ଉତ୍କଳ ଦିବସ ଅବସରରେ ଅଶ୍ଲୀଳ ହୋଡିଂ ଚିରିଲେ ସମାଜ ଆନ୍ଦୋଳନ ସଂଗଠନ

46

ଭୁବନେଶ୍ୱର: ଉତ୍କଳ ଦିବସ ଅବସରରେ ତାତିଲା ସମାଜ ଆନ୍ଦୋଳନ ସଂଗଠନ । ରାଜଧାନୀରେ ଥିବା ସମସ୍ତ ଇଂରାଜି ହୋଡିଂ ସହ ଅଶ୍ଳିଳ ପୋଷ୍ଟର ଚିରି ବିରୋଧ ପ୍ରଦର୍ଶନ କରିଛି ସଂଗଠନ । ଇଂରାଜିରେ ଲେଖାଥିବା ପୋଷ୍ଟର ସହ ନେମପ୍ଲେଟରେ କଳା ବୋଳି ପ୍ରଦର୍ଶନ କରିଛନ୍ତି ଉତ୍ୟକ୍ତ କର୍ମୀମାନେ । ସେପଟେ ବରିଷ୍ଠ ଆଇପିଏସ୍ ଅଫିସର ସୁନିଲ ରାୟଙ୍କ ଘର ଆଗରେ ଥିବା ନେମପ୍ଲେଟ କଳା ବୋଳିବାକୁ ଆସିଥିବାବେଳେ , ଆନ୍ଦୋଳନକାରୀଙ୍କୁ ଗିରଫ କରିଛି ପୁଲିସ ।