କଂଗ୍ରେସକୁ ବାନ୍ଧିଲେ ବିଜେଡିକୁ ଛାଡିଲେ

31

ଗୋଟିଏ ସରକାର ହେଲେ ଚାଲିଛି, ଦୁଇପ୍ରକାର ଆଇନ । ନବରଙ୍ଗପୁରରେ ବିକ୍ଷୋଭ ପ୍ରଦର୍ଶନ କରିଥିବାରୁ କଂଗ୍ରେସ ଦଳର ଆଗଧାଡିର ନେତା ପ୍ରଦୀପ ମାଝିଙ୍କୁ ଗିରଫ କରିଥିଲା ପୁଲିସ । ଏବଂ ତାଙ୍କୁ ଜେଲରେ ମଧ୍ୟ ରହିବାକୁ ପଡିଛି । କିନ୍ତୁ କେନ୍ଦ୍ରମନ୍ତ୍ରୀଙ୍କ ଗସ୍ତ ସମୟରେ ଆଇନଶୃଙ୍ଖଳା ପରିସ୍ଥିତି କୁ ଭାଙ୍ଗି କେନ୍ଦ୍ରମନ୍ତ୍ରୀଙ୍କ ଗାଡି ଉପରେ ଆକ୍ରମଣ କରିଥିବା ବିଜେଡି କର୍ମୀ ଏବଂ ଖୋଦ୍ ବରଗଡର ବିଧାୟକ ଦେବେଶ ଆଚାର୍ଯ୍ୟ ମଧ୍ୟ ମନାଉଛନ୍ତି ବିଜୟ ଉସôବ । ପୁଲିସର ସୁରକ୍ଷା ବଳୟକୁ ଭାଙ୍ଗି ବରଗଡରେ ଯେଉଁ ପରିସ୍ଥିତି ଦେଖାଦେଇଥିଲା ସବୁ ଦେଖି ଯେମିତି ସରକାର ହାତ ଟେକି ଦେଇଛନ୍ତି । ଏଠି ପ୍ରଶ୍ନ ଉଠୁଛି କଂଗ୍ରେସ ପାଇଁ ସରକାର ଯେତେ ଶକ୍ତ , ନିଜ ଦଳ ପାଇଁ ସେତିକି କୋହଳ ମନୋଭାବ ରଖୁଥିବା ମନେ ହେଉଛି । ଏ ସମସ୍ତ ବିତର୍କିତ ପ୍ରସଙ୍ଗ ଉପରେ ଦେଖିବା କନକ ନ୍ୟୁଜର ବିଗ୍ ଡିବେଟ୍ :