ଟ୍ରେନରେ ବାଜିଥାଏ ୧୧ପ୍ରକାର ହର୍ଣ୍ଣ! ଜାଣନ୍ତୁ କେଉଁ ହର୍ଣ୍ଣର କାମ କଣ ।

68

ଯେତେବେଳେ ଆପଣ ଟ୍ରେନରେ ଯାତ୍ରା କରନ୍ତି, ଆପଣ ଶୁଣିଥିବେ କି ଟ୍ରେନରୁ ବାରମ୍ବାର ହର୍ଣ୍ଣ ଶବ୍ଦ ଆସିଥାଏ । ଏହା ସହ ଷ୍ଟେସନରେ ଛିଡା ହୋଇଥିବା ଟ୍ରେନରେ ମଧ୍ୟ ହର୍ଣ୍ଣ ବଜା ଯାଇଥାଏ । କେବେ ଆପଣ ଭାବିଛନ୍ତି ଏପରି ହର୍ଣ୍ଣ କାହିଁକି ବାଜିଥାଏ ? ଯଦି ଜାଣିନାହାଁନ୍ତି , ତେବେ ଆମେ ଆପଣଙ୍କୁ କହୁଛୁ ଯେ, ଟ୍ରେନରେ ଏହି ହର୍ଣ୍ଣର ଭିନ୍ନ ଭିନ୍ନ କାରଣ ରହିଥାଏ । ଏବେ ଜାଣନ୍ତୁ ଏହି ହର୍ଣ୍ଣର କଣ କଣ କାରଣ ରହିଛି ।

ଗୋଟିଏ ଛୋଟ ହର୍ଣ୍ଣ – ଯଦି ଆପଣ କେବେ ଗୋଟିଏ ଛୋଟ ହର୍ଣ୍ଣର ଶବ୍ଦ ଶୁଣନ୍ତି, ତେବେ ଏହାର ମାନେ ହେଉଛି ଯେ, ଟ୍ରେନଟି ୟାର୍ଡରେ ଧୋଇବା ଓ ସଫା ହେବା ନିମନ୍ତେ ଯିବା ପାଇଁ ପ୍ରସ୍ତୁତ ଅଛି, ଯେଉଁଠାରୁ ଟ୍ରେନଟି ନିଜର ପରବର୍ତ୍ତୀ ଯାତ୍ରା ଆରମ୍ଭ କରିବ ।

ଦୁଇଟି ଛୋଟ ହର୍ଣ୍ଣ – ଏହାର ମାନେ ହେଉଛି ଯେ, ଟ୍ରେନଟି ଯାତ୍ରା କରିବା ପାଇଁ ପ୍ରସ୍ତୁତ ଅଛି । ଏହି ଜରିଆରେ ମୋଟରମ୍ୟାନ ଟ୍ରେନଟିକୁ ଯାତ୍ରା କରିବା ପାଇଁ ରେଲୱେ ସିଗନାଲ ଦେବା ପାଇଁ ଗାର୍ଡକୁ ସଙ୍କେତ ଦେଇଥାଏ ।

ତିନୋଟି ଛୋଟ ହର୍ଣ୍ଣ – ଏହି ହର୍ଣ୍ଣ ଆପତ୍ତକାଳୀନ ପରିସ୍ଥିତିରେ ବଜା ଯାଇଥାଏ । ଏହାର ମାନେ ହେଉଛି, ମୋଟରମ୍ୟାନ୍ ର ଇଞ୍ଜିନ ଉପରେ କଣ୍ଟ୍ରୋଲ ନାହିଁ ଏବଂ ଗାର୍ଡ ଭୈକ୍ୟୁମ ବ୍ରେକକୁ ଯଥା ଶୀଘ୍ର ଟାଣିବା । କହି ରଖୁଛୁ ଯେ, ଏହା ବହୁତ କମ ବ୍ୟବହାର କରାଯାଇଥାଏ ।

ଚାରୋଟି ଛୋଟ ହର୍ଣ୍ଣ – ଏହି ହର୍ଣ୍ଣ ଟ୍ରେନରେ ଯାନ୍ତ୍ରୀକ ତ୍ରୁଟିର ସଙ୍କେତ ଅଟେ । ଏବଂ ଏହାର ମାନେ, ଟ୍ରେନଟି ଆଗକୁ ଯାଇପାରିବ ନାହିଁ ।

ଗୋଟିଏ ଲମ୍ବା ଏବଂ ଗୋଟିଏ ଛୋଟ ହର୍ଣ୍ଣ – ଏହାର ମାନେ ହେଉଛି ଯେ, ମୋଟରମ୍ୟାନ ଇଞ୍ଜିନକୁ ଆରମ୍ଭ କରିବା ପୂର୍ବରୁ ପ୍ରଥମେ ଗାର୍ଡକୁ ବ୍ରେକ ପାଇପ ସିଷ୍ଟମ ସେଟ୍ କରିବା ପାଇଁ ସାଗନାଲ ଦେଉଛି ।

ଦୁଇଟି ଲମ୍ବା ଏବଂ ଦୁଇଟି ଛୋଟ ହର୍ଣ୍ଣ – ଏହି ହର୍ଣ୍ଣରେ ମୋଟରମ୍ୟାନ ଇଞ୍ଜିନକୁ କଣ୍ଟ୍ରୋଲରେ ନେବା ପାଇଁ ଗାର୍ଡକୁ ସଙ୍କେତ ଦେଇଥାଏ ।

କ୍ରମାଗତ ଭାବେ ବାଜୁଥିବା ହର୍ଣ୍ଣ – ଯଦି ଆପଣଙ୍କ ଆଗରେ ଏହି ହର୍ଣ୍ଣ ବାଜେ, ତେବେ ଆପଣ ବୁଝି ଯାଆନ୍ତୁ ଯେ, ଏବେ ଏହି ଟ୍ରେନଟି ଷ୍ଟେସନରେ ରହିବ ନାହିଁ । ଏଥିରୁ ଜଣା ପଡିଥାଏ କି, ଟ୍ରେନ ଷ୍ଟେସନରେ ରହିବ ନାହିଁ ।

ଦୁଇ ଥର ରହି ରହି ବାଜୁଥିବା ହର୍ଣ୍ଣ – ଏହି ହର୍ଣ୍ଣ ରେଲୱେ କ୍ରସିଂ ପାଖରେ ବଜାଯାଇଥାଏ । ଏହା ଦ୍ୱାରା କ୍ରସିଂରେ ଛିଡା ହୋଇଥିବା ଲୋକମାନଙ୍କୁ ସଙ୍କେତ ମିଳିବ ଏବଂ ସେମାନେ ରେଲୱେ ଲାଇନ ରୁ ଦୂରରେ ରହିବେ ।

ଦୁଇଟି ଲମ୍ବା ଏବଂ ଗୋଟିଏ ଛୋଟ ହର୍ଣ୍ଣ – ଏହାର ମାନେ ହେଉଛି ଯେ, ଟ୍ରେନଟି ଟ୍ରାକ ପରିବର୍ତ୍ତନ କରୁଛି ।

ଦୁଇଟି ଛୋଟ ଏବଂ ଗୋଟିଏ ଲମ୍ବା ହର୍ଣ୍ଣ – ଏହାର ମାନେ ହେଉଛି ଯେ, କେହି ଜଣେ ଯାତ୍ରୀ ଚେନ ଟାଣିଛି କିମ୍ବା ଗାର୍ଡ ଭୈକ୍ୟୁମ ବ୍ରେକ ଟାଣିଛି ।

ଛଅ ଥର ଛୋଟ ହର୍ଣ୍ଣ – ଏହି ହର୍ଣ୍ଣର ଅର୍ଥ ହେଉଛି ଯେ, ଟ୍ରେନଟି କୌଣସି ବିପଦରେ ପଡିଛି ।