ପ୍ରେମ ଶିଖେଇଲା ସଂଘର୍ଷ , ପ୍ରେମିକା ଦେଲେ ସାହାସ ! ଆମାଜନ ମାଲିକଙ୍କ ପ୍ରେମକାହାଣୀ

85

କୁହାଯାଏ ପ୍ରେମ ଶାଶ୍ୱତ , ନିରନ୍ତନ । ପ୍ରେମ ଜୀବନକୁ କରେ ମଧୁର । ଏକ ନିଆରା ଅନୁଭୂତି ତିଆରି କରେ ପ୍ରେମ । କୁହାଯାଏ ପ୍ରେମ ପାଗଳ କରିଦିଏ । ହଁ , ସତ କଥା , ହେଲେ ସେହି ପାଗଳପଣରେ ଥାଏ ନିରାଟ ପ୍ରେରଣା । ଅସମ୍ଭବକୁ ସମ୍ଭବ କରିବାର ଲୁକାୟିତ ଶକ୍ତି । ଯାହା ସାଧାରଣ ମନ ଓ ଜୀବନକୁ କରିଦିଏ ଅସାଧାରଣ । ଏଥିପାଇଁ କୁହାଯାଏ ପ୍ରତି ସଫଳ ବ୍ୟକ୍ତି ପଛରେ ଜଣେ ମହିଳାଙ୍କ ହାତ ଥାଏ । ଦୁନିଆର ସବୁଠୁ ଧନୀ ବ୍ୟକ୍ତି ଓ ଆମାଜନର ସିଇଓ ଜେଫ୍ ବେଜୋସଙ୍କ ଜୀବନ କାହାଣୀ ଏହିପରି । ତାଙ୍କର ପ୍ରେମିକା ତଥା ପତ୍ନୀ ମେକେଂଜି ବେଜୋସ୍ ସବୁ ପରିସ୍ଥିତିରେ ତାଙ୍କର ସାଥିରେ ରହିଛନ୍ତି । ଏବଂ ଆଜି ଜେଫ୍ ଯେଉଁ ସଫଳତାର ଶୀର୍ଷରେ ପହଁଚିଛନ୍ତି ଏଥିରେ ତାଙ୍କ ପତ୍ନୀଙ୍କ ବଡ ହାତ ରହିଛି ।

କେମିତି ହୋଇଥିଲା ପ୍ରଥମ ସାକ୍ଷାତ୍ –
୯୦ ଦଶକରେ ଜେଫ୍ ଓ ମେକେଂଜି ଉଭୟଙ୍କର ପ୍ରଥମ ସାକ୍ଷାତ୍ ନିବେଶ ପ୍ରବନ୍ଧକ DE Shawରେ ହୋଇଥିଲା । ଜେଫ୍ ଏଠାରେ ଭାଇସ୍ ପ୍ରେସିଡେଂଟ ଥିଲେ ଏବଂ ମେକେଂଜି ରିସର୍ଚ୍ଚ ଆସୋସିଏଟ୍ ଥିଲେ । ଜେଫ୍ , ମେକେଂଜିଙ୍କର ପ୍ରଥମ ଇଂଟରଭ୍ୟୁ ନେଇଥିଲେ । ଜେଫ୍ ଥରେ କହିଥିଲେ ସେ ଭାଗ୍ୟଶାଳୀ ଯେ, ନିଜର ପତ୍ନୀଙ୍କୁ ପ୍ରଥମେ ଦେଖିବା ପୂର୍ବରୁ ତାଙ୍କର ରିଜ୍ୟୁମ୍ ଦେଖିଥିଲେ । ଦୁହେଁ ସାଥି ହୋଇ ଚାକିରି କରୁଥିଲେ । କିଛି ଦିନ ପରେ ଦୁହେଁ ପଡୋଶୀ ହୋଇଯାଇଥିଲେ । ଏହାପରେ ଦୁହିଁଙ୍କର ବନ୍ଧୁତା ଗଭୀର ହୋଇଗଲା । ମେକେଂଜି ଥରେ ମଜାକରେ କହିଥିଲେ ‘ମୁଁ ପୁରା ଦିନ ତାଙ୍କର ସୁନ୍ଦର ହସ ଶୁଣୁଥିଲି । ଏହି ହସରେ କାହାର ପ୍ରେମ ନହେବ ?’

ବନ୍ଧୁତା , ପ୍ରେମ ଓ ବିବାହ –
ସାଧାରଣତଃ ପ୍ରେମରେ ଯୁବକମାନେ ଟିକେ ଆଗୁଆ ଥା’ନ୍ତି ସବୁଥିରେ । କିନ୍ତୁ ଏଠି କାହାଣୀ କିଛି ଭିନ୍ନ ଥିଲା । ମେକେଂଜି ପ୍ରଥମେ ପାଦ ବଢାଇଥିଲେ । ଏବଂ ଜେଫ୍ ଙ୍କୁ ଲଂଚ ପାଇଁ ଆମନ୍ତ୍ରିତ କରିଥିଲେ । ଉଭୟ ଉଭୟଙ୍କୁ ଏତେ ପସନ୍ଦ ଆସିଲେ ଯେ ତିନି ମାସ ଭିତରେ ଉଭୟଙ୍କ ମଧ୍ୟରେ ନିର୍ବନ୍ଧ କରିଦେଲେ ଏବଂ ଛଅ ମାସ ପରେ ବିବାହ ବନ୍ଧନରେ ବାନ୍ଧିହେଲେ ।

କେମିତି ବଦଳିଗଲା ଜୀବନ –
() ଜେଫଙ୍କ ମନରେ ଆମାଜନର ସ୍ଥାପନା କଥା ଅନେକ ଦିନରୁ ବସା ବାନ୍ଧିଥିଲା । ସେ ସବୁଠୁ ପ୍ରଥମେ ମେକେଂଜିଙ୍କୁ ଏହା ବିଷୟରେ କହିଥିଲେ । ପତ୍ନୀ ଜେଫ୍ ଙ୍କର କଥାକୁ ଓ ନିଷ୍ଠାକୁ ବିଶ୍ୱାସ କରିଥିଲେ । ଏବଂ ୧୯୯୪ରେ ଦୁହେଁ ଚାକରି ଛାଡି ଥିଲେ । ଏବଂ ଆମାଜନର ସ୍ଥାପନା କଲେ । ଜେଫ୍ ଆମାଜନର ସ୍ଥାପନା କଲା ପରେ ମେକେଂଜି ଏଠାରେ କଂପାନୀର ଆରମ୍ଭରେ କର୍ମଚାରୀଙ୍କ ସହ ସାମିଲ୍ ହୋଇ କାମ କରିଥିଲେ । ଘରର ଦାୟିତ୍ୱ ନେବା ସହ ସେ କଂପାନୀରେ ଆକାଉଂଟର କାମ ସମ୍ଭଳିଥିଲେ ।

ଶୁଣାଯାଏ କି ଆମେରିକାର ସିଏଟଲ୍ ରେ ଆମାଜନର ସ୍ଥାପନା ପରେ ଦୁହେଁ ଖୁବ୍ ସଂଘର୍ଷ କରିଥିଲେ । ୧୯୯୯ ଯାଏ ଉଭୟ ଗୋଟିଏ ବେଡରୁମରେ ଭଡା ଘରେ ସମୟ ବିତାଇଥିଲେ । ଆଜି ତାଙ୍କ ପାଖରେ ଆମେରିକାର ୫ଟି ସହରରେ ବିରାଟ ବିରାଟ ଘର ରହିଛି । ଏବଂ ଜେଫ୍ ଆମେରିକାରେ ୨୫ତମ ଭାବେ ସବୁଠୁ ବଡ ଜମି ମାଲିକ ଅଟନ୍ତି । ଏବେ ମେକେଂଜି ନୋଭେଲ୍ ଲେଖୁଛନ୍ତି । ଏବଂ ଯେତେବେଳେ ତାଙ୍କୁ ଲେଖିବାକୁ ହୁଏ । ସେ ନିଜକୁ ଏକ ଛୋଟ ଆପାର୍ଟମେଂଟରେ ସୀମିତ ରଖିଥାନ୍ତି । ପିଲାମାନେ ସ୍କୁଲରୁ ଆସିବା ଯାଏ ସେ ଲେଖାଲେଖିରେ ବୁଡି ରହିଥାନ୍ତି । ନୋଭେଲ୍ ଲେଖିବା ପରେ ସେ ସବୁଠୁ ପ୍ରଥମେ ଜେଫ୍ ଙ୍କୁ ପଢାଇ ଥାନ୍ତି ।

ଆଉ ମଧ୍ୟ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ , ନିଜର ସଫଳତାରେ ପହଁଚିବାକୁ ଉଭୟ ସ୍ୱାମୀ-ସ୍ତ୍ରୀ ଖୁବ୍ ପରିଶ୍ରମ କରନ୍ତି । ଏପରିକି ଜେଫ୍ ଘରର ବାସନ ମଧ୍ୟ ସଫା କରନ୍ତି ।ଜେଫ୍ କୁହନ୍ତି ଦିନର ଶେଷ ହୁଏ ଏହି କାମ କରିବାରେ । ଆଉ ଏହାକୁ ନେଇ ମେକେଂଜି ବହୁତ ପ୍ରଶଂସା କରନ୍ତି । ଜେଫ୍ ଏହି କାମ କରିବାରେ ଖୁବ୍ ଖୁସି ହୁଅନ୍ତି ବୋଲି କୁହନ୍ତି ।  ନିଜର ପତ୍ନୀଙ୍କୁ ଖୁବ୍ ପ୍ରଶଂସା କରିବା ସହ ଜେଫ୍ କୁହନ୍ତି , ‘ମୋ ପତ୍ନୀ ବହୁତ ରିସୋର୍ସଫୁଲ୍, ସ୍ମାର୍ଟ , ବୁଦ୍ଧିମାନ ଓ ହୃଦୟବାନ ଅଟନ୍ତି । ’

( ସୌଜନ୍ୟ- ନବଭାରତ ଟାଇମ୍ସ)