ ପଡିଛନ୍ତି । ତେବେ ବାଦ ପଡିବାର କାରଣ ସଂପର୍କରେ କିଛି ଜଣାପଡିନାହିଁ । କରୋନା ମୁକାବିଲା ସରଂଜାମ କିଣିବା ପାଇଁ ସରକାର ତାଙ୍କୁ ଦାୟିତ୍ୱ ଦେଇଥିଲେ । ଶକ୍ତି ବିଭାଗ ପ୍ରମୁଖ ସଚିବ ସହିତ କୋଭିଡ ୧୯ର ଏହି ଗୁରୁଦାୟିତ୍ୱ ବୁଝୁଥିଲେ ହେମନ୍ତ ଶର୍ମା । ତେବେ ଗତ କିଛି ଦିନ ହେବ ବିବାଦ ଘେରରେ ଥିଲେ ହେମନ୍ତ ଶର୍ମା । ମହାରାଷ୍ଟ୍ର ଓ ପଂଜାବ ପିପିଇ ଓ ମାସ୍କ ଗାଡିିଥିଲା । ତେବେ ଏହାକୁ ଓøଷଧ ନିଗମ ଗ୍ରହଣ କରିନଥିଲା । ଏହାକୁ ନେଇ ବିବାଦ ଦେଖାଦେଇଥିଲା । ଏହା ପରେ ହେମନ୍ତ ଶର୍ମାଙ୍କୁ ତାଙ୍କ ଦାୟିତ୍ୱରୁ ଅବ୍ୟାହତି ଦିଆଯାଇଛି ।

ସେପଟେ ହେମନ୍ତ ଶର୍ମାଙ୍କ ଅବ୍ୟାହତି ନେଇ ବିଜେଡି ନେତା ଶଶୀଭୂଷଣ ବେହେରା ପ୍ରତିକ୍ରିୟା ରଖିଛନ୍ତି । କୌଣସି ଦୁର୍ନୀତିକୁ ନବୀନ ସରକାର ପ୍ରଶୟ ଦେଇନାହାନ୍ତି । ଯଦି ହେମନ୍ତ ଶର୍ମାଙ୍କ କ୍ଷେତ୍ରରେ ଦୁର୍ନୀତିର ଗନ୍ଧ ଥିବା ନିଶ୍ଚିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଶଶୀଭୂଷଣ ବେହେରା କହିଛନ୍ତି ।

ଅନ୍ୟପଟେ କଂଗ୍ରେସ ନେତା ରାମଚନ୍ଦ୍ର ଖୁଂଟିଆ କହିଛନ୍ତି, ଏଭଳି ଘଟଣାର ଉଚ୍ଚ ସ୍ତରୀୟ ତଦନ୍ତ ହେବା ଦରକାର । ଆବଶ୍ୟକ ସ୍ଥଳେ ସିବିଆଇ ତଦନ୍ତ ହେବା ଆବଶ୍ୟକ ବୋଲି ସେ କହିଛନ୍ତି । ସେହିପରି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ମାସ୍କ ଓ ପିପିଇ କିଟ ଦୁର୍ନୀତିକୁ ନେଇ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି ।