କେବେ ସରିବ ମଣ୍ଡି ଟେନସନ ? କେଉଁଠାରେ ମଜୁରୀ ବୃଦ୍ଧି ଦାବିରେ ବନ୍ଦ ପଡିଛି ମଣ୍ଡି ତ କେଉଁଠାରେ ମଣ୍ଡି ଖୋଲିଛି ସତ କିନ୍ତୁ ବିକ୍ରି ହୋଇପାରୁନାହିଁ ଧାନ

140

କନକ ବ୍ୟୁରୋ : ଶ୍ରମିକଙ୍କ ମଜୁରୀ ବୃଦ୍ଧି ଦାବିରେ ବନ୍ଦ ପଡ଼ିଛି ମଣ୍ଡି । କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ବାନେର ସମବାୟ ଅଧୀନରେ ଥିବା ୩ଟି ମଣ୍ଡି ୨ ଦିନ ହେଲା ଅଚଳ ହୋଇପଡ଼ିିଛି । ମଣ୍ଡିରେ କାମ କରୁଥିବା ଶ୍ରମିକ ମଜୁରୀ ବୃଦ୍ଧି ଦାବିରେ ଧାନ ଉଠାଣ କରୁ ନାହାନ୍ତି । ଯାହା ପାଇଁ ହଜାର ହଜାର ଧାନ ବସ୍ତା ମଣ୍ଡିରେ ପଡ଼ି ରହିଛି । ଏପରି ଅବସ୍ଥାରେ ଶୀତ ରାତିରେ ମଣ୍ଡିରେ ଚାଷୀ ନିଜ ଧାନକୁ ଜଗି ବସିିଛି । ଗତବର୍ଷ ମଣ୍ଡି ଶ୍ରମିକମାନଙ୍କୁ କୁଇଂଟାଲ ପ୍ରତି ୧୦ଟଙ୍କା ମଜୁରୀ ଦିଆଯାଉଥିବା ବେଳେ ଚଳିତ ବର୍ଷ ୮ଟଙ୍କା ୪୭ ପଇସା ଦିଆଯାଉଛି । ଯାହା ପାଇଁ ପ୍ରତିବାଦ କରିଛନ୍ତି ଶ୍ରମିକ । ଏନେଇ ମଣ୍ଡି ଶ୍ରମିକମାନେ ପ୍ରତିବାଦକୁ ଓହ୍ଲାଇଛନ୍ତି । ୧୩ ତାରିଖ ଭିତରେ ମାମଲା ବିଚାରକୁ ନିଆଯିବ ବୋଲି ପ୍ରଶାସନ ଅନୁମତି ଦେଇଥିଲା । ହେଲେ ଏନେଇ କୌଣସି ପଦକ୍ଷେପ  ବହୁ କଷ୍ଟରେ ଅମଳ ହୋଇଥିବା ଧାନର ବିକ୍ରିକୁ ନେଇ ଚିନ୍ତାରେ ଚାଷୀ ।

ସେପଟେ ଟୋକନ ମିଳିବାର ୧୦ ଦିନ ପରେ ସୁନ୍ଦରଗଡ ଜିଲ୍ଲାରେ ଖୋଲିଛି ମଣ୍ଡି । କିନ୍ତୁ କେହି ଧାନ କିଣୁ ନାହାନ୍ତି । ଦୁଇ ଦିନ ରାତି ସାରା ଶୀତକାକରରେ ପଡି ରହିଛନ୍ତି ଚାଷୀ । ୨୨ ଜଣ ଚାଷୀଙ୍କ ପାଖରୁ ୧୬ ଶହ କ୍ୱିଂଟାଲ ଧାନ କିଣିବା ପାଇଁ ଟୋକନ ଜାରି କରାଯାଇଛି । ଗତ ୩, ୪ ଓ ୫ ତାରିଖରେ ଧାନ କିଣାଯିବା ପାଇଁ ଟୋକନରେ ଉଲ୍ଲେଖ ରହିଛି । ୩ ତାରିଖରେ ମଣ୍ଡି ଖୋଲିବାକୁ ଥିବା ବେଳେ ଏହା ଖୋଲିଛି ୧୨ ତାରିଖ । ହେଲେ ଅସୁବିଧା ନେଇ ନିୟନ୍ତ୍ରିତ ବଜାର କମିଟି କିଛି ସ୍ପଷ୍ଟ ଉତର ଦେଉନାହିଁ । ଫଳରେ ଚିନ୍ତା ପଡିଯାଇଛନ୍ତ ଚାଷୀ