ଖଣ୍ଡଗିରି ଛକରେ ଟ୍ରାଫିକ ଜାମ । ଭିଡରେ ଫସିଲା ୧୦୮ ଆମ୍ବୁଲାନ୍ସ

ଫ୍ଲାଏ ଓଭର ନିର୍ମାଣ କାର୍ଯ୍ୟ ଯୋଗୁଁ ଗୁରୁତର ହେଉଛି ଟ୍ରାଫିକ ସମସ୍ୟା

267

କନକ ବ୍ୟୁରୋ: ଖଣ୍ଡଗିରି ଛକରେ ଟ୍ରାଫିକ ଜାମ । ଭିଡ ଭିତରେ ଫସିଲା ଆମ୍ବୁଲାନ୍ସ । ସାଇରନ୍ ମାରୁଥିଲେ ବି ଗହଳି ଭିତରୁ ବାହାରି ପାରୁନି, ବାଧ୍ୟ ହୋଇ ଅନ୍ୟ ଗାଡି ପଛେ ପଛେ ଗଲା ୧୦୮ ଆମ୍ବୁଲାନ୍ସ । ତେବେ ବଡ କଥା ହେଉଛି ଖଣ୍ଡଗିରି ଛକରେ ଦୀର୍ଘଦିନ ହେବ ଜାରି ରହିଛି ଫ୍ଲାଏ ଓଭର ନିର୍ମାଣ କାର୍ଯ୍ୟ  ।

ଗୋଟିଏ ପଟେ ନିର୍ମାଣ କାର୍ଯ୍ୟ ଚାଲିଥିବାବେଳେ ଅନ୍ୟପଟେ ଟ୍ରାଫିକ ସମସ୍ୟା ଗୁରୁତର ହୋଇଛି । ଏପରିକି ଯଦି ଆପଣ ଏହି ରାସ୍ତା ଦେଇ ଯାଉଛନ୍ତି ତେବେ କେତେବେଳେ ଗନ୍ତବ୍ୟସ୍ଥଳରେ ପହଁଚିବେ ତାହା କହିବା ମୁସକିଲ ହୋଇପଡିଛି । ତେବେ କେବେ ସରିବ ନିର୍ମାଣ କାର୍ଯ୍ୟ ଆଉ ସୁଧୁରିବ ଟ୍ରାଫିକ ସମସ୍ୟା ତାକୁ ନେଇ ଚିନ୍ତାରେ ପଡିଛନ୍ତି ଏହି ବାଟ ଦେଇ ଯିବାଆସିବା କରୁଥିବା ଲୋକେ । ଏବେ ଖଣ୍ଡଗିରି ମେଳା ଚାଲିଥିବାରୁ ଏହି ସମସ୍ୟା ଆହୁରି ଗୁରୁତର ହୋଇଛି ।