ପୁଣି ସାର୍ଦ୍ଦୁଲଙ୍କ ଦମଦାର ପ୍ରଦର୍ଶନ: ୨୮୭ ରନ କଲା ଭାରତ, ଦକ୍ଷିଣ ଆଫ୍ରିକା ଆଗରେ ୨୮୮ ରନର ଟାର୍ଗେଟ

176

କନକ ବ୍ୟୁରୋ: ଆଜି ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଦ୍ୱିତୀୟ ଦିନିକିଆରେ ପୁଣି ଚମତ୍କାର ପ୍ରଦର୍ଶନ କରିଛନ୍ତି ସାର୍ଦ୍ଦୁଲ ଠାକୁର । ଫଳରେ ଭାରତ ୨୮୭ ରନ କରିବାରେ ସକ୍ଷମ ହୋଇଛି । ଏହାସହ ଏବେ ଦକ୍ଷିଣ ଆଫ୍ରିକା ଆଗରେ ୨୮୮ ରନର ବିଜୟ ଲକ୍ଷ୍ୟ ରହିଛି । ପ୍ରଥମ ମ୍ୟାଚରେ ମଧ୍ୟ ସାର୍ଦ୍ଦୁଲ ଠାକୁର ଲଢୁଆ ଅର୍ଦ୍ଧ ଶତକ ହାସଲ କରିଥିଲେ ।

ଏହି ମ୍ୟାଚରେ ଭାରତ ପ୍ରଥମେ ଟସ ଜିତି ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ଫଳରେ ବ୍ୟାଟିଂ ପାଇଁ ମୈଦାନକୁ ଓହ୍ଲାଇଥିଲେ କେଏଲ ରାହୁଲ ଓ ଶିଖର ଧୱନ । ହେଲେ ବଡ ସ୍କୋର କରିବାରେ ବିଫଳ ହୋଇ ଆଉ ଆଉଟ ହୋଇ ପାଭିଲିୟନ ଫେରିଯାଇଥିଲେ ଧୱନ । ଏହାପରେ କେଏଲ ରାହୁଲ ୫୫, ରିଷବ ପନ୍ତ ୮୫ ଓ ସାର୍ଦ୍ଦୁଲ ଠାକୁର ୪୦ ରନ କରିଥିଲେ । ଫଳରେ ଦଳ ୫୦ ଓଭରରେ ୬ ୱିକେଟ ହରାଇ ୨୮୭ ରନ କରିଛି ଭାରତ ।