ରାଜସ୍ଥାନର ଶିକ୍ଷା ମନ୍ତ୍ରୀ ଗୋବିନ୍ଦ ସିଂହ ଡୋଟାସରା ରବିବାର ଦିନ କହିଛନ୍ତି କି, ରାଜସ୍ଥାନର ଆଗାମୀ ଶିକ୍ଷା ଅଧିବେଶନରେ ପିଲାଙ୍କୁ ସହିଦଙ୍କ ବିଷୟରେ ସୂଚନା ଦେବା ପାଇଁ ସହିଦଙ୍କ ଗୌରବ ଗାଥାକୁ ପାଠ୍ୟକ୍ରମରେ ସାମିଲ କରାଯିବ । ସେ କହିଛନ୍ତି କି, ପାଠ୍ୟକ୍ରମରେ ସହିଦଙ୍କ ଗୌରବ ଗାଥା କେଉଁ ରୂପରେ ହେବ, କେଉଁ ପ୍ରକାରରେ ହେବ ଏବଂ କ’ଣ କ’ଣ ସାମିଲ କରାଯିବ ସେହି ବିଷୟରେ ପାଠ୍ୟକ୍ରମ ସମିତି ନିଷ୍ପତ୍ତି ନେବ । ସରକାରଙ୍କ ଉଦ୍ଦେଶ୍ୟ ଏହା ଯେ, ସହିଦଙ୍କ ଗୌରବ ଗାଥାକୁ ପାଠ୍ୟକ୍ରମରେ ଏଭଳି ଭାବେ ବର୍ଣ୍ଣନା କରାଯାଉ କି ଲୋକ ସେଥିରୁ ପ୍ରେରିତ ହୁଅନ୍ତୁ ଓ ସହିଦଙ୍କ ସମ୍ମାନ ହେଉ ।
ପୁଲୱାମା ଆତ୍ମଘାତୀ ଆକ୍ରମଣରେ ସହିଦ ହୋଇଥିବା ଯବାନମାନଙ୍କ ମଧ୍ୟରେ ରାଜସ୍ଥାନରୁ ୫ ଜଣ ଅଛନ୍ତି। ତେବେ ଦେଶ ପାଇଁ ପ୍ରାଣବଳୀ ଦେଇଥିବା ଏହି ଯବାନଙ୍କ ଗାଥା ସମ୍ପର୍କରେ ଏକ ଅଧ୍ୟାୟ ରାଜସ୍ଥାନର ସବୁ ସ୍କୁଲ୍ ବହିରେ ଯୋଡ଼ିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି । ଆତଙ୍କବାଦୀଙ୍କ ଏହି ଆକ୍ରମଣ ବିଭୀଷିକା ଏବଂ ସହିଦମାନଙ୍କ ସମ୍ପର୍କରେ ପର ପିଢ଼ି ଜାଣିବା ପାଇଁ ଏକ ଅଧ୍ୟାୟ ସ୍କୁଲ୍ ବହିରେ ସ୍ଥାନୀତ କରିବା ପାଇଁ ସରକାର ବିଚାର ବିମର୍ଶ ଜାରି ରଖିଛନ୍ତି ।