ଡ୍ରୋନରେ ଭେନଜୁଏଲା ରାଷ୍ଟ୍ରପତିଙ୍କୁ ମାରିବାକୁ ଉଦ୍ୟମ । ବୁଲେଟପ୍ରୁଫ୍ ସୁରକ୍ଷା କବଚ ତିଆରି କରି ରାଷ୍ଟ୍ରପତିଙ୍କ ଜୀବନ ବଞ୍ଚାଇଲେ ସୁରକ୍ଷାକର୍ମୀ

34

ଭେନେଜୁଏଲାର ରାଷ୍ଟ୍ରପତିଙ୍କ ଉପରେ ଡ୍ରୋନ ଆକ୍ରମଣର ଚିତ୍ର ସାରା ବିଶ୍ୱରେ ଚହଳ ସୃଷ୍ଟି କରିଛି । ଭେନେଜୁଏଲାର ରାଷ୍ଟ୍ରପତି ନିକୋଲସ ମୋଡୁରୋ ଯେତେବେଳେ ନ୍ୟାସନାଲ ଗାର୍ଡଙ୍କର ଏକ ସମାବେଶକୁ ସମ୍ବୋଧିତ କରୁଥିଲେ ସେହି ସମୟରେ ଏହି ଡ୍ରୋନ ଆକ୍ରମଣ ହୋଇଛି । ଦୁଇଟି ଡ୍ରୋନରେ ନିକୋଲସଙ୍କ ଉପକେର ଆକ୍ରମଣ ଉଦ୍ୟମ କରାଯାଇଥିବା ବେଳେ ରାଷ୍ଟ୍ରପତିଙ୍କ ସୁରକ୍ଷାକର୍ମୀ ବୁଲେଟପ୍ରୁଫ ସୁରକ୍ଷା କବଚ ତିଆରି କରି ଭେନେଜୁଏଲାର ରାଷ୍ଟ୍ରପତିଙ୍କୁ ସୁରକ୍ଷା ଯୋଗଇଛନ୍ତି ।

ଭେନେଜେୁଏଲା ରାଷ୍ଟ୍ରପତି ତାଙ୍କ ପତ୍ନୀଙ୍କ ନ୍ୟାସନାଲ ଗାର୍ଡର ୮୧ତମ ସମାବେଶକୁ ସମ୍ବୋଧିତ କରୁଥିବା ବେଳେ ହଠାତ ପ୍ରଥମେ ଏକ ବିସ୍ଫୋରଣ ଘଟିଥିଲା । ଏହାକୁ ରାଷ୍ଟ୍ରପତି ସେନାର ଏକ ରଣକୈାଶଳ ବୋଲି ଭାବିଥିଲେ କିନ୍ତୁ ପରବର୍ତୀ ବିସ୍ଫୋରଣ ପରେ ଭାଷଣ ଦେଉଥିବା ରାଷ୍ଟ୍ରପତି ବି ଚମକି ଉଠିଥିଲେ । ଏହାପରେ ନିକୋଲସଙ୍କ ସୁରକ୍ଷାକର୍ମୀ ବୁଲେଟପ୍ରୁଫ ସୁରକ୍ଷା କବଚ ତିଆରି କରି ତାଙ୍କୁ ସୁରକ୍ଷିତ ସ୍ଥାନକୁ ନେଇ ଯାଇଥିଲେ । ଏହାରି ଭିତରେ ଆକାଶରେ ଏକ ଡ୍ରୋନ ବୁଲୁଥିବାର ଦେଖିବାକୁ ମିଳିଥିଲା ।

ରାଷ୍ଟ୍ରପତିଙ୍କ ସାମ୍ନାରେ ଓ ତାଙ୍କ ମୁଣ୍ଡ ଉପରେ ଡ୍ରୋନ ଜରିଆରେ ବିସ୍ଫୋରଣ ପାଇଁ ଯୋଜନା ହୋଇଥିବା ବେଳେ ଗୋଟିଏ ଡ୍ରୋନ ତଳେ ଖସି ପଡିଥିଲା । ଅନ୍ୟ ଏକ ଡ୍ରୋନ ନିୟନ୍ତ୍ରଣ ହରାଇ ନିକଟସ୍ଥ ଏକ ଆପାର୍ଟମେଂଟରେ ବିସ୍ଫୋରଣ କରିଥିଲା । ଆପାର୍ଟମେଂଟରୁ କିଛି ଫ୍ଲୋରରୁ ଧୁଆଁ ବାହାରଉଥିବାର ଦୃଶ୍ୟ ମଧ୍ୟ ଦେଖିବାକୁ ମିଳିଛି ।ଏହାପରେ ଭେନେଜୁଏଲା ପୁଲିସ ଘଟଣାସ୍ଥଳରେ ପହଁଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା ।

ସେପଟେ ଏହି ଆପାର୍ଟମେଂଟର କିଛି ଲୋକ ଆହତ ହୋଇଥିବା ବେଳେ ନ୍ୟାସନାଲ ଗାର୍ଡ ସମାବେଶ ସ୍ଥଳରେ ବି କିଛି ସମୟ ପାଇଁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିବା ଦେଖିବାକୁ ମିଳିଛି । କିଛି ସୁରକ୍ଷାକର୍ମୀ ମଧ୍ୟ ରକ୍ତ ଜୁଡୁବୁଡୁ ହୋଇଥିବାର ଚିତ୍ର ସାମ୍ନାକୁ ଆସିଛି । ଏହାପରେ ଭେନେଜୁଏଲାରେ ହାଇଆଲର୍ଟ ଜାରି କରାଯାଇଥିବା ଜଣା ପଡିଛି । ମିଳିଥିବା ସୂଚନା ଅନୁସାରେ ଡ୍ରୋନରେ ୨.୨ ପାଉଣ୍ଡର ସି-୦୪ ବିସ୍ଫୋରକ ବ୍ୟବହାର କରାଯାଇଥିଲା । ଏହି ଡ୍ରୋନ ଆକ୍ରମଣରେ ୧୨ଜଣ ଆହତ ହୋଇଥିବା ବେଳେ ୬ ଜଣଙ୍କ ଅବସ୍ଥା ଗରୁତର ରହିଛି । ଏହି ଆକମ୍ରଣ ପରେ ୦୬ଜଣଙ୍କୁ ଅଟକ ରଖାଯାଇଥିବା ବେଳେ ସେମାନଙ୍କ ଭିତରୁ ଦୁଇଜଣ ପୂର୍ବରୁ ଦେଶ ଦ୍ରୋହ ମାମଲାରେ ସମ୍ପୃକ୍ତ । ଏହି ଘଟଣା ପରେ ଭେନେଜୁଏଲା ରାଷ୍ଟ୍ରପତି କହିଛନ୍ତି ତାଙ୍କୁ ମାରିବା ପାଇଁ ଉଦ୍ୟମ କରାଯାଇଥିଲା ।