କେବଳ ସ୍ମରଣ ଶକ୍ତି ହ୍ରାସ ନୁହେଁ ଅନେକ ରୋଗରୁ ମିଳିବ ମୁକ୍ତି । ଜାଣନ୍ତୁ ସବୁଦିନେ କ’ଣ ଖାଇବେ

42
 ଦୈନନ୍ଦିନ ଜୀବନରେ ସୁସ୍ଥ ଶରୀର ପାଇଁ ବିଭିନ୍ନ ପ୍ରକାରର ଫଳ ଓ ପନିପରିବା ଆମେ  ଖାଇଥାଉ । ତେବେ ଯଦି ଆମେ ଗ୍ରୀନମଟରକୁ ଥଣ୍ଡା ଦିନେ ଖାଇବା ଏହା ବହୁତ ଭଲ । ଏହି ସବୁଜ ମଟରକୁ ପଲାଉ, ପୋହା ଭଳି ଅନେକ ଖାଦ୍ୟରେ ବ୍ୟବହାର କରାଯାଏ । ଯାହା ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ । ଗ୍ରୀନମଟରରେ କ୍ୟାଲୋରୀ, କାର୍ବୋହାଇଡ୍ରେଟସ, ପ୍ରୋଟିନ, ଫାଇବର, ଭିଟାମିନ ଭଳି ପୋଷଣ ତତ୍ୱ ରହିଛି । ଯାହା ଅନେକ ରୋଗକୁ ନିୟନ୍ତ୍ରଣ କରିବାରେ ସହାୟତ କରିଥାଏ । ତେବେ ଆସନ୍ତୁ ଜାଣିବା, ମଟରରେ ରହିଥିବା କେତେକ ଉପକାରୀତା ସମ୍ବନ୍ଧରେ ।
ସ୍ମରଣ ଶକ୍ତି ବଢାଇବା
ଗ୍ରୀନମଟର ଖାଇବା ଦ୍ୱାରା ସ୍ମରଣ ଶକ୍ତି ବଢିଥାଏ । ଏହା ସହ ମସ୍ତିଷ୍କରେ ରହିଥିବା ଛୋଟ ଛୋଟ ସମସ୍ୟାକୁ ଦୂର କରିବାରେ ସହାୟତା ହୋଇଥାଏ ।
କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ ରଖିବା
ଶରୀରର କୋଲେଷ୍ଟ୍ରଲ ସ୍ତରକୁ ନିୟନ୍ତ୍ରଣ କରିବା ସହ ମଟାପଣକୁ ମଧ୍ୟ ଦୂର କରିବାରେ ସହାୟତା ହୋଇଥାଏ  ଗ୍ରୀନମଟର । ଏହି ମଟର ଶରୀରର ଟ୍ରାଇଗ୍ଲିସରାଇଡର ସ୍ତରକୁ ନିୟନ୍ତ୍ରଣ ରଖିବା ସହ ବ୍ଲଡର କୋଲେଷ୍ଟ୍ରଲକୁ ମଧ୍ୟ ସନ୍ତୁଳିନ ରଖିଥାଏ ।
ହୃଦୟକୁ ସୁସ୍ଥ ରଖିବା
ଏଟିଂ-ଇନଫ୍ଲେମେଟୁର ଓ ଅକ୍ସଡେଂଟ ଭରପୂର ମାତ୍ରାରେ ଉପଲବ୍ଧ ସବୁଜ ମଟରରେ । ଏହି ଦୁଇଟିତ୍ତତତ୍ୱ ଶରୀରର ରୋଗ ପ୍ରତିରୋଧକ କ୍ଷମତାକୁ ବଢାଇବାରେ ସହାଯ୍ୟ କରିଥାଏ । ଯାହା ଫଳରେ ହୃଦ ଜନିତ ସମସ୍ୟାକୁ ଦୂର କରିବପାରେ ସହାୟତା ହୋଇଥାଏ  ।
ହାଡକୁ ମଜଭୁତ ରଖିବା
ମଟରରେ ପ୍ରୋଟିନ ଭରପୂର ମାତ୍ରାରେ ରହିଛି । ଡାଇଟରେ ମଟରକୁ ସାମିଲ କରନ୍ତୁ, ଏହା ମସଲକୁ ମଜଭୁତ କରିବା ପାଇଁ ବେଶ ଉପଯୋଗୀ ।
ଓଜନ ହ୍ରାସ
ଓଜନ ହ୍ରାସ କରିବା ପାଇଁ ବର୍କୱାଉଟ ଓ ଟାଇଂଟିଗ କରିଥାଉ । ଯଦି ଆପଣ ଏହା ନକରି ପ୍ରତିଦିନ ସବୁଜ ମଟରକୁ ଖାଇବେ, ତେବେ ଓଜନ ହ୍ରାସ ହେବା ସମ୍ଭାବନା ଅଧିକ ରହିଛି  ।