ବୁଲନ୍ଦ ସହର ହିଂସାର ସତ ! ଏସଆଇଙ୍କ ହତ୍ୟା ପଛରେ ଯବାନଙ୍କ ହାତ ଥିବା ସନ୍ଦେହରେ ଏସଆଇଟିର ଗିରଫଦାରି ।

153

କନକ ବ୍ୟୁରୋ : ବୁଲନ୍ଦସହର ହିଂସାକାଣ୍ଡ ମାମଲାରେ ନୁଆ ମୋଡ । ଇନ୍ସପେକ୍ଟର ସୁବୋଧ ସିଂଙ୍କ ହତ୍ୟା ମାମଲାରେ ଜଣେ ଯବାନଙ୍କୁ ଗିରଫ କରିଛି ପୁଲିସ । ଜଣେ ପୁଲିସ ଅଧିକାରୀଙ୍କୁ ହତ୍ୟା ମାମଲାରେ ଜଣେ ଯବାନ ଗିରଫ ହେବା ଚର୍ଚ୍ଚାର ବିଷୟ ପାଲଟିିଛି । ଗତକାଲି କାର୍ଗିଲରୁ ଅଭିଯୁକ୍ତ ଯବାନ ଜିତୁଙ୍କୁ ଉତରପ୍ରଦେଶ ପୁଲିସ ଗିରଫ କରି ୟୁପି ଆଣୁଛି । ସେପଟେ ଏହି ଘଟଣାରେ ପୁଲିସକୁ ସମସ୍ତ ସହାୟତା କରାଯିବ ବୋଲି ସେନା କହିଛି  ।

ବୁଲନ୍ଦସହର ହିଂସାର ସାଂଘାତିକ ସତ । ଏସଆଇଙ୍କ ହତ୍ୟା ପଛରେ ଯବାନଙ୍କ ହାତ । ବୁଲନ୍ଦସହର ହିଂସାକାଣ୍ଡ ମାମଲାରେ ନୁଆ ମୋଡ । ଇନ୍ସପେକ୍ଟର ସୁବୋଧ ସିଂଙ୍କ ହତ୍ୟା ମାମଲାରେ ଜଣେ ଯବାନଙ୍କୁ ଗିରଫ କରିଛି ପୁଲିସ । ଗିରଫ ଯବାନଙ୍କ ନାଁ ଜିତେନ୍ଦ୍ର ମଲ୍ଲିକ ଓରଫ ଜିତୁ ହୋଇଥିବା ବେଳେ ଭାଇରାଲ ଭିଡିଓରେ ଜିତୁ ପିସ୍ତଲ ଧରିଥିବା ଦୃଶ୍ୟ ଥିବା କହିଛନ୍ତି ଡିଜିପି ପ୍ରବକ୍ତା ଆରକେ ଗୌତମ । ଛୁଟିରେ ଆସିଥିବା ଜିତୁ ହିଂସାକାଣ୍ଡ ପରଦିନ ଡ୍ୟୁଟି ଜଏନ କରିବା ପାଇଁ କାଶ୍ମୀର ପଳାଇଥିଲେ । ଏହା ଜାଣିବା ପରେ ଏସଟିଏଫର ଏକ ଟିମ କାର୍ଗିଲ ଯାଇ ତାକୁ ଗିରଫ କରିଛନ୍ତି  । ସେପଟେ ପୁଲିସକୁ ସମସ୍ତ ସହାୟତା କରାଯିବ ବୋଲି କହିଛନ୍ତି ସ୍ଥଳସେନା ମୁଖ୍ୟ ବିପିନ ରାୱତ୍  ।

ଥମୁନି ବୁଲନ୍ଦସହର ତାତି । ସେପଟେ ବଦଳିଲେ ପୁଲିସ ଅଧୀକ୍ଷକ । ବୁଲନ୍ଦସହର ଘଟଣାରେ ଗିରଫଦାରୀ ସଂଖ୍ୟ ୧୦କୁ ବଢ଼ିଥିବା ବେଳେ ପୁଲିସ ଅଧୀକ୍ଷକଙ୍କୁ ହଟାଇ ନୂଆ ଏସଏସପିଙ୍କୁ ନିଯୁକ୍ତି ଦିଆଯାଇଛି  । ଅନ୍ୟପଟେ ୟୁପି ମୁଖ୍ୟମନ୍ତ୍ରୀ ବୁଲନ୍ଦସହର ହିଂସାକାଣ୍ଡରେ ଏସଆଇ ସୁବୋଧ ସିଂଙ୍କ ହତ୍ୟା ଘଟଣାକୁ ଦୁର୍ଘଟଣା ବୋଲି କହିଛନ୍ତି । ପୁଲିସ ଏହି ମାମଲାର ଛାନଭିନ୍ ଜାରିଥିବା ବେଳେ ରାଜନୈତିକ ମହଲରେ ଏହାକୁନେଇ ଆରୋପ ପ୍ରତ୍ୟାରୋପ୍ ଆରମ୍ଭ ହୋଇଛି  । ସେପଟେ ଏସଆଇଙ୍କ ହତ୍ୟାକାରୀଙ୍କୁ ଦଣ୍ଡ ମିଳୁ ବୋଲି ଦାବି କରିଛନ୍ତି ପରିବାର ଲୋକେ  ।