କନକ ବ୍ୟୁରୋ: କୋଲ ଇଣ୍ଡିଆରେ ନାଁ ରେ ପ୍ରକାଶିତ ମିଥ୍ୟା ନିଯୁକ୍ତି ବିଜ୍ଞାପନ ପ୍ରକାଶିତ ହୋଇଥିବା ନଜରୁ ଆସିଛି । ଖୋଦ କୋଲ ଇଣ୍ଡିଆ ଏନେଇ ସତର୍କ କରିଦେଇଛି । କୋଲ ଇଣ୍ଡିଆ ପକ୍ଷରୁ ଏକ ପ୍ରେସ୍ ରିଲିଜ ଜାରି କରାଯାଇ କୁହାଯାଇଛି ଯେ କୋଲ ଇଣ୍ଡିଆର ଶାଖା କମ୍ପାନି ଭାବେ ଦକ୍ଷିଣ-କେନ୍ଦ୍ରୀୟ କୋଲଫିଲ୍ଡସ ରେ ୮୮୫୮୫ଟି ପଦବୀ ପୂରଣ ଲାଗି ନିଯୁକ୍ତି କରାଯାଉଥିବା ଖବର ମିଥ୍ୟା । କୋଲ୍ ଇଣ୍ଡିଆର ଏପରି କୌଣସି ଶାଖା କମ୍ପାନି ନାହିଁ ଓ ଏପରି କୌଣସି ନିଯୁକ୍ତି ପ୍ରକ୍ରିୟା ଆରମ୍ଭ କରାଯାଇନାହିଁ ।
Kanak News is now on WhatsApp
Join and get latest news updates delivered to you via WhatsApp
— Coal India Limited (@CoalIndiaHQ) August 17, 2019
ଅସାଧୁ ଉଦ୍ଦେଶ୍ୟ ରଖି ଏପରି ବିଜ୍ଞାପନ ପ୍ରକାଶ କରାଯାଇଛି । ଏପରିକି ସଂପୃକ୍ତ ସଂସ୍ଥା ପକ୍ଷରୁ www.sccicil.in ନାମରେ ଏକ ୱେବସାଇଟ ମଧ୍ୟ ଖୋଲାଯାଇଛି । ଏହା କୋଲ ଇଣ୍ଡିଆ ସହ ସଂପର୍କିତ ୱେବସାଇଟ ନୁହେଁ ଓ ଏଥିରେ ଦିଆଯାଇଥିବା ମିଥ୍ୟା ଓ ଭ୍ରମାତ୍ମକ ସୂଚନା ଓ ନିଯୁକ୍ତି ବିଜ୍ଞାପନରୁ ସତର୍କ ରହିବାକୁ କୋଲ ଇଣ୍ଡିଆ ପକ୍ଷରୁ କୁହାଯାଇଛି ।