ଗାଁରେ ପହଚିଂଲା ନକ୍ସଲ ହମଲାରେ ପ୍ରାଣ ହରାଇଥିବା କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦଙ୍କ ମରଶରୀର ! ଅମର ରହେ ଅଚ୍ୟୁତ ଧ୍ୱନିରେ କମ୍ପୁଛି ଜନ୍ମମାଟି ।

ମାଓବାଦୀଙ୍କ ଗୁଳିରେ ମୃତ ଓଡିଆ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁଙ୍କ ମର ଶରୀର ତାଙ୍କ ପୈତୃକ ଗାଁରେ ପହଂଚିଛି ।

250
ମାଓବାଦୀଙ୍କ ଗୁଳିରେ ମୃତ ଓଡିଆ କ୍ୟାମେରାମ୍ୟାନ ଅଚ୍ୟୁତାନନ୍ଦ ସାହୁଙ୍କ ମର ଶରୀର ତାଙ୍କ ପୈତୃକ ଗାଁରେ ପହଂଚିଛି । ବଲାଙ୍ଗିର ଲୋଇସିଂହା ଅଂଚଳର ଘୁଷରମୁଣ୍ଡା ଗାଁରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି  ।  ଆଜି ତାଙ୍କର ଶେଷ କୃତ୍ୟ ସଂପନ୍ନ ହେବ ।
ସୂଚନା ଅନୁଯାୟୀ, ଗତକାଲି  ଛତିଶଗଡ ଦାନ୍ତେୱାଡାର ନିଲବାୟା ଜଙ୍ଗଲରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ହୋଇଥିବା ଗୁଳିବିନିମୟରେ ଓଡିଆ କ୍ୟାମେରାମ୍ୟନ ଅଚ୍ୟୁତାନନ୍ଦ ସାହୁଙ୍କ ଜୀବନ ଚାଲିଯାଇଥିଲା । ତେବେ ଆଜି ଅଚ୍ୟୁତଙ୍କ ମର ଶରୀର ତାଙ୍କ ପୈତୃକ ଗାଁରେ ପହଞ୍ଚିବା ପରେ ଅଚ୍ୟୁତଙ୍କ ପାଇଁ ସମସ୍ତଙ୍କ ଆଖିରୁ ଲୁହ ଝରୁଛି । ଅମର ରହେ ଅଚ୍ୟୁତ ଧ୍ୱନିରେ କମ୍ପୁଛି ଜନ୍ମମାଟି । ଏହାସହିତ ଅଚ୍ୟୁତଙ୍କ ପରିବାରରେ ଖେଳିଯାଇଛି ଏକ ଦୁଃଖର ଛାୟା । ବାପ. ମା’, ସ୍ତ୍ରୀ, ପିଲା ସମସ୍ତ ଏକପ୍ରକାର ଭାଙ୍ଗିପଡିଛନ୍ତି । ତେବେ ଆଜି ଅଚ୍ୟୁତଙ୍କ ମର ଶରୀର ତାଙ୍କ ପୈତୃକ ଗାଁରେ ପହଞ୍ଚିବା ପରେ ଆଜି ତାଙ୍କର ଶେଷ କୃତ୍ୟ ସଂପନ୍ନ ହେବ ବୋଲି ସୂଚନାରୁ ଜଣାପଡିଛି ।
ଅଚ୍ୟୁତାନନ୍ଦ ଥିବା ଦୁରଦର୍ଶନର ଏହି ଟିମ ନିଲୱାୟା ଅଂଚଳରେ ନୂଆକରି ତିଆରି ହୋଇଥିବା ଏକ ପୋଲିଂ ଷ୍ଟସନକୁ ସୁଟିଂ କରିବାକୁ ଯିବା ସମୟରେ ଏହି ଅଘଟଣ ଘଟିଲା । ଏହି ମାଓବାଦୀଙ୍କ ଆକ୍ରମଣରେ ଦୁଇଜଣ ଯବାନ ମଧ୍ୟ ସହିଦ ହୋଇଛନ୍ତି । ମୃତକଙ୍କ ପରିବାରକୁ କେନ୍ଦ୍ର ସରକାରଙ୍କ ତରଫରୁ ୧୫ ଲକ୍ଷ ଟଙ୍କାର ସହାୟତା ରାଶି ଘୋଷଣା କରାଯାଇଛି ।