ବଡ଼ଦିନରେ ଖୋଲିବନି ଏହି ଗୀର୍ଜା : ୨୦୦ ବର୍ଷର ଏହି ଚର୍ଚ୍ଚରେ ପ୍ରଥମ ଥର ପାଇଁ ପାଳନ ହେବ ନାହିଁ ବଡ଼ଦିନ

366

ନୋଟ୍ରେ ଡାମ୍ କ୍ୟାଥେଡ୍ରଲ ଚର୍ଚ୍ଚ ୨୦୦ ବର୍ଷ ମଧ୍ୟରେ ପ୍ରଥମ ଥର ପାଇଁ ବଡଦିନ (କ୍ରିସ୍ ମାସ୍) ଆୟୋଜନ କରୁନାହିଁ । ଏହାର କାରଣ ହେଉଛି ବର୍ଷ ଆରମ୍ଭରୁ ଏହି ଚର୍ଚ୍ଚରେ ଭୟାବହ ଅଗ୍ନିକାଣ୍ଡ ହୋଇଥିଲା । ଏହି ଘଟଣାରେ ବ୍ୟାପକ କ୍ଷୟକ୍ଷତି ମଧ୍ୟ ହୋଇଥିଲା । ରବିବାର ଚର୍ଚ୍ଚ ମୁଖପାତ୍ର ଆଣ୍ଡେ କହିଛନ୍ତି, ପ୍ରଥମ ଥର ୧୮୦୩ ମସିହାର ୮୫୦ ବର୍ଷର ପୁରୁଣା ଚର୍ଚ୍ଚ ବଡଦିନ ପର୍ବ ପାଳନ କରୁନାହିଁ ।
ୟୁନେସ୍କୋର ଐତିହସ୍ଥଳରେ ଗତ ଏପ୍ରିଲ ମାସରେ ଅଗ୍ନିକାଣ୍ଡ ଘଟିଥିଲା ଓ ବହୁତ କ୍ଷୟକ୍ଷତି ହୋଇଥିଲା ।

ବିଗତ ୨୦୦ ବର୍ଷ ହେବ ଏହି ଚର୍ଚ୍ଚ ବଡଦିନରେ ଖୋଲାଯାଇଥାଏ । ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ମଧ୍ୟ ଏହାକୁ ଖୋଲାଯାଇଥିଲା । ପ୍ରାନ୍ସସିସ ଅଧିକାରୀଙ୍କ କହିବା ଅନୁଯାୟୀ, ଏହି ଅଗ୍ନିକାଣ୍ଡ ସର୍ଟସକ୍ରିଟ୍ କିମ୍ବା ସିଗାରେଟ୍ ଯୋଗୁଁ ହୋଇଥାଇପାରେ । ଜଣେ ଅଧିକାରୀ କହିଛନ୍ତି ଯେ, ଅବହେଳା ଯୋଗୁଁ ଚର୍ଚ୍ଚରେ ଅଗ୍ନିକାଣ୍ଡ ଘଟିଥିଲା ଓ ଘଟଣାର ତଦନ୍ତ ଚାଲିଛି । ସୂଚନାଯୋଗ୍ୟ ଯେ, ରାଷ୍ଟ୍ରପତି ଇମାନୁଏଲ ମାଇକ୍ରୋ ତ୍ରୟୋଦଶ ଶତାବ୍ଦୀର ଏହି ଚର୍ଚ୍ଚକୁ ୫ ବର୍ଷ ମଧ୍ୟରେ ନିର୍ମାଣ କରାଯିବାର ନିଷ୍ପତି ନେଇଛନ୍ତି ।