ଏପରି ପୁଅଙ୍କ ଆଡକୁ ଆକର୍ଷିତ ହୋଇଥାନ୍ତି ଝିଅ ମାନେ !

214

ଯଦି ଆପଣ ଜାଣି ନାହାଁନ୍ତି ଯୁବତୀ ମାନେ କଣ ଚାହାଁନ୍ତି ତେବେ ଏହି ଖବର ଖାସ୍ ଆପଣଙ୍କ ପାଇଁ । ପ୍ରତ୍ୟେକ ଝିଅଙ୍କର ନିଜ ରାଜକୁମାରକୁ ନେଇ କିଛି ସ୍ୱପ୍ନ ଥାଏ । ପାଂଚଟି କଥା ସେମାନେ ନିଜ ସ୍ୱପ୍ନର ରାଜ କୁମାର ପାଖରେ ଦେଖିବାକୁ ଚାହାଁନ୍ତି । ତେଣୁ ପ୍ରପୋଜ୍ କରିବା ପୂର୍ବରୁ ଧ୍ୟାନ ଦିଅନ୍ତୁ କିଛି ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ।

ଯତ୍ନବାନ୍ ହେବା :
ଝିଅ ମାନଙ୍କୁ ଏକଥା ବହୁତ ଖୁସି ଦେଇଥାଏ ଯେ କେହି ସେମାନଙ୍କ ଖିଆଲ୍ ରଖୁଛି । ଖାସ୍ କରି ସେତେବେଳେ, ଯେତେବେଳେ କି ସାଥୀ ପାଖରେ ନାହିଁ ଅଥଚ ତାଙ୍କ ପାଇଁ ଚିନ୍ତିତ । ସାଥୀର ଏହି ଗୁଣ ସେମାନଙ୍କ ମନକୁ ଛୁଇଁଯାଏ ।

ଭଲ ପରଫ୍ୟୁମ୍ :
ଝିଅ ମାନଙ୍କୁ ପରଫ୍ୟୁମର ବାସ୍ନା ବହୁତ ଭଲ ଲାଗି ଥାଏ । ତେଣୁ ଯେବେ ବି ତାଙ୍କୁ ଦେଖା କରିବାକୁ ଯାଉଛନ୍ତି ତେବେ ଭଲ ବାସ୍ନା ଯୁକ୍ତ ପରଫ୍ୟୁମ୍ ବ୍ୟବାହର କରନ୍ତୁ ।

ଧଳା ସାର୍ଟ :
ଝିଅ ମାନଙ୍କୁ ପୁଅ ମାନେ ଧଳା ସାର୍ଟରେ ଆକର୍ଷକ ଲାଗିଥାନ୍ତି । ତେଣୁ ପ୍ରଥମ ଥର ଦେଖା କରିବାକୁ ଯାଉଥିଲେ ଧଳା ସାର୍ଟ ପିନ୍ଧିକି ଯାଆନ୍ତୁ ।

ହାଲକା ଦାଢି :
ଝିଅ ମାନେ ସାଧାରଣତଃ ହାଲକା ଦାଢି ଥବା ପୁଅ ମାନଙ୍କୁ ଅଧିକ ପସନ୍ଦ କରିଥାନ୍ତି । ତେଣୁ ଯିବା ବେଳେ ଅତ୍ୟଧିକ ଦାଢି ନରଖି ଟ୍ରିମିଙ୍ଗ୍ କରି ହାଲକା ରଖି ଯାଆନ୍ତୁ ।

ରୋଷେଇରେ ସଉକ୍ ରଖୁଥିବା ପୁଅ :
ଝିଅ ମାନଙ୍କୁ ସେହି ପୁଅ ଅଧିକ ପସନ୍ଦ ଆସିଥାନ୍ତି ଯେଉଁମାନେ ରୋଷେଇରେ ସଉକ ରଖିଥାନ୍ତି ।