ଭୁବନେଶ୍ୱରରେ ‘ଲିଟେରାରୀ ମିଟ୍’ ସାହିତ୍ୟ ଉତ୍ସବ । ଅନୁଭୂତି କହିଲେ ବିଶିଷ୍ଟ ସାହିତ୍ୟିକ

93

କନକ ବ୍ୟୁରୋ: ଟାଟା ଷ୍ଟିଲ ଭୁବନେଶ୍ୱର ଲିଟେରାରି ମିଟ୍ ସାହିତ୍ୟ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏଥିରେ ‘ଫର୍ଦ୍ଦରୁ ପରଦା ପର୍ଯ୍ୟନ୍ତ ଚଳଚିତ୍ର ଯାତ୍ରା’ ପ୍ରସଙ୍ଗରେ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଆଲୋଚନାରେ ବିଶିଷ୍ଟ ଗାଳ୍ପିକ ତଥା ଔପନାସିକ ଗୌରହରି ଦାସ, ଚଳଚ୍ଚିତ୍ର ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକ, କନକ ନ୍ୟୁଜ ସିଇଓ ରତିକାନ୍ତ ଶତପଥୀ ସାମିଲ ହୋଇଥିଲେ ।

ଓଡିଶାରେ ଏମିତି ଅନେକ କାହାଣୀ ଅଛି ଯାହାକୁ ନେଇ ଚଳଚ୍ଚିତ୍ର ନିର୍ମାଣ କରାଯାଇ ପାରିବ ବୋଲି ମତ ଦେଇଛନ୍ତି ସମ୍ମାନୀତ ଅତିଥୀ । ଦମନ ଓ ପ୍ରତୀକ୍ଷା ଦୁଇଟି ଚଳଚ୍ଚିତ୍ର ପରେ ଓଡିଆ ସିନେମା ଜଗତ କଡ ଲେଉଟାଇବା ଆରମ୍ଭ କରିଛି । ଆଗକୁ ନିଛକ ଓଡିଆ କାହାଣୀକୁ ନେଇ ଫିଲ୍ମ କଲେ ସଫଳତା ମିଳିବ ବୋଲି ମତ ପ୍ରକାଶ ପାଇଛି । ସେହିପରି ସାହିତ୍ୟ ଉତ୍ସବରେ ୪ ଜଣ ଯୁବ କବି ଓ କବିୟିତ୍ରୀ ସୁଜିତ କୁମାର ଶତପଥୀ, ଶ୍ରୀମା ଶତପଥୀ, ନିଖିଲେଶ ମିଶ୍ର ଓ ସ୍ୱାଗତିକା ମିଶ୍ର ସ୍ୱରଚିତ କବିତା ପାଠ କରିଛନ୍ତି ।