ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ନିଜ କମ୍ପାନୀ ଚଳାଇବା ସହ ପଢୁଥିଲେ ପାଠ ! କଲେଜରୁ ମିଳିଲା ୩୦ ଲକ୍ଷ ଟଙ୍କାର ପୁରସ୍କାର

ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ । ନିଜ କମ୍ପାନୀ ଚଳାଇବା ସହ ପଢୁଥିଲେ ପାଠ

236
କନକ ବ୍ୟୁରୋ : ପୂର୍ବରୁ ଯୁବତୀଙ୍କ ପଢାରେ ଅନେକ ବାଧା ଉପୁଜୁଥିଲା । ହେଲେ ବର୍ତମାନ ସମୟରେ ସମୟ ବଦଳିଛି । କେବଳ ସମୟ ବଦଳିଛି ତାହା ନୁହେଁ ପୂର୍ବରୁ ସମାଜ ଯେପରି ଭାବରେ ଯୁବତୀଙ୍କୁ ଦେଖୁଥିଲା ତାହାର ନଜର ମଧ୍ୟ ବଦଳିଛି । ତେଣୁ ବର୍ତମାନ ସମୟରେ ବହୁ ଆଗକୁ ଯୁବତୀମାନେ ଗଲେଣି । ସମୟର ତାଳେ ତାଳେ ଝିଆ ମାନେ ଆଗକୁ ବଢିବା ସହ ଅନେକ ଜନହିତକର କାମରେ ମଧ୍ୟ ନିଜକୁ ସାମିଲ କରୁଛନ୍ତି । ମିଳିଥିବା ସୂଚନା ଅନୁସାରେ, ରାଜସ୍ଥାନର ଅସୀମା ଜେନ ଦିଲ୍ଲୀରୁ ଏକ ପ୍ରତିଷ୍ଠିତ କଲେଜରୁ ଅର୍ଥନୀତିରେ ସ୍ନାତକୋତ୍ତର ଡିଗ୍ରୀ ହାସଲ କରିଛନ୍ତି । ତେବେ ସେ ପୂର୍ବରୁ ହିଁ କିଛି କରିବାର ଇଚ୍ଛା ମନରେ ସଂଚାର କରିଥିଲେ । ସେ ଯେଉଁ ସ୍ୱପ୍ନ ଦେଖିଥିଲେ ତାହାକୁ ପୂରଣ କରିବା ପାଇଁ ମଧ୍ୟ ସମସ୍ତ ପ୍ରକାର ଚେଷ୍ଟା କରିଥିଲେ । ପିଲାବେଳୁ ଅସୀମାଙ୍କୁ ପାଠପଢାରେ ଅଧିକ ରୁଚି ଥିଲ ।
ପାଠପଢାରେ ଅଧିକ ମନ ନିବେଶ କରୁଥିବା କାରଣ ହେତୁ ଯୁକ୍ତ ଦୁଇରେ ୯୬.୪୦ ପ୍ରତିଶତ ମାର୍କ ରଖିବା ସହ ପରିବାରର ନାମ ଗୌରବାନ୍ୱିତ କରିପାରିଥିଲେ । କେବଳ ପାଠ ପଢାରେ ତାଙ୍କର ମନ ଥିଲା କହିଲେ ହେବ ନାହିଁ କାରଣ ସେ ସାମାଜିକ କାମରେ ନିଜକୁ ହଜାଇବା ପାଇଁ କେବେ ବି ଭୁଲି ନଥିଲେ । ଅନେକ ସାମାଜିକ ସଂଗଠନରେ ନିଜକୁ ସାମିଲ କରିଥିଲେ ମଧ୍ୟ ସେ । କଲେଜରେ ପଢୁଥିବା ସମୟରେ ହିଁ ନିଜର ପାଞ୍ଚଜଣଙ୍କ ସାଙ୍ଗଙ୍କ ସହ ମିଶି ଏକ ଏନଜିଓ ଖୋଲିଥିଲେ ।
ଏହାପରେ ଦିଲ୍ଲୀରେ ଥିବା ଏନଜିଓ ଗୁଡିକ ସହ କଥାବାର୍ତା କରି ନିଜର ସଂଗଠନକୁ ତାହା ସହ ସାମିଲ କରିପାରିଥିଲେ ଅସୀମା । ସହରର ବିଭିନ୍ନ ସ୍ଥାନ ବୁଲି ଲୋକମାନଙ୍କ ଅସୁବିଧା ସମ୍ପର୍କରେ ନିଜେ ଅବଗତ ହେଉଥିଲେ । କେବଳ ଏତିକି ନୁହେଁ ବରଂ ସେମାନଙ୍କ ଆଗରେ ଲୋକମାନେ କହୁଥିବା ନିଜ ଅସୁବିଧାକୁ ଏକ ଖାତାରେ ସେ ଟିପି ରଖୁଥିଲେ । ମହିଳାଙ୍କ ସମ୍ପର୍କରେ ସେ ମଧ୍ୟ ବେଶ ତତ୍ପର ଥିଲେ । ତାଙ୍କ ସହ ଆଲୋଚନା କରି ଅସୁବିଧା ଗୁଡିକ ପୋଲିସ ପାଖରେ ଦାଖଲ କରୁଥିବା ନେଇ ମଧ୍ୟ ସୂଚନା ରହିଛି । ଛୋଟପିଲା ଓ ମହିଳାଙ୍କୁ ସମାଜରେ ଆଗକୁ ନେବା ପାଇଁ ଏକ ସ୍ୱତନ୍ତ୍ର ଏନଜିଓ ଖୋଲିଥିବାର ମଧ୍ୟ ସୂଚନା ରହିଛି । ଅସୀମାଙ୍କ ଏପରି କାମକୁ ସ୍ଥାନୀୟ ଅଞ୍ଚଳରେ ବେଶ ପ୍ରଶଂସା କରାଯିବା ସହ ସାବାସି ମଧ୍ୟ ଦିଆଯାଏ । କେବଳ ଯେ, ସ୍ଥାନୀୟ ଲୋକ ଏକଥା ନୁହେଁ ବରଂ ସେ ପଢୁଥିବା କଲେଜରେ ମଧ୍ୟ ତାଙ୍କର ଏପରି କାମକୁ ପ୍ରଶଂସା କରାଯାଏ ।
ମିଳିଥିବା ସୂଚନା ଅନୁସାରେ, ଅସୀମାଙ୍କ ଏପରି କାମ ପାଇଁ ପାଠପଢୁଥିବା ସମୟରେ ତାଙ୍କୁ କଲେଜ ପକ୍ଷରୁ ୩୦ ଲକ୍ଷ ଟଙ୍କା ମଧ୍ୟ ମିଳିଥିଲା । ଆଜିର ସମୟରେ ଯେଉଁମାନେ ଘରେ ଝିଅ ଜନ୍ମ ହେଲେ ହତାଶ ମନୋଭାବ ପୋଷଣ କରନ୍ତି ଓ ଚିନ୍ତା ମଧ୍ୟ କରନ୍ତି ଯେ ଝିଅ କଣ କରିବ । ହେଲେ ଅସୀମାଙ୍କ ପରି ଝିଅ ଯଦି ଏପରି କାମ କରୁଛନ୍ତି ତେବେ ଝିଅଙ୍କୁ ନେଇ ହତଉତ୍ସାହିତ ହେଉଥିବା ପରିବାରର ଚିନ୍ତା ନିଶ୍ଚୟ ଭାବରେ ବଦଳିପାରିବ । ସାରା ଦେଶରେ ଅସୀମାଙ୍କୁ ନେଇ ଗର୍ବ କରିବା ସହ ସମାଜ ପାଇଁ ସେ ଉଦାହରଣ ହୋଇପାରିଥିବା ସ୍ଥାନୀୟ ଅଂଚଳରେ ବସବାସ କରୁଥିବା ଲୋକମାନେ ନିଜ ପ୍ରତିକ୍ରିୟାରେ କହିଛନ୍ତି ।