ପୁଣେ ସେରମ୍ ଇନଷ୍ଟିଚ୍ୟୁଟରେ ଲାଗିଲା ନିଆଁ । ନୂଆ ପ୍ଲାଣ୍ଟରେ ଅଗ୍ନିକାଣ୍ଡ । ନିଆଁ ଲିଭା କାମରେ ୮ଟି ଦମକଳ ବାହିନୀ ନିୟୋଜିତ
କନକ ବ୍ୟୁରୋ: ପୁଣେ ସେରମ୍ ଇନଷ୍ଟିଚ୍ୟୁଟରେ ଲାଗିଲା ନିଆଁ । ସେରମ ଇନଷ୍ଟିଚ୍ୟୁଟରେ ତିଆରି ହେଉଛି କରୋନା ଟିକା । ଇନଷ୍ଟିଚ୍ୟୁଟର ନୂଆ ପ୍ଲାଣ୍ଟରେ ଅଗ୍ନିକାଣ୍ଡ ହୋଇଥିବା ନେଇ ସୂଚନା । ଦମକଳ ବାହିନୀର ୮ଟି ଗାଡି ନିଆଁ ଲିଭାରେ ନିୟୋଜିତ ।
ତେବେ ଆଶ୍ୱସ୍ତିକର ଖବର ହେଉଛି ଯେ, ଟିକା ପ୍ରସ୍ତୁତ ହେଉଥିବା କୋଠାରେ ନିଆଁ ଲାଗିନାହିଁ ।
କିଛି ଦିନ ତଳେ ଏହି ସେରମ୍ ଇନଷ୍ଟିଚ୍ୟୁଟର କୋଭିଡ୍ ଟିକା କୋଭିସିଲ୍ଡ ସାରା ଦେଶକୁ ପଠାଯାଇଥିଲା। ଏହାପରେ ସାରା ଦେଶରେ କୋଭିଡ୍ ଟିକାକରଣ ଆରମ୍ଭ ହୋଇଥିଲା। ତେବେ ଆଜିର ଏହି ଅଗ୍ନିକାଣ୍ଡରେ କୋଭିଡ୍ ଟିକାକୁ କୌଣସି ପ୍ରକାର କ୍ଷତି ହୋଇନି।
ନିଆଁ ଲାଗିଥିବା ନୂଆ ପ୍ଲାଣ୍ଟରେ କରୋନା ଟିକା ପ୍ରସ୍ତୁତ କରିବା ନେଇ କମ୍ପାନି ଲକ୍ଷ୍ୟ ରଖିଥିଲା। ଏହାକୁ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷବର୍ଦ୍ଧନ କିଛି ଦିନ ତଳେ ଉଦଘାଟନ କରିଥିଲେ । ଏଯାବତ ସେଠାରୁ କୋଭିଡ୍ ଟିକାର ଉତ୍ପାଦନ ବି ଆରମ୍ଭ ହୋଇନଥିଲା। ହେଲେ ଆଜି ସେଠାରେ ଭୟାବହ ଅଗ୍ନିକାଣ୍ଡ ଘଟିଛି।
Comments are closed.