ମାଟ୍ରିକ୍ ପରେ ଏବେ ଯୁକ୍ତ ଦୁଇ ଖାତା ମୁଲ୍ୟାୟନକୁ ନେଇ ଅଡୁଆରେ ସରକାର ! ମୂଲ୍ୟାୟନକୁ ବର୍ଜନ କରିବାକୁ ମିଳିତ ଶିକ୍ଷକ ମଂଚର ନିଷ୍ପତ୍ତି

23

କନକ ବ୍ୟୁରୋ : ମାଟ୍ରିକ୍ ପରେ ଯୁକ୍ତ ଦୁଇ ଖାତା ଦେଖିବେନି ଶିକ୍ଷକ । ଆନ୍ଦୋଳନରେ ବସିଥିବା ଶିକ୍ଷକ ଯୁକ୍ତ ଦୁଇ ମୂଲ୍ୟାୟନ ବର୍ଜନ କରିବାକୁ ନିଷ୍ପତି ନେଇଛନ୍ତି । ଯେପର୍ପ୍ୟନ୍ତ ସରକାର ଶିକ୍ଷକ ଓ ଅଧ୍ୟାପକମାନଙ୍କର ଦାବି ପୂରଣ ନକରନ୍ତି ସେଯାଏଁ ଆନ୍ଦୋଳନ ଜାରି ରହିବ ବୋଲି ସଂଘ କହିଛି । ଏପଟେ ଗଣଶିକ୍ଷା ମନ୍ତ୍ରୀ ବଦ୍ରି ନାରାୟଣ ପାତ୍ର କହିଛନ୍ତି, ଖାତା ଦେଖାରେ କିଛି ପ୍ରଭାବ ପଡିବନି, ସରକାର ବିକଳ୍ପ ବ୍ୟବସ୍ଥା କରୁଛନ୍ତି । ଖାତା ଦେଖା ପାଇଁ ଯଥେଷ୍ଟ ଅଧ୍ୟାପକ ଅଛନ୍ତି ।

ଆବଶ୍ୟକ ପଡିଲେ ଯୁକ୍ତ ୩ ଅଧ୍ୟାପକ ଯୁକ୍ତ ୨ ଖାତା ଦେଖିବେ । କିନ୍ତୁ ଏଠି ପ୍ରଶ୍ନ ଉଠୁଛି ଏଭଳି ବିଭ୍ରାଟ ଯଦି ଲାଗି ରହେ ତାହେଲେ ପରୀକ୍ଷାର୍ଥୀଙ୍କ ମାନସିକ ଅବସ୍ଥା କିଭଳି ରହିବ । କିଭଳି ନିଜ କ୍ୟାରିୟର ଉପରେ ଫୋକସ କରିବେ ଛାତ୍ରଛାତ୍ରୀ । ଆସନ୍ତା ଏପ୍ରିଲ ୪ରୁ ଆରମ୍ଭ ହେଉଛି ଯୁକ୍ତ ୨ ଖାତା ଦେଖା । ଚଳିତ ବର୍ଷ ମୋଟ ୩ ଲକ୍ଷ ୬୫ ହଜାର ୮୨୬ ଜଣ ପିଲା ପରୀକ୍ଷା ଦେଇଛନ୍ତି । ଏଭଳି ସ୍ଥିତିରେ ଆସନ୍ତା ୨୬ରେ ମିଳିତ ସଂଘ ପକ୍ଷରୁ ଭୁବନେଶ୍ୱରରେ ବଡ ଧରଣର ବିକ୍ଷୋଭ କରାଯିବ ।