ତିରୁପତି ବାଲାଜୀ ମନ୍ଦିର ପରିସରରେ ଜୋତା ପିନ୍ଧି ବୁଲିଲେ, ଫଟୋସୁଟ କଲେ ଅଭିନେତ୍ରୀ ନୟନତାରା । ନୋଟିସ୍ ଜାରି କଲା ପୋଲିସ୍

565

କନକ ବ୍ୟୁରୋ: ନିକଟରେ ନିର୍ଦ୍ଦେଶକ ବିଘ୍ନେ୍ନଶ ଶିବନଙ୍କୁ ବିବାହ କରିଛନ୍ତି ସାଉଥ୍ ଅଭିନେତ୍ରୀ ନୟନତାରା । ତାଙ୍କ ପାଖକୁ ଆସିଛି ଆଇନଗତ ନୋଟିସ୍ । ପୋଲିସ ତାଙ୍କ ବିରୋଧରେ ମମଲା ରୁଜୁ କରି ନୋଟିସ୍ ପଠାଇଛି ।

ସୂଚନା ମୁତାବକ, ଜୁନ୍ ୯ ତାରିଖରେ ନୟନତାରା ତାଙ୍କ ଲଙ୍ଗଟାଇମ୍ ବୟଫ୍ରେଣ୍ଡ ତଥା ଫିଲ୍ମ ନିର୍ଦ୍ଦେଶକ ବିଘ୍ନେଶଙ୍କୁ ବିବାହ କରିଥିଲେ । ବିବାହ ପରି ଦୁହେଁ ମିଶି ତିରୁପତି ବାଲାଜୀଙ୍କ ଦର୍ଶନ ପାଇଁ ଯାଇଥିଲେ । ହେଲେ ମନ୍ଦିର ପରିସରରେ ନୟନତାରା ଜୋତା ପିନ୍ଧି ବୁଲୁଥିବା ଦେଖିବାକୁ ମିଳିଥିଲା । ଏହାକୁ ନେଇ ବିବାଦ ଆରମ୍ଭ ହୋଇଛି ।

ତିରୁମାଲା ତିରୁପତି ଦେଶସ୍ଥାନମ୍ ବୋର୍ଡର ମୁଖ୍ୟ ଭିଜିଲାନ୍ସ ସୁକ୍ୟୁରିଟି ଅଫିସରଙ୍କ କହିବା ମୁତାବକ, ନୟନତାରାଙ୍କୁ ମଡା ଷ୍ଟ୍ରିଟରେ ଜୋତା ପିନ୍ଧି ବୁଲୁଥିବା ଓ ଦୁହେଁ ଫଟୋସୁଟ୍ କରୁଥିବା ଦେଖିବାକୁ ମିଳିଥିଲା । ଧାର୍ମିକ ଦୃଷ୍ଟିକୋଣରୁ ଏହି ସ୍ଥାନର ବେଶ ଗୁରୁତ୍ୱ ଥିବା ସତ୍ତେ୍ୱ ନୟନତାରାଙ୍କ ଏପରି କାର୍ଯ୍ୟ ଶ୍ରଦ୍ଧାଳୁଙ୍କ ଭାବନାକୁ ଆଘାତ ଦେଇଛି । ଏସବୁ କରି ସେ ମନ୍ଦିରର ନିୟମ ଉଲଂଘନ କରିଛନ୍ତି । କାରଣ ଏଠାରେ କ୍ୟାମେରା ପ୍ରବେଶକୁ ନିଷିଦ୍ଧ କରାଯାଇଛି । ତେଣୁ ତାଙ୍କୁ ପୋଲିସ ନୋଟିସ୍ କରିଛି ।