ସରିଲା ଡାକ୍ତର ୪୨୦ଙ୍କ ରିମାଣ୍ଡ : ପୁଣି ୭ ଦିନ ହେପାଜତକୁ ନେଇ ଖୋଳତାଡ କରିବ ଭିଜିଲାନ୍ସ

28

ଭୁବନେଶ୍ୱର ବ୍ୟୁରୋ , କନକ ନ୍ୟୁଜ୍ : ଜାଲ ବିଜ୍ଞପ୍ତି ଦେଇ କୋଟି କୋଟି ଟଙ୍କା ହଡପ ଘଟଣାରେ ଗିରଫ ହୋଇଥିବା ମୋତିଲାଲ ଗୌଡଙ୍କ ଆଜି ରିମାଣ୍ଡ ଅବଧି ସରୁଛି । ଏବେ ତାଙ୍କୁ ୭ ଦିନ ରିମାଣ୍ଡରେ ନେବା ଲାଗି ଭୁବନେଶ୍ୱର ଏସିଡିଜେଏମ କୋର୍ଟରେ ଆବେଦନ କରିଛି ଭିଜିଲାନ୍ସ । ଆଜି ରିମାଣ୍ଡ ଆବେଦନର ଶୁଣାଣି ହୋଇପାରେ । ମୋତିଲାଲଙ୍କୁ ପୁଣି ରିମାଣ୍ଡରେ ନେଇ ସ୍ଥାବର ଓ ଅସ୍ଥାବର ସମ୍ପତିର ଖୋଳତାଡ କରାଯିବ ବୋଲି ସୂଚନା ଦେଇଛନ୍ତି ଭିଜିଲାନ୍ସ ନିର୍ଦ୍ଦେଶକ ଆର ପି ଶର୍ମା । ଏହା ସହ ଅନୁଗୁଳରେ ତାଙ୍କ ପତ୍ନୀ ନାଁରେ ଥିବା ପାଥୋଲ୍ୟାବର ମାଲିକାନା ନେଇ ଯାଂଚ ହେବ । ମୋତିଲାଲଙ୍କ ପତ୍ନୀ କେଉଁଠୁ ଟଙ୍କା ଆଣି ପାଥୋଲ୍ୟାବ କରିଥିଲେ, ସେ ନେଇ ମଧ୍ୟ ଖୋଳତାଡ ହେବ ବୋଲି ଜଣାପଡିଛି । ପୂର୍ବରୁ ଭିଜିଲାନ୍ସ ମୋତିଲାଲଙ୍କ ପୈତୃକ ଘର,ଶଶ୍ୱୁର ଘର, ସରକାରୀ କ୍ୱାଟର୍ସ ଭଳି ୮ଟି ସ୍ଥାନରେ ଚଢାଉ କରିଥିଲା । ଚଢାଉ ବେଳେ ମୋତିଲାଲଙ୍କ ୫୬ ଲକ୍ଷ ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତିର ସନ୍ଧାନ ମିଳିଥିଲା।