ଆଉ ରହିବନି ପାନକାର୍ଡ ଚିନ୍ତା…ଏଣିକି ଆଧାର ଦେଖାଇଲେ ତୁରନ୍ତ ମିଳିଯିବ ପାନ ନମ୍ବର…ବଜେଟରେ ଅର୍ଥମନ୍ତ୍ରୀଙ୍କ ବଡ ଘୋଷଣା

548

କନକ ବ୍ୟୁରୋ: ଯଦି ଆପଣଙ୍କ ନିକଟରେ ଆଧାର ନମ୍ବର ରହିଛି ତେବେ ଅତି ସହଜରେ ଆପଣ ପାଇପାରିବେ ପର୍ମାନେଂଟ ଆକାଉଂଟ ନମ୍ବର ତଥା ପାନ କାର୍ଡ । ଏକଥା ଆମେ କହୁଁନୁ ବରଂ ଶନିବାର ବଜେଟ ଉପସ୍ଥାପନ କରିବା ସମୟରେ ଏଭଳି ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଅର୍ଥମନ୍ତ୍ରୀ କହିଛନ୍ତି ଯେ,ଆଧାର ଜରିଆରେ ତତ୍କାଳ ପାନର ଅନଲାଇନ ପ୍ରଦାନକୁ ନେଇ ଖୁବ ଶୀଘ୍ର ଏପ୍ରକାର ବ୍ୟବସ୍ଥା ଆରମ୍ଭ କରାଯିବ । ଏଥିପାଇଁ ଲୋକଙ୍କୁ କୌଣସି ଆବେଦନ ଫର୍ମ ମଧ୍ୟ ଭରିବାକୁ ପଡିବ ନାହିଁ ।

ନିର୍ମଳା କହିଛନ୍ତି ଯେ, ଟିକସଦାତାଙ୍କ ଆଧାର ଆଧାରିତ ଭେରିଫିକେସନର ମଧ୍ୟ ଆରମ୍ଭ କରାଯିବ । ଟିକସଦାତାଙ୍କ ସୁବିଧା ପାଇଁ ଖୁବ୍ ଶୀଘ୍ର ଏକ ବ୍ୟବସ୍ଥା ଆରମ୍ଭ କରାଯିବ । ଯେଉଁଥିରେ କେବଳ ଆଧାର ଜରିଆରେ ହିଁ ଆବେଦନକାରୀଙ୍କୁ ତୁରନ୍ତ ଅନଲାଇନ ପାନ ପ୍ରଦାନ କରାଯିବ । ଏଥିପାଇଁ ଆବେଦନକାରୀଙ୍କୁ କୌଣସି ଆବେଦନ ଫର୍ମ ଭରିବାକୁ ପଡିବ ନାହିଁ ।

ଏହାଦ୍ୱାରା ଆପଣଙ୍କୁ ପାନ କାର୍ଡ ପାଇଁ ନା କୌଣସି ଅଫିସର ଚକ୍କର କାଟିବାକୁ ପଡିବ ନା ହିଁ ପାନ ପାଇଁ ଆପଣଙ୍କୁ ଦୀର୍ଘ ଦିନ ଧରି ଅପେକ୍ଷା କରିବାକୁ ପଡିବ । ଏଥିପାଇଁ ଖୁବ୍ ଶୀଘ୍ର ଏକ ଅନଲାଇନ ସିଷ୍ଟମ ଅଣାଯିବ । ସେହିଭଳି ଟିକସ ଭରିବା, ବ୍ୟାଙ୍କ ଆକାଉଂଟ ଖୋଲିବା ସମୟରେ ଏବଂ ଆର୍ଥିକ କାରବାର ଭଳି ଗୁରୁତ୍ୱପୂର୍ଣ୍ଣ କାମରେ ପାନ କାର୍ଡର ଆବଶ୍ୟକତା ପଡିଥାଏ । ତେବେ ଆୟକର ବିଭାଗ ଏନଏସଡିଏଲ ଓ ୟୁଟିଆଇ-ଆଇଟିଏସଏଲ ନାମକ ଦୁଇଟି ଏଜେନ୍ସି ଜରିଆରେ ପାନକାର୍ଡ ଜାରି କରିଥାଏ । ଯେଉଁଥିରେ ପାନରେ ବ୍ୟକ୍ତିଙ୍କୁ ୧୦ କ୍ୟାରେକ୍ଟର ବିଶିଷ୍ଟ ଏକ ୟୁନିକ୍ ନମ୍ବର ମିଳିଥାଏ ।

୯ ନଭେମ୍ବର, ୨୦୧୯ରେ ଆୟକର ବିଭାଗ ପକ୍ଷରୁ ଆୟକର ଆଇନ ୧୯୬୧ରେ ସଂଶୋଧନ କରାଯାଇଛି । ଆଉ ଏହି ସଂଶୋଧିତ ଆଇନ ଅନୁସାରେ ଯଦି କୌଣସି ଟିକସଦାତାଙ୍କ ନିକଟରେ ପାନକାର୍ଡ ନାହିଁ ତେବେ ଏଭଳି ପରିସ୍ଥିତିରେ ନିଜ ଦସ୍ତାବିଜରେ ପାନ ବଦଳରେ ୧୨ ଅଙ୍କ ବିଶିଷ୍ଟ ଆଧାର ନମ୍ବର ବି ବ୍ୟବହାର କରିପାରିବେ । ଏଥି ସହିତ ହିଁ ବିଭାଗ ପକ୍ଷରୁ ଜରିମାନା ବ୍ୟବସ୍ଥା ମଧ୍ୟ ଲାଗୁ କରାଯାଇଛି । ଯେଉଁଥିରେ ଭୁଲ ଆଧାର ନମ୍ବର ଦେଲେ , ବାୟୋମେଟ୍ରିକ୍ ଅଥେଂଟିକେସନ ଫେଲ୍ ହେଲେ , ଜରୁରୀ ଟ୍ରାନଂଜାକସନରେ ଆଧାର କିମ୍ବା ପାନ ନମ୍ବର ନଦେଲେ ୧୦ ହଜାର ଟଙ୍କାର ଜରିମାନା ଦେବାକୁ ପଡୁଥିଲା । ଏହି ନିୟମ ଅନୁସାରେ ଏପ୍ରକାରର ପ୍ରତିଟି ଭୁଲ ପାଇଁ ପ୍ରତି ଥର ୧୦ ହଜାର ଟଙ୍କାର ଜରିମାନା ଦେବାକୁ ପଡିବ । ଆର୍ଥିତ୍ ଯଦି ଆପଣ ଦୁଇଟି ଭିନ୍ନ ଭିନ୍ନ ଫର୍ମରେ ଭୁଲ ଆଧାର ନମ୍ବର ଦିଅନ୍ତି ତେବେ ଆପଣଙ୍କୁ ଏଥିପାଇଁ ୨୦ ହଜାର ଟଙ୍କା ଜରିମାନା ବାବଦକୁ ଦେବାକୁ ପଡିବ ।