ଓଡ଼ିଶାରେ ବଢୁଛି ସୁସ୍ଥଙ୍କ ସଂଖ୍ୟା । ଆଜି ଏକାଥରେ ସୁସ୍ଥ ହେଲେ ୧୨୩ କରୋନା ଆକ୍ରାନ୍ତ, ରାଜ୍ୟରେ ଏଯାବତ୍ ସୁସ୍ଥ ହେଲେଣି ୧୬୦୪ ।
କନକ ବ୍ୟୁରୋ: ଓଡ଼ିଶା ପାଇଁ ଖୁସି ଖବର, ରାଜ୍ୟରେ ଏକାଥରେ କରୋନାରୁ ସୁସ୍ଥ ହେଲେ ୧୨୩ ଆକ୍ରାନ୍ତ । ଏହି ନୂଆ ସୁସ୍ଥଙ୍କ ସଂଖ୍ୟା ମିଶାଇ ରାଜ୍ୟରେ ମୋଟ୍ ୧୬୦୪କୁ ବୃଦ୍ଧି ପାଇଛି ସୁସ୍ଥଙ୍କ ସଂଖ୍ୟା । ତେବେ ରାଜ୍ୟର ନୂଆ ସୁସ୍ଥଙ୍କ ମଧ୍ୟରେ…
Very happy to share that today we have a record number of #COVID19 recoveries in the State, with 123 Covid patients being discharged.
The total recovered cases of Odisha now stand at 1604.
— H & FW Dept Odisha (@HFWOdisha) June 5, 2020
ଗଞ୍ଜାମରୁ ୩୫
କଟକରୁ ୨୨
ନୂଆପଡ଼ାରୁ ୧୪
ବଲାଙ୍ଗୀରରୁ ୧୪
ଖୋର୍ଦ୍ଧାରୁ ୧୦ କନ୍ଧମାଳରୁ ୭
କୋରାପୁଟରୁ ୫
କେନ୍ଦ୍ରାପଡ଼ାରୁ ୪
ଏବଂ ବାଲେଶ୍ୱର, ଢ଼େଙ୍କାନାଳ, ନୟାଗଡ଼ରୁ ୩ ଜଣ ଲେଖାଏଁ ଆକ୍ରାନ୍ତ ସୁସ୍ଥ ହୋଇଥିବା ବେଳେ ଅନୁଗୁଳ, ମୟୁରଭଞ୍ଜ ଏବଂ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛି ।
ତେବେ ସମସ୍ତ କୋଭିଡ ହସ୍ପିଟାଲ, ଡାକ୍ତର, ନର୍ସ, ପାରାମେଡିକ୍ସ, ଏନ୍ଏମ୍, ଆଶା କର୍ମୀ , ଅଙ୍ଗନୱାଡି କର୍ମୀ, ଶିକ୍ଷକ, ସରପଞ୍ଚ ଏବଂ ସ୍ୱାସ୍ଥ୍ୟ ସେବାରେ ସମର୍ପିତ ଥିବା ସ୍ୱେଚ୍ଛାସେବୀ ତଥା ସମ୍ପୃକ୍ତ ପୋଲିସ ଏବଂ ପ୍ରଶାସନିକ କର୍ମଚାରୀଙ୍କ ଅକ୍ଲାନ୍ତ ଉଦ୍ୟମ ଯୋଗୁଁ ଏଭଳି ସୁସ୍ଥ ସଂଖ୍ୟା ବଢ଼ିବାରେ ଲାଗିଛି ଏବଂ ବିଭିନ୍ନ ଏହା ସମ୍ଭବ ହୋଇପାରିଛି।
Comments are closed.