ବିଏମସିର ବେଆଇନ କଲ୍ୟାଣ ମଣ୍ଡପ ସିଲ ଅଭିଯାନ ଆରମ୍ଭ : ସହିଦନଗରରେ ଥିବା ପାଲାଡିୟମ କୋଟେୟାଡ ମଣ୍ଡପ ସିଲ କଲା ବିଡିଏ, ଗାଇଡଲାଇନ ଉଲ୍ଲଂଘନ କରିଥିବା ଅଭିଯୋଗ

237

କନକ ବ୍ୟୁରୋ : ଭୁବନେଶ୍ୱରରେ ଆରମ୍ଭ ହେଲା କଲ୍ୟାଣ ମଣ୍ଡପ ସିଲ୍ ଅଭିଯାନ । ସହିଦନଗର ପାଲାଡିୟମ କୋଟୟାର୍ଡ ମଣ୍ଡପ ସିଲ କରିଛି ବିଏମସି ଓ ବିଡିଏର ସ୍ୱତନ୍ତ୍ର ସ୍କାର୍ଡ । ଏହି କଲ୍ୟାଣ ମଣ୍ଡପ ବିଏମସି ଓ ବିଡିଏର ଗାଇଡଲାଇନକୁ ଉଲ୍ଲଂଘନ କରିଥିବା ଜଣାପଡିବା ପରେ ତାକୁ ସିଲ କରାଯାଇଥିବା ଜଣାପଡିଛି । ପ୍ରଥମ ଦିନରେ ବିଏମସିର ତିନଟି ଜୋନରୁ ପ୍ରାୟ ୫ଟି କଲ୍ୟାଣ ମଣ୍ଡପ ସିଲ କରିବ ବୋଲି ସୂଚନା ମିଳିଛି ।

ପୂର୍ବରୁ ଭୁବନେଶ୍ୱରରେ ଥିବା ୯୪ଟି କଲ୍ୟାଣ ମଣ୍ଡପକୁ ବିଏମସି କାରଣ ଦର୍ଶାଅ ନୋଟିସ ଜାରି କରିଥିଲା । ବିନା ବିଲଡିଂ ପ୍ଲାନ ଅନୁମୋଦନରେ କୋଠା ନିର୍ମାଣ, ଟ୍ରେଡ ଲାଇସେନ୍ସ ନଥାଇ ବ୍ୟବସାୟ, ହୋଲଡିଂ ଟିକସ ଫାଙ୍କି ଓ ପାର୍କିଂ ସୁବିଧା ନଥିବା କଲ୍ୟାଣ ମଣ୍ଡପକୁ ନୋଟସ କରି ମାସେ ଭିତରେ ଭିତିଭୂମୀ ସଜାଡିବାକୁ ମହଲତ ଦିଆଯାଇଥିଲା । ଗତ ୩୦ ତାରିଖରେ କଂଟ ସରିଯାଇଥିବା ବେଳେ ଆଜିଠାରୁ ବେଆଇନ ଭାବେ ନିର୍ମାଣ ହୋଇଥିବା ଓ ବେଆଇନ ଭାବେ ଚାଲିଥିବା କଲ୍ୟାଣ ମଣ୍ଡପଗୁଡିକୁ ସିଲ କରିବ ବିଏମସି ।