କ୍ଷମା କରନ୍ତୁ , ମୁଁ ଏହାଠାରୁ ଅଧିକା କିଛି କହିପାରିବି ନାହିଁ: ଅଦମ୍ୟ ସାହସ ଦେଖାଇଲେ ଭାରତୀୟ ବାୟୁସେନାର ପାଇଲଟ୍

2,361

ଭାରତର ମିଗ୍-୨୧ ବିମାନ ନଷ୍ଟ ହେବା ପରେ ଯୁଦ୍ଧ ବିମାନରୁ ପାରାଚୁଟ ମାଧ୍ୟମରେ ଅବତରଣ କରି ପାକିସ୍ତାନ ମାଟିରେ ପଡିଯାଇଥିଲେ ଭାରତୀୟ ପାଇଲଟ । ଏହା ପରେ ତାଙ୍କୁ ସାଙ୍ଗେ ସାଙ୍ଗେ ନିଜ କବଜାକୁ ନେଇଯାଇଥିଲା ପାକ ସେନା । ଭାରତୀୟ ପାଇଲଟଙ୍କୁ ଗିରଫ କରିବା ପରେ ତାଙ୍କର କିଛି ଫଟୋ ଏବଂ  ଭିଡିଓ ଭାଇରାଲ କରିଛି ପାକିସ୍ତାନ । ଯାହାକୁ ନେଇ ତିବ୍ର ଅସନ୍ତୋଷ ସୃଷ୍ଟି ହୋଇଛି । ତେବେ ପାକିସ୍ତାନ ପକ୍ଷରୁ ଜାରି ହୋଇଥିବା ଏହି ଭିଡିଓରେ ବାୟୁସେନାର ପାଇଲଟଙ୍କର ଆଖିରେ କଳାପଟି ବନ୍ଧା ଯାଇଥିବା ନଜର ଆସିଛି । ଆଉ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏହି ୪୯ ସେକେଣ୍ଡର ଏହି ଭିଡିଓରେ  ପାଇଲଟ ଜଣଙ୍କ ସଂପୂର୍ଣ୍ଣ ସାହାସର ସହ ପାକ ସେନା  ପଚାରୁଥିବା ସମସ୍ତ ପ୍ରଶ୍ନର ଉତ୍ତର ଦେଉଛନ୍ତି ।  ଭିଡିଓରେ ପାଇଲଟ୍ ଜଣଙ୍କ କହୁଛନ୍ତି କି, ମୁଁ ଭାରତୀୟ ସେନା କମାଣ୍ଡର । ମୋ ସର୍ଭିସ ନମ୍ବର ୨୭୯୮୧ । ତା ପରେ ପାକିସ୍ତାନ ସେନା ଅଧିକାରୀ ଅଧିକ ତଥ୍ୟ ମାଗିବାରୁ ନିର୍ଭିକତାର ସହ ସେ ଏହାର ଉତର ଦେବାକୁ ରୋକ୍ ଠୋକ୍ ମନା କରିଦେଇଛନ୍ତି ଏବଂ କହୁଛନ୍ତି ଯେ, କ୍ଷମା କରନ୍ତୁ, ମୁଁ ୟାଠୁ ବେଶି କିଛି କହିପାରିବି ନାହିଁ ।

ସେହିଭଳି ଭାଇରାଲ ହୋଇଥିବା ଦ୍ୱିତୀୟ  ଭିଡିଓରେ ଦେଖିବାକୁ ମିଳିଛି, ଯେ ପାଇଲଟ ଜଣକ ବିମାନରୁ ଖସି ପଡିଥିବା ଅଂଚଳରେ  ତାଙ୍କୁ କିଛି ଲୋକ ସ୍ଥାନୀୟ ଅଂଚଳର କିଛି ଲୋକ ମାରପିଟ କରୁଛନ୍ତି । ଏହା ପରେ ତୃତୀୟ ଥର ପାଇଁ ପାକିସ୍ତାନ ପକ୍ଷରୁ ଭାରତୀୟ ପାଇଲଟଙ୍କର ୧ ମିନିଟ ୧୯ ସେକେଣ୍ଡର ଏକ ଭିଡିଓ ଜାରି କରାଯାଇଛି । ଯେଉଁଥିରେ ପାଇଲଟ ଜଣକ ହାତରେ ଚା କପ ଧରିଥିବାର ଦେଖିବାକୁ ମିଳିଛି । ସେ ସମୟରେ କହିଛନ୍ତି ଯେ ପାକ ସେନା ତାଙ୍କୁ ଭଲ ବ୍ୟବହାର କରୁଛନ୍ତି । ମୋର ଯତ୍ନ ମଧ୍ୟ ନେଉଛନ୍ତି ।ପାକ ସେନାର ଅଧିକାରୀ ମାନେ ଖୁବ ଭଦ୍ର । ମୋତେ ମାରଧର କରୁଥିବା ଭିଡ ଭିତରୁ ସେମାନେ ମୋତେ ଉଦ୍ଧାର କରିଛନ୍ତି ।

ତେବେ ଶତ୍ରୁ ପକ୍ଷ ହାତରେ ଧରାପଡିଥିଲେ ମଧ୍ୟ ଅସୀମ ଧୈର୍ଯ୍ୟ ଓ ସାହାସର ନିଦର୍ଶନ ଦେଖାଇଛନ୍ତି ଭାରତୀୟ ପାଇଲଟ୍ ଜଣଙ୍କ । ହଡବଡେଇ ଯାଇ ହତାଶ ହେଉନାହାନ୍ତି କି ଶତ୍ରୁ ପକ୍ଷ ଆଗରେ ଜୀବନ ଭିକ୍ଷା ବି କରୁନାହାନ୍ତି । ଭାରତୀୟ ଯବାନଙ୍କ ଟାଣ ପଣ ଓ ନିର୍ଭିକତାର ବଡ ଉଦାହରଣ ଦେଖାଇଛନ୍ତି ଏହି ପାଇଲଟ ଜଣଙ୍କ  ।