ହୁସିଆର ! ମଶା ଘାତକ ଭାବେ ବ୍ୟବହୃତ ହେଉଥିବା କଏଲ୍ ଆପଣଙ୍କ ଜୀବନର ଘାତକ ସାଜୁନାହିଁ ତ?

112

ଘରୁ ମଶା ତଡିବା ପାଇଁ ବ୍ୟବହୃତ ହେଉଥିବା ଏକାଧିକ ମଶାମରା ଔଷଧ ସ୍ୱାସ୍ଥ୍ୟ ପାଇଁ ହାନିକାରକ । ମଶା ମରା କଏଲ୍.ମ୍ୟାଟ୍,ଲୋସନ୍,ଅଏଣ୍ଟମେଣ୍ଟ୍. ଆଦିରୁ ବାହାରୁଥିବା ଧୂଆଁ ଆମେ ପ୍ରଶ୍ୱାସରେ ଗ୍ରହଣ କରିବା ଦ୍ୱାରା ଶରୀର ଉପରେ ତାହାର ନକାରାତ୍ମକ ପ୍ରଭାବ ପଡେ । ପାଇରେଥ୍ରୀନ୍,ଆଲେଥ୍ରୀନ୍,ରିଜେନଥ୍ରୀନ୍ ଆଦି ରାସାୟନିକ ଏଗୁଡିକର ମୁଖ୍ୟ ଉପାଦାନ । ଯାହା ସ୍ୱାସ୍ଥ୍ୟ ପାଇଁ ଅତ୍ୟନ୍ତ ବିପଦପୂର୍ଣ୍ଣ । ଏ ସବୁ ରାସାୟନିକ ବାଷ୍ପ ଦ୍ୱାରା ମଶା ମରନ୍ତି କିମ୍ବା କିଛି ସମୟ ପାଇଁ ଚେତାଶୂନ୍ୟ ହୋଇପଡନ୍ତି । ବାଷ୍ପର ତୀବ୍ରତା କମିଗଲେ ମଶାଗୁଡିକ ପୁଣି ଥରେ ଉଡିବୁଲନ୍ତି ।

କିନ୍ତୁ,ମଣିଷ ଉପରେ ଧୂଆଁର ଦୀର୍ଘକାଳୀନ ପୁପ୍ରଭାବ ପଡେ । ସାଂଘାତିକ ପାଶ୍ୱର୍ ପ୍ରତିକ୍ରିୟା ଅନୁଭୂତ ହୁଏ । ମୁଣ୍ଡବ୍ୟଥା,ଗଣ୍ଠି ଦରଜ,ଆଲର୍ଜି,କାଶ.ଚକ୍ଷୁ,ପ୍ରଦାହ,ଶ୍ୱାସ,ବ୍ରୋଙ୍କାଇଟିସ୍ ଭଳି ଗୁରୁତର ସ୍ୱାସ୍ଥ୍ୟ ସମସ୍ୟା ଉପୁଜେ । ଏ ସବୁର ବ୍ୟବହାର ଠାରୁ ଦୂରେଇ ରହିବା ଉଚିତ । ନଡିଆ କତା ଧୂଆଁ,ଶାଳ ଝୁଣା ଧୂଆଁ,ମହୁଲ ଓ ବେଗୁନିଆ ପତ୍ର ଧୂଆଁ ରାସାୟନିକ ମଶା ବିତାଡକର ଉତ୍ତମ ବିକଳ୍ପ । ନିମ୍ବ ତେଲ,ଲେମ୍ବୁ ତେଲ,ଧନ୍ୱନ୍ତରୀ ତେଲରେ ବତି ଜାଳିବା ଦ୍ୱାରା ମଶା ଆସନ୍ତି ନାହିଁ । ଏହା ଛଡା ଘର ଚାରିପଟେ ତୁଳସୀ,ପୁଦିନା,ଗେଣ୍ଡୁ ଗଛ ଲଗାନ୍ତୁ । ବାରଣ୍ଡାରେ ରସୁଣ ଖଣ୍ଡ ପକାଇବା ଦ୍ୱାରା ମଧ୍ୟ ମଶା ଦୌରାତ୍ମ୍ୟରୁ ରକ୍ଷା ମିଳିପାରିବ ।