ଦାଦାବଟି ମାଗିବା ଅଭିଯୋଗରେ ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ଭାଇ ମୁମ୍ବାଇରୁ ଗିରଫ ! ଇକବାଲ କାସକରକୁୁ ଗିରଫ କଲା ଥାନେ ପୁଲିସ

36

କନକ ବ୍ୟୁରୋ : ଅଣ୍ଡର ୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମର ଭାଇ ଇକବାଲ କାସକର ଗିରଫ । ଦାଦା ବଟି ମାଗିବା ଅଭିଯୋଗରେ ତାଙ୍କୁ ମୁମ୍ବାଇରୁ ଗିରଫ କରିଛି କ୍ରାଇମବ୍ରାଂଚ । ଜଣେ ବିଲଡରଙ୍କୁ ଧମକାଇ ବଟି ମାଗିବା ଅଭିଯୋଗରେ ତାକୁ ଥାଣେ ପୋଲିସର ଆଂଟି ଏକ୍ସର୍ସନ ସେଲ ଗିରଫ କରିଛି । ସଂପୃକ୍ତ ବିଲଡରଙ୍କୁ ମୁମ୍ବାଇରେ ଏକ ଫ୍ଲାଟ ଦେବା ପାଇଁ ଧମକ ଚମକ ଦେଉଥିଲା ଇକବାଲ । ୨୦୧୬ ମସିହାରେ ଏହି ଘଟଣା ଘଟିଥିଲା । ଇଳବାଲ ମୁମ୍ବାଇର ଜଣେ ବିଲଡରଙ୍କୁ ଫୋନ କରି ୪ଟି ଫ୍ଲାଟ ଦେବାପାଇଁ ଧମକ ଦେଇଥିଲା । ଫଳରେ ଥାନେର କ୍ରାଇମବ୍ରାଚ ଅଫିସର ଇଳବାଲର ସନ୍ଧାନ କରିବା ଆରମ୍ଭ କରିଦେଇଥିଲେ ।

୧୯୯୩ ମୁମ୍ବାଇ ସିରିଜ ବୋମା ବିସ୍ଫୋରଣର ମାଷ୍ଟର ମାଇଣ୍ଡ ଦାଉଦ ଇବ୍ରାହିମର ଛୋଟଭାଇ ଇକବାଲ କସକର । ୨୦୦୩ରେ ତାକୁ ପ୍ରତ୍ୟାର୍ପଣ ଚୁକ୍ତି ବଳରେ ୟୁନାଇଟେଡ ଆରବ ଏମିରେଟ୍ସରୁ ଭାରତ ଅଣାଯାଇଥିଲା । ପାକିସ୍ତାନର କରାଚିରେ ବସି ମୁମ୍ବାଇରେ ସିରିଜ ବୋମା ବିସ୍ଫୋରଣର ଷଡଯନ୍ତ୍ର ରଚିଥିଲା ଦାଉଦ ଇବ୍ରାହିମ୍ । ଯେଉଁଥିରେ ୨୫୭ଜଣଙ୍କ ମୃତ୍ୟୁ ହୋଥିଲା । ଭାରତର ଚାପ ଫଳରେ ଜାତିସଂଘ ତାକୁ ଅନ୍ତର୍ଜାତୀୟ ଆତଙ୍କବାଦୀ ଘୋଷଣା କରିଛି । କିଛିଦିନ ପୁର୍ବେ ଦାଉଦର ବ୍ରିଟେନ ସ୍ଥିତ ସଂପତି ଜବତ କରାଯାଇଥିଲା ।

ଏବେ ଆସନ୍ତୁ ଜାଣିବା ଇକବାଲ କାସକରର କାରନାମା ବାବଦରେ –
୨୦୦୩ ମସିହାରେ ଆରବ ଏମିରେଟସରୁ ଭାରତକୁ ଆସିଥିଲା ଇକବାଲ । ସେହିପରି ଅନେକ ହତ୍ୟା ମାମଲାରେ ରହିଛି ତା ନାଁରେ ରହିଛି ଅଭିଯୋଗ । ସାରା ସାହାରା ବେଆଇନ ନିର୍ମାଣରେ ହାତ ସହ ୨୦୦୭ରେ ଏହି ଦୁଇଟି ମାମଲାରୁ ଦୋଷମୁକ୍ତ ହୋଇଥିଲେ ଇକବାଲ । ଅନ୍ୟପଟେ ୨୦୧୫ରେ ଧମକ ଦେବା ଅଭିଯୋଗରେ ପୁଣି ଗିରଫ ହୋଇଥିଲା ଇକବାଲ । ଇକବାଲ ଭାରତରେ ଦାଉଦର ସାମ୍ରାଜ୍ୟକୁ ଚଳାଉଥିବାର ତା ନାଁରେ ଅଭିଯୋଗ ରହିଛି ।