ବାରବାଟୀରେ ଆରମ୍ଭ ହେଲା ଖେଳାଳୀଙ୍କ ଅଭ୍ୟାସ : ପ୍ରଥମେ ଅଭ୍ୟାସ ଆରମ୍ଭ କଲା ଦକ୍ଷିଣ ଆଫ୍ରିକା ଦଳ, ସନ୍ଧ୍ୟାରେ ଫ୍ଲଡ୍ ଲାଇଟରେ ଟିମ୍ ଇଣ୍ଡିଆ କରିବ ପ୍ରାକ୍ଟିସ୍

149

କନକ ବ୍ୟୁରୋ : ଆସନ୍ତାକାଲି ଖେଳାଯିବାକୁଥିବା ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ ପାଇଁ ଆଜି ଅଭ୍ୟାସ ଆରମ୍ଭ କରିଛନ୍ତି ଖେଳାଳୀ । ଦକ୍ଷିଣ ଆଫ୍ରିକା ଟିମ୍ ଅପରାହ୍ଣ ଗୋଟାଏରୁ ବାରବାଟୀ ଷ୍ଟାଡିୟମରେ ଅଭ୍ୟାସ ପାଇଁ ପହଞ୍ଚିଛି । ସେଠାରେ ଟିମ୍ ୨ ଘଣ୍ଟା ଧରି ଅଭ୍ୟାସ କରିବ ଟିମ୍ । ଏହା ପରେ ସନ୍ଧ୍ୟା ୫ଟା ବେଳେ ଟିମ୍ ଇଣ୍ଡିଆ ଅଭ୍ୟାସ କରିବ । ଭାରତୀୟ ଦଳ ଫ୍ଲଡ ଲାଇଟରେ ଅଭ୍ୟାସ କରିବାକୁ ସୁଯୋଗ ପାଇବ ।

ପ୍ରଥମ ମ୍ୟାଚରେ ବଡ଼ ଟାର୍ଗେଟର ପିଛା କରି ଦମଦାର ବିଜୟ ହାସଲ କରିଥିବା ଦକ୍ଷିଣ ଆଫ୍ରିକାର ଆତ୍ମବିଶ୍ୱାସ ଉର୍ଦ୍ଧ୍ୱରେ ରହିଛି । ଏପରି ସ୍ଥିତିରେ ବାରବାଟୀରେ ଭ୍ରମଣକାରୀ ଦଳ ବିଜୟଧାରାକୁ ବଜାୟ ରଖିବାକୁ ଚାହିଁବ । ସେପଟେ ଭାରତ ସିରିଜକୁ ପ୍ରତ୍ୟାବର୍ତନ କରିବାକୁ ଲକ୍ଷ୍ୟ ରଖିଛି । ପ୍ରଥମ ମ୍ୟାଚରେ ଟିମର ବ୍ୟାଟିଂ ବିଭାଗ ଉନ୍ନତ ପ୍ରଦର୍ଶନ କରିଥିଲେ ହେଁ, ବୋଲର ଓ ଫିଲ୍ଡରଙ୍କ ପ୍ରଦର୍ଶନ ଆଶାନୁରୂପ ରହିନଥିଲା । ତେଣୁ ନୂଆ କ୍ୟାପଟେନ୍ ଋଷଭ ପନ୍ତଙ୍କ ନେତୃତ୍ୱରେ ଭାରତ ବାରବାଟୀ ମ୍ୟାଚ୍ ଜିତି ସିରିଜକୁ ବରାବର କରିବାକୁ ଚାହିଁବେ ।