ସାବଧାନ! ୨୦୮୦ ବେଳକୁ ପୃଥିବୀରେ କେବଳ ଦେଖାଦେବ ଖରାଦିନ, ୨୦୦୦% ବଢିଯିବ ଅଂଶୁଘାତ ମୃତ୍ୟୁସଂଖ୍ୟା, ଗବେଷଣାରୁ ଆସିଲା ସାଂଘାତିକ ତଥ୍ୟ

133

ଦିନକୁ ଦିନ ବୃଦ୍ଧି ପାଉଛି ପୃଥିବୀର ତାପମାତ୍ରା । ଅସହ୍ୟ ହେଉଛି ଗରମ । ଯାହାକୁ ନେଇ ଚିନ୍ତାରେ ବିଶ୍ୱବାସୀ । କିନ୍ତୁ ଏତେ ସବୁ ପରେ ମଧ୍ୟ ମଣିଷର ବୁଦ୍ଧି ଉଦୟ ହେଉନାହିଁ । ଜଙ୍ଗଲ କ୍ଷୟ, ଜନସଂଖ୍ୟା ବୃଦ୍ଧି , ସେହିଅନୁସାରେ ତାପମାତ୍ରା ବଢିଚାଲିଛି । ସେଥିପାଇଁ ଏବେ ପ୍ରବଳ ଗ୍ରୀଷ୍ମପ୍ରବାହ ଅନୁଭୂତ ହେଉଛି । ଅଂଶୁଘାତ ମୃତ୍ୟୁ ସଂଖ୍ୟା ବଢିଚାଲିଛି । କିନ୍ତୁ ଆଗକୁ ବଡ଼ ବିପଦ ଆସୁଛି । ବୈଜ୍ଞାନିକମାନେ ପୂର୍ବାନୁମାନ କରିଛନ୍ତି ଯେ ଆସନ୍ତା ୨୦୮୦ ସୁଦ୍ଧା ପୃଥିବୀର ତାପମାତ୍ରା ଏତେ ବଢିଯାଇଥିବ ଯେ ଅଂଶୁଘାତ ମୃତ୍ୟୁ ସଂଖ୍ୟା ପ୍ରାୟ ୨୦୦୦ ପ୍ରତିଶତ ବଢିଚାଲିବ ।

ଆଗାମୀ ଦିନରେ ଗ୍ରୀଷ୍ମପ୍ରବାହ ପ୍ରବଳ ହେବ, ନିୟମିତଭାବେ ହେବ ଓ ଅଧିକ ସମୟ ଧରି ଲାଗି ରହିବ । ଏହାର ଅର୍ଥ ହେଉଛି ଲୋକମାନେ ଅଧିକ ସଂଖ୍ୟାରେ ମୃତ୍ୟୁବରଣ କରିବେ ବୋଲି ଅଷ୍ଟ୍ରେଲିଆର ମୋନାର୍କ ବିଶ୍ୱବିଦ୍ୟାଳୟ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ବିଶ୍ୱବିଦ୍ୟାଳୟ ପକ୍ଷରୁ ପ୍ରକାଶିତ ଏକ ଗବେଷଣା ନିବନ୍ଧରେ କୁହାଯାଇଛି ଯେ ମଣିଷ ଓ ଜୀବଜନ୍ତୁ ଯଦି ଏହି ପ୍ରତିକୂଳ ଜଳବାୟୁ ସହ ଖାପ ଖୁଆଇପାରିବେ ନାହିଁ ତେବେ କ୍ରାନ୍ତୀୟ ଓ ବିଷୁବ ମଣ୍ଡଳୀୟ ଅଂଚଳରେ (ଯଥା ଭାରତୀୟ ଉପମହାଦେଶ, ଆଫ୍ରିକା, ଏସିଆ, ଦକ୍ଷିଣ ଆମେରିକା)ରେ ଅଧିକ ସଂଖ୍ୟାରେ ଲୋକ ମୃତ୍ୟୁବରଣ କରିବେ ।