ପୋଲିସ ପରିଚୟ ଦେଇ ଲୁଟ: ସୋର କୋର୍ଟ ଛକରେ ମହିଳାଙ୍କଠାରୁ ସୁନା ଚେନ୍ ଝାମ୍ପିନେଲା ଦୁର୍ବୃତ୍ତ

ସେପଟେ ଭୁବନେଶ୍ୱରରେ ସୁନା ଚେନ୍ ଲୁଟ ଉଦ୍ୟମ ବେଳେ ଲୁଟେରାଙ୍କୁ କାବୁ କଲେ ମହିଳା

98

କନକ ବ୍ୟୁରୋ: ବାଲେଶ୍ୱର ସୋର କୋର୍ଟ ଛକରେ ମହିଳାଙ୍କୁ ପୁଲିସ ପରିଚୟ ଦେଇ ସୁନା ଗହଣା ଲୁଟ୍ । ଭଦ୍ରକ ବାସୁଦେବପୁର ବ୍ଲକ ଜଗନ୍ନାଥପୁର ହସ୍ପିଟାଲର ମହିଳା ସ୍ୱାସ୍ଥ୍ୟକର୍ମୀ ସବିତାମଣୀ ଜେନା ମେଡିକାଲ ଯାଉଥିବା ରାସ୍ତାରେ ଏହି ଘଟଣା ଘଟିଛି । କୋର୍ଟ ଛକରେ ଦୁଇ ଅଜଣା ଯୁବକ ତାଙ୍କୁ ଅଟକାଇଥିଲେ । ଗତରାତିରେ ସୁନା ଗହଣା ପାଇଁ ଜଣେ ମହିଳାଙ୍କୁ ହତ୍ୟା କରାଯାଇଛି । ତେଣୁ ତାଙ୍କୁ ସୁନା କାଢି ଯିବାକୁ କହିଥିଲେ ।

କିନ୍ତୁ ସେ ନମାନିବାରୁ ତାଙ୍କୁ ପୁଲିସ ବୋଲି ପରିଚୟ ଦେଇଥିଲେ । ଏହା ପରେ ଲୁଟେରା ସବିତାଙ୍କ ହାତରୁ ଗହଣା ଲୁଟ କରି ଚମ୍ପଟ ମାରିଥିଲେ । ସୋରେ ଥାନାରେ ସବିତା ଏନେଇ ଅଭିଯୋଗ ପରେ ପୁଲିସ ଛାନଭିନ ଆରମ୍ଭ କରିଛି ।

ସେପଟେ, ସୁନା ଚେନ୍ ଲୁଟ ଉଦ୍ୟମ ବେଳେ ଲୁଟେରାଙ୍କୁ କାବୁ କଲେ ମହିଳା । ଠିକଣା ପଚାରି ସୁନା ଚେନ୍ ଲୁଟିନେବାକୁ ଉଦ୍ୟମ କରୁଥିଲା ଲୁଟେରା । ଘଟଣା ଘଟିଛି ରାଜଧାନୀରେ । ଭୁବନେଶ୍ୱରର ଜିଜିପି କଲୋନୀର ମଳୟ ବିହାର ଅଂଚଳରେ ରାସ୍ତାରେ ଯାଉଥିବା ବେଳେ ମହିଳାଙ୍କୁ ଠିକଣା ପଚାରିଥିଲେ ଦୁର୍ବୃତ ।