ଜଳୁଛି ଚିଲ୍ଲି ଜଙ୍ଗଲ, ବର୍ତ୍ତମାନ ସୁଦ୍ଧା ୨୪ରୁ ଅଧିକଙ୍କ ମୃତ୍ୟୁ ।

87

କନକ ବ୍ୟୁରୋ: ଚିଲ୍ଲି ଜଙ୍ଗଲରେ ନିଆଁ । ହୁତୁହୁତୁ ହୋଇ ଜଳୁଛି ହଜାର ହଜାର ଏକରର ଜଙ୍ଗଲ । ୨୪ରୁ ଅଧିକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ପ୍ରାୟ ହଜାରେ ଲୋକ ଆହତ ହୋଇଛନ୍ତି । ଜଳବାୟୁ ପରିବର୍ତନ ଏବଂ ପ୍ରଚଣ୍ଡ ଖରା ଯୋଗୁ ଜଙ୍ଗଲରେ ନିଆଁ ଲାଗିଥିବା କୁହାଯାଉଛି । ହଜାରରୁ ଅଧିକ ଲୋକଙ୍କୁ ସେଲ୍ଟର ହୋମରେ ରଖଯାଇଛି । ସ୍ଥିତି ସଙ୍ଗୀନ ହେବାରୁ ଚିଲ୍ଲିର ଦକ୍ଷିଣାଞ୍ଚଳରେ ଜରୁରୀକାଳୀନ ପରିସ୍ଥିତି ଲାଗୁ କରାଯାଇଛି ।

ସେପଟେ ହେଲିକ୍ୟାପ୍ଟର ମାଧ୍ୟମରେ ନିଆଁ ଲିଭାଇବାକୁ ପ୍ରୟାସ କରାଯାଉଛି । ନିଆଁ ଲିଭା କାର୍ଯ୍ୟରେ ୭୫ଟି ବିମାନ ଏବଂ ଅଢେଇ ହଜାର ଅଗ୍ନିଶମ ଅଧିକାରୀ ନିୟୋଜିତ ହୋଇଛନ୍ତି । ନିଆଁ ଲିଭାଇବାକୁ ଯାଇ ଜଣେ ଅଗ୍ନିଶମ ଅଫିସରଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ କିଛି ଆହତ ହୋଇଛନ୍ତି । ନିଆଁ ଲାଗି ଜଙ୍ଗଲ ପାଖାପାଖି ଅଞ୍ଚଳରେ ରହୁଥିବା ୮୮ଟି ଘର ସମ୍ପୂର୍ଣ୍ଣ ପୋଡି ଯାଇଛି । ୪୭ ହଜାର ହେକ୍ଟର ତଥା ୧୧୬ ଏକର ଜଙ୍ଗଲରେ ନିଆଁ ଲାଗିଯାଇଥିବା ସୂଚନା ମିଳିଛି । ତେବେ ଜଳବାୟୁରେ ବ୍ୟାପକ ପରିବର୍ତ୍ତନ ଯୋଗୁ ଏଭଳି ସ୍ଥିତି ଉପୁଜୁଥିବା କୁହାଯାଉଛି ।