ଭଲ ନିଦ ହେଲେ, ସ୍ୱାସ୍ଥ୍ୟ ବି ଭଲ ରହିବ : ସର୍ଭେ ରିପୋର୍ଟ

73

‘ମୁଝେ ନିନ୍ଦ ନା ଆଏ…, ମୁଝେ ଚ୍ୟାନ ନା ଆଏ’ ଔର ‘ନିନ୍ଦ ନା ଆଏ, ଦିଲ ମେ କୋଇ ସମାଏ’ ଭଳି ଫିଲ୍ମ ଗୀତ ତୋ ଆପଣ ଶୁଣିଥିବେ । ଆପଣଙ୍କ ରାତି ବି ଅନିଦ୍ରାରେ କଟୁଛି କି ? କ’ଣ ଏଭଳି ଗୀତ ଆପଣଙ୍କ ଜୀବନର ସତ୍ୟତା ହୋଇଗଲାଣି କି ? ଯଦି ହିଁ, ତେବେ ଏହାର ଏକ ବଡ଼ ସମସ୍ୟା । ବିଶ୍ୱାସ କରନ୍ତୁ ଆପଣ ଏକା ଏଭଳି ନୁହଁନ୍ତି, ଏପରି ସମସ୍ୟାରେ ଗତି କରୁଛନ୍ତି । ତେବେ ଆପଣ ଭାବୁଥିବେ ଆମେ ଆପଣଙ୍କୁ କାହିଁକି ନିଦ ବିଷୟରେ କହୁଛୁ ? କାରଣ ନିକଟରେ ସ୍ଲିପିଙ୍ଗ୍ ଡିସଅଡ଼ର ତଥା ଭଲରେ ନିଦ ନହେବାକୁ ନେଇ ଏକ ସର୍ଭେ କରାଯାଇଛି, ଯାହା ଆପଣଙ୍କୁ ବିସ୍ମିତ କରିପାରେ । ତେବେ ଚାଲନ୍ତୁ ଜାଣିବା ହି ସର୍ଭେ ରିପୋର୍ଟରେ କ’ଣ ରହିଛି ।

ତେବେ ଜାଣି ରଖନ୍ତୁ ଗତକାଲି ‘ୱାର୍ଲ ସ୍ଲିପ୍’ ଦିବସ ଥିଲା । ଏହି ଅବସରରେ ଗ୍ଲୋବାଲ ଫିଲିପ୍ସ ସର୍ଭେ ରିପୋର୍ଟ ସାମ୍ନାକୁ ଆସିଛି । ଭାରତରେ ଏହାକୁ ହେଲଥ ଟେକ୍ନୋଲୋଜୀ କମ୍ପାନୀ ଫିଲିପ୍ସ ଜାରି କରିଛି । ଏହି ସର୍ଭେ ରିପୋର୍ଟରେ ପ୍ରକାଶିତ କରାଯାଇଛି କି, ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ନିଦ ମଧ୍ୟ ଜରୁରୀ ଅଟେ । ଆଶା କରାଯାଉଛି କି, ଏହି ସର୍ଭେ ରିପୋର୍ଟ ସଚେତନତା ବଢାଇବା ପାଇଁ ସାହାଯ୍ୟ କରିପାରେ । ଏହି ସର୍ଭେର ଥିମ ରହିଛି, ବେଟର ସ୍ଲିପ, ବେଟର ହେଲ୍ଥ । ଯଦି ଆପଣଙ୍କୁ ଭଲ ନିଦ ହେବ, ତା’ହେଲେ ଆପଣଙ୍କ ସ୍ୱାସ୍ଥ୍ୟ ବି ଭଲ ରହିବ ।

ଦିଲ୍ଲୀର ଡାକ୍ତର ସଂଜୟ ମନଚଂନ୍ଦା କୁହନ୍ତି କି, ‘ନିଦକୁ ଦିନତମାମ କାମରୁ ମୁକ୍ତି ମିଳିବା ଆଧାରରେ ଦେଖାଯିବ ନାହିଁ । ବରଂ ଏହା ବହୁତ ଜରୁରୀ ଓ ଜୀବନର ଖାସ ଅଂଗ ଅଟେ ।’ ସେ କହିଛନ୍ତି କି, ସିଲ୍ପ ଡିସୱାର୍ଡର ଖାନକରି ନିଦରେ ନିଶ୍ୱାସ ଅଚନାକ କିଛି ସମୟ ପାଇଁ ବନ୍ଦ ହୋଇ ଯାଇଥାଏ, ଏକ ସାଇଲେଂଟ କିଲର ଭଳି । ବିଶ୍ୱାସ ହେବ ନାହିଁ କି, ଏହାସହ ହୃଦୟ ଜନିତ ରୋଗ, ଡାଇବେଟିସ ଓ ହାଇପରଟେଂସନ ଭଳି ସମସ୍ୟା ଦେଖାଯାଇଥାଏ । ଆପଣ ପ୍ରାୟ ଜାଣି ଥିବେ କି, ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ଭଲ ନିଦ କେତେ ଜରୁରୀ ଅଟେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଦୁନିଆରେ ୧୦ କୋଟିରୁ ଅଧିକ ଲୋକଙ୍କ ପାଖରେ ନିଦ ଜନିତ ସମସ୍ୟା ରହିଛି । ଆଶ୍ଚ୍ୱର୍ଯ୍ୟଜନକ କଥା ଏହା କି, ଏଥି ମଧ୍ୟରୁ ୮୦ ପ୍ରତିଶତରୁ ଅଧିକ ଲୋକ ଏହାର ଚିକିତ୍ସା କରି ପାରିନାହାନ୍ତି ।

୧୩ ଦେଶରେ କରାଯାଇଛି ଏହି ସର୍ଭେ . . . .
ଏହି କମ୍ପାନୀ ଦୁନିଆର ୧୩ ଦେଶ (ଆମେରିକା, ବ୍ରିଟେନ, ଜର୍ମାନୀ, ପୋଲ୍ୟାଣ୍ଡ, ଫ୍ରାଂନ୍ସ, ଭାରତ, ଚୀନ, ଅଷ୍ଟ୍ରେଲିଆ, କୋଲମ୍ବିଆ, ଆର୍ଜିଟିନା, ମେକ୍ସିକୋ, ବ୍ରାଜିଲ ଓ ଜାପାନ)ରେ ୧୫ ହଜାରୁ ଅଧିକ ଲୋକଙ୍କୁ ନେଇ ସର୍ଭେ କରାଇଥିଲେ । ଏହି ଲୋକଙ୍କ ସାମ୍ନାରେ ନିଦ ସମ୍ବନ୍ଧରେ କିଛି ପ୍ରଶ୍ନ ରଖା ଯାଇଥିଲା ।

health-benefits-of-sleeping-on-your-left-side

ନିଦ ଜରୁରୀ କିନ୍ତୁ….
ଏହି ସର୍ଭେ ଅନୁସାରେ ୬୭ ପ୍ରତିଶତ ଲୋକ ସ୍ୱୀକାର କରିଛନ୍ତି, ନିଦ ଖୁବ ଜରୁରୀ । ୪୯ ପ୍ରତିଶତ ଲୋକେ ଏହାକୁ ନେଇ ଚିନ୍ତିତ ଅଛନ୍ତି କି, ସେମାନେ ସୁଷମ ଖାଇବା ଖାଉ ନାହାନ୍ତି । ଯାହା କି, ମାତ୍ର ୨୯ ପ୍ରତିଶତ ଲୋକ ହିଁ ଏହି କଥାକୁ ନେଇ ଚିନ୍ତିତ ଅଛନ୍ତି କି, ସେମାନେ ଭଲ ନିଦରେ ଶୋଉ ନାହାନ୍ତି । ଭାରତରେ ୬୬ ପ୍ରତିଶତ ଲୋକ ସ୍ୱୀକାର କରିଛନ୍ତି, ସୁସ୍ଥ ରହିବା ପାଇଁ ନିଦରୁ ଅଧିକ ବ୍ୟାୟାମ ଜରୁରୀ ।
ଏଥିପାଇଁ ଆସେ ନାହିଁ ନିଦ ।

ସର୍ଭେରେ ସାମିଲ ହେବା ୬୧ ପ୍ରତିଶତ ଲୋକ କହିଛନ୍ତି କି, ମେଡିକାଲ ସମସ୍ୟା ଅଧାରରେ ତାଙ୍କ ନିଦରେ ବାଧା ସୃଷ୍ଟି ହୋଇଥାଏ । ଏଥିରୁ ମଧ୍ୟ ୨୬ ପ୍ରତିଶତ ଟେକ୍ନୋଲୋଜି ଖଳନାକ ଭୂମିକା ଗ୍ରହଣ କରୁଛି । ୧୯ ପ୍ରତିଶତ ବା ପ୍ରାପ୍ତ ବୟସ୍କ ଅନୁସାରେ ଅନିୟମିତ କାମ କାରଣରୁ ନିଦରେ ଅସୁବିଧା ହେଉଛି । ଭାରତର ୩୦ ପ୍ରତିଶତ ବ୍ୟକ୍ତିଙ୍କ ମତରେ ତାଙ୍କ ନିଦ ଉଡାଇବାରେ ଟେକ୍ନୋଲୋଜିର ବଡ଼ ଭୂମିକା ରହିଛି ।