ବିବାଦର ଅନ୍ତ କରିବ ମହାନଦୀ ଟ୍ରିବ୍ୟୁନାଲ ? ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ କେନ୍ଦ୍ର ପ୍ରକାଶ କଲା ବିଜ୍ଞପ୍ତି ।

27

ଗଠନ ହେଲା ମହାନଦୀ ଟ୍ରିବ୍ୟୁନାଲ । ଏନେଇ ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ଟ୍ରିବ୍ୟୁନାଲରେ ଜଣେ ଅଧ୍ୟକ୍ଷ ଓ ଦୁଇ ଜଣ ସଦସ୍ୟ ରହିଛନ୍ତି । ଟ୍ରିବ୍ୟୁନାଲ ଗଠନ ଫଳରେ ଓଡିଶା-ଛତିଶଗଡ ମଧ୍ୟରେ ଚାଲିଥିବା ବିବାଦର ଅବସାନ ଘଟିବାର ଆଶା କରାଯାଉଛି । ଜଷ୍ଟିସ୍ ଏ. ଏନ୍. ଖନୱିଲକର ଟ୍ରିବ୍ୟୁନାଲର ଅଧ୍ୟକ୍ଷ ଭାବେ ମନୋନୀତ ହୋଇଛନ୍ତି । ସୁପ୍ରିମକୋର୍ଟର ବିଚାରପତି ଅଛନ୍ତି ଜଷ୍ଟିସ୍ ଏ. ଏନ୍. ଖନୱିଲକର । ସେହିଭଳି ଜଷ୍ଟିସ୍ ରବିରଞ୍ଜନ ଟ୍ରିବ୍ୟୁନାଲର ସଦସ୍ୟ ମନୋନୀତ ହୋଇଛନ୍ତି । ଏବେ ପାଟଣା ହାଇକୋର୍ଟର ବିଚାରପତି ଅଛନ୍ତି ଜଷ୍ଟିସ୍ ରବିରଞ୍ଜନ । ଜଷ୍ଟିସ୍ ଆଇ. କେ. କୋଚର ଟ୍ରିବ୍ୟୁନାଲର ଅନ୍ୟ ସଦସ୍ୟ ଭାବେ ମନୋନୀତ ହୋଇଛନ୍ତି । ଜଷ୍ଟିସ୍ କୋଚର ଦିଲ୍ଲୀ ହାଇକୋର୍ଟର ବିଚାରପତି ଅଛନ୍ତି । ମହାନଦୀକୁ ନେଇ ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ ବିବାଦ ଚାଲିଛି ।

MAHANADI WATER
ମହାନଦୀର ଉପରମୁଣ୍ଡରେ ଛତିଶଗଡ଼ର ଏକପାଖିଆ ନିର୍ମାଣ କାମକୁ ବିରୋଧ କରୁଛି ଓଡ଼ିଶା । ମହାନଦୀ ଟ୍ରିବ୍ୟୁନାଲ ଗଠନରେ ବିଳମ୍ବ କରୁଥିବା ଦର୍ଶାଇ ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲା ଓଡିଶା । ଏହାପରେ ଟ୍ରିବ୍ୟୁନାଲ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ସୁପ୍ରିମକୋର୍ଟ । ମହାନଦୀ ଉପରମୁଣ୍ଡରେ ଛତିଶଗଡ ବେଆଇନ ଭାବେ ବନ୍ଧ ବାନ୍ଧୁଥିବା ଅଭିଯୋଗ ରହିଛି । ଏହାଫଳରେ ମହାନଦୀରେ ପାଣି କମୁଥିବାର ଲଗାତର ଭାବେ ଅଭିଯୋଗ କରିଆସୁଛି ଓଡିଶା ।