ଝାଡ଼ଖଣ୍ଡରେ ଜେଏମଏମ ମେଣ୍ଟ ସରକାର : ସଂଖ୍ୟା ଗଣିତରେ ପଛରେ ପଡିଲା ବିଜେପି, ବିଧାନସଭା ଭୋଟ ଗଣତିରେ ମେଂଟକୁ ସ୍ପଷ୍ଟ ବହୁମତ
କନକ ବ୍ୟୁରୋ : ଝାଡ଼ଖଣ୍ଡରେ ବିଜେପିକୁ ଶକ୍ତ ଝଟକା । ବିଜେପି ହାତରୁ ଖସିଲା ଝାଡ଼ଖଣ୍ଡ । ବିଧାନସଭା ନିର୍ବାଚନରେ ବିଜେପି ପରାଜୟ ଆଡ଼କୁ ଆଗେଇ ଚାଲିଛି । ଅନ୍ୟପଟେ ଝାଡ଼ଖଣ୍ଡରେ ମହାମେଂଟକୁ ବହୁମତ ମିଳିବା ସମ୍ଭାବନା ବଢ଼ିଛି । ଗଣତି ଜାରି ରହିଥିବା ବେଳେ କଂଗ୍ରେସ-ଜେଏମଏମ ଓ ଆରଜେଡି ମେଂଟ ୪୧ ଆସନରେ ଆଗୁଆ ରହିିଥିବା ବେଳେ ବିଜେପି ୨୮ ଅସନରେ ଆଗୁଆ ରହିଛି । ମହାମେଂଟକୁ ବହୁମତ ପାଖାପାଖି ଥିବା ବେଳେ ହେମନ୍ତ ସୋରେନ ମୁଖ୍ୟମନ୍ତ୍ରୀ ହେବା ସମ୍ଭାବନା ବଢ଼ିଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ଝାଡ଼ଖଣ୍ଡରେ ୮୧ଟି ବିଧାନସଭା ଆସନ ପାଇଁ ୫ଟି ପର୍ଯ୍ୟାୟରେ ହୋଇଥିଲା ନିର୍ବାଚନ । ଏଠାରେ ବହୁମତ ପାଇଁ ଆବଶ୍ୟକ ହେଉଛି ୪୧ ଆସନ । ବିଜେପି ନିର୍ବାଚନରେ ଏକାକୀ ଓହ୍ଲାଇଥିବା ବେଳେ ଝାଡ଼ଖଣ୍ଡ ମୁକ୍ତି ମୋର୍ଚ୍ଚା ଓ ରାଷ୍ଟ୍ରୀୟ ଜନତା ସହ ହାତ ମିଳାଇଥିଲା କଂଗ୍ରେସ । ୨୪ଟି ଜିଲ୍ଲା ମୁଖ୍ୟ କାର୍ଯ୍ୟାଳୟରେ ୮୧ ବିଧାନସଭା ଆସନ ପାଇଁ ଗଣତି ଚାଲିଛି । ଜେଏମଏମ ମେଂଟ ବହୁମତ ପାଖାପାଖି ଥିବା ବେଳେ ଖୁସିର ମାହୋଲ ଦେଖାଦେଇଛି । ବାଣ ଫୁଟାଇ , ମିଠା ବାଂଟି କର୍ମୀ ଉତ୍ସବ ମନାଉଛନ୍ତି ।