ହସିବା ଦ୍ୱାରା ବିଷାଦମୁକ୍ତ ରୁହେ ଶରୀର !

50

ହସିବା ସ୍ୱାସ୍ଥ୍ୟ ପାଇଁ ଜରୁରୀ । କୁହାଯାଏ ହସିବା ଦ୍ୱାରା ସମସ୍ତ ରୋଗ ଦୂର ହୋଇଯାଏ । କାରଣ ହସିବା ଦ୍ୱାରା ଶରୀର ଓ ମସ୍ତିସ୍କ ବିଷାଦମୁକ୍ତ ରୁହେ । ଯାହାଦ୍ୱରା ଶରୀରକୁ ଅନେକ କଷ୍ଟରୁ ମୁକ୍ତି ମିଳେ । ହସିବାକୁ ନେଇ ଆଉ ଏକ ତଥ୍ୟ ଆସିଛି ଯାହା ବୋଧହୁଏ ଖୁବ୍ କମ ଲୋକ ଜାଣିଥିବେ । ହସିବା ସମୟରେ ଶରୀରର କେବଳ ୧୭ ଟି ମାଂସପେଶୀର ବ୍ୟବହାର ହୁଏ । କିନ୍ତୁ ରାଗିବା ସମୟରେ ୪୩ଟି ମାଂସପେଶୀ ଦରକାର । କୌଣସି ବି ମଣିଷ ସେହି ସମୟରେ ହସେ ଯେତେବେଳ କିଛି କଥା ହୃଦୟକୁ ଛୁଏଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ଯେତେବେଳେ କୌଣସି ବ୍ୟକ୍ତି ଏକୁଟିଆ ରହେ ତା’ର ହସିବାର ଅଭ୍ୟାସ ୩୦ ପ୍ରତିଶତ କମିଯାଏ । ତେଣୁ ଏଳୁଟିଆ ନରହି ସମସ୍ତଙ୍କ ସହ ସମୟ ବିତାଇବା ଉଚିତ ।

ତଥ୍ୟ ଅନୁସାରେ ମହିଳାମାନେ ପୁରୁଷଙ୍କ ତୁଳନାରେ ଅଧିକ ହସନ୍ତି । ଅଧିକତମ ମହିଳା ଏକ ଦିନରେ ୬୨ ଥର ହସନ୍ତି । ଅନ୍ୟପଟେ ପୁରୁଷମାନେ ଦିନରେ କେବଳ ୮ ଥର ହସନ୍ତି । ଛୋଟ ପିଲାମାନେ ଏକ ଦିନରେ ୪୦୦ ଥର ହସନ୍ତି, ଯେଉଁଠି ବୟସ୍କମାନେ କେବଳ ୧୪୩ରୁ ୧୫ ଥର ହସନ୍ତି । ହସିବା ଦ୍ୱରା ରକ୍ତ ପ୍ରବାହ ୨୨ ପ୍ରତିଶତ ବଢ଼ିଯାଏ । ଅନ୍ୟପଟେ ବିଷାଦଗ୍ରସ୍ତ ହେଲେ ରକ୍ତପ୍ରବାହ ୩୩ ପ୍ରତିଶତ କମ ହୋଇଯାଏ । ଏହାସହ ଅଧ୍ୟୟନରୁ ଜଣାପଡ଼ିଛି ଖୋଲିକି ହସିବା ଏକ ପ୍ରାକୃତିକ ପେନକିଲର ପରି କାମ କରେ । ଏହାସହ ସକରାତ୍ମମ ଭାବନା ବିକାଶ ହୁଏ । ଯାହା ଅନେକ ପ୍ରକାର ମାରାତ୍ମକ ରୋଗରୁ ରକ୍ଷା କରେ ।