ଆଦାନୀ ସାମ୍ରାଜ୍ୟର ଅଧୋଗତି ପରେ ଘେରିଲେ ବିରୋଧୀ । ଦେଶବ୍ୟାପୀ ଷ୍ଟେଟବ୍ୟାଙ୍କ ଓ ଏଲଆଇସି କାର୍ଯ୍ୟାଳୟ ଆଗରେ କଂଗ୍ରେସର ପ୍ରତିବାଦ

ରାହୁଲ ଗାନ୍ଧୀ କହିଲେ ଲୋକଙ୍କ ଟଙ୍କା ବୁଡାଇ ଦେଲେ ମୋଦୀ ସରକାର

115

କନକ ବ୍ୟୁରୋ: ଆଦାନୀ ଗ୍ରୁପ୍ ମାମଲାରେ କଂଗ୍ରେସର ଦେଶବ୍ୟାପୀ ଆନ୍ଦୋଳନ । ଦେଶବ୍ୟାପୀ ରାଜରାସ୍ତାରେ ଓହ୍ଲାଇ ଜୋରଦାର ପ୍ରତିବାଦ କରିଛନ୍ତି କଂଗ୍ରେସ କର୍ମୀ । ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ପରେ ଆଦାନୀ ଗ୍ରୁପର ସେୟାର କ୍ରମାଗତ ଭାବେ ହ୍ରାସ ପାଉଛି । ଏହାର ନିରପେକ୍ଷ ତଦନ୍ତ ଦାବି କରି ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ଭୁବନେଶ୍ୱର ସମେତ ଦେଶବ୍ୟାପୀ କରାଯାଇଛି ପ୍ରଦର୍ଶନ ।

  • କଂଗ୍ରେସର ‘ଆଦାନୀ’ ଆନ୍ଦୋଳନ
  • ଦେଶବ୍ୟାପୀ ରାଜରାସ୍ତାରେ କଂଗ୍ରେସ କର୍ମୀ

ଆମେରିକୀୟ ସଂସ୍ଥା ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ପରେ ଆଦାନୀ ଗ୍ରୁପର ସେୟାର କ୍ରମାଗତ ଭାବେ ହ୍ରାସ ପାଉଛି । ଏହାର ନିରପେକ୍ଷ ତଦନ୍ତ ଦାବି କରି ରାଜରାସ୍ତାକୁ ଓହ୍ଲାଇଛି କଂଗ୍ରେସ । ଭୁବନେଶ୍ୱର ସମେତ ଦେଶବ୍ୟାପୀ କରାଯାଇଛି ପ୍ରଦର୍ଶନ । ଏସବିଆଇ ଓ ଏଲଆଇସି ଅଫିସ ଆଗରେ ପ୍ରତିବାଦ କରାଯାଇଛି । ଭୁବନେଶ୍ୱରରେ ଷ୍ଟେଟବ୍ୟାଙ୍କ ମୁଖ୍ୟ ଅଫିସ ସାମ୍ନାରେ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି କଂଗ୍ରେସ କର୍ମୀ । ଏଥିରେ ପିସିସି ସଭାପତିଙ୍କ ସହ କଂଗ୍ରେସ ନେତା ଓ କର୍ମକର୍ତ୍ତା ସାମିଲ ହୋଇଥିଲେ । ଦଳ ଅଭିଯୋଗ କରିଛି. ଆଦାନୀ ଯୋଗୁଁ ଏଲଆଇସି ଓ ଆରବିଆଇର ହଜାର ହଜାର କୋଟି ଟଙ୍କା କ୍ଷତି ହୋଇଛି ।

  • ଆଦାନୀ ପାଇଁ ସଂସଦ ଠପ୍
  • ଆଦାନୀଙ୍କୁ କିଏ ଦେଖାଉଛି ଅନୁକମ୍ପା?

ଆଦାନୀ ପ୍ରସଙ୍ଗକୁ ନେଇ ପାର୍ଲାମେଣ୍ଟ ବି ଅଚଳ ହୋଇପଡିଛି । ଯୁଗ୍ମ ସଂସଦୀୟ କମିଟି ଦାବିରେ ଅଡିବସିଛନ୍ତି ବିରୋଧୀ । ବିରୋଧୀଙ୍କ ହଙ୍ଗାମା ଯୋଗୁଁ ଲଗାତାର ତୃତୀୟ ଦିନ ଲାଗି ଉଭୟ ଲୋକସଭା ଓ ରାଜ୍ୟସଭା ଚାଲିପାରିନାହିଁ ।

  • ଯୁଗ୍ମ ସଂସଦୀୟ କମିଟି ଦ୍ୱାରା ଘଟଣାର ଯାଞ୍ଚ ହେଉ
  • କିମ୍ବା ସୁପ୍ରିମକୋର୍ଟଙ୍କ ତତ୍ତ୍ୱାବଧାନରେ ତଦନ୍ତ କରାଯାଉ

ପାର୍ଲାମେଣ୍ଟରେ ଅଚଳାବସ୍ଥା ନେଇ କଂଗ୍ରେସ ନେତା ବି ସରକାରଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି, କେନ୍ଦ୍ର ସରକାର ଘଟଣାର ଚର୍ଚ୍ଚା ପାର୍ଲାମେଣ୍ଟରେ କରିବାକୁ ଚାହୁଁନାହାନ୍ତି । ସରକାର ଡରି ଯାଇଛନ୍ତି । ଆଦାନୀ ପଛରେ କାହାର ଶକ୍ତି କାମକରୁଛି, ତାର ତଦନ୍ତ ହେବା ଦରକାର । ସୂଚନାଯୋଗ୍ୟ ଯେ, ହିଣ୍ଡେନବର୍ଗ ରିସର୍ଚ୍ଚ ରିପୋର୍ଟ ପରେ ଆଦାନୀ ଗ୍ରୁପର ସେୟାର ମୂଲ୍ୟ ଅଧାରୁ ଅଧିକ କମିଯାଇଛି । ଏହାର ପ୍ରଭାବ ଷ୍ଟକବଜାର ଉପରେ ପଡିଛି ।