ରେଡ଼ିଓ ଚକଲେଟ୍ ତରଫରୁ ସଙ୍ଗୀତପ୍ରେମୀଙ୍କୁ ନୂଆ ଉପହାର ! ରିଲିଜ ହେଲା ଆଉ ଏକ ନୂଆ ଗୀତ ‘ହଜାରେ ହୃଦୟ’

63

କନକ ବ୍ୟୁରୋ : ସଙ୍ଗୀତପ୍ରେମୀଙ୍କ ପାଇଁ ଖୁସି ଖବର । ଦର୍ଶକଙ୍କୁ ରେଡ଼ିଓ ଚକୋଲେଟର ଆଉ ଏକ ଉପହାର । ରୋଡ଼ିଓ ଚକୋଲେଟ୍ ତିଆରି କରିଛି ଆଉ ଏକ ନୂଆ ଗୀତ । ଦର୍ଶକଙ୍କୁ ଉପହାର ସଦୃଶ ରେଡିଓ ଚକଲେଟ ଆଉ ଏକ ନୂଆ ରୋମାଂଟିକ ଗୀତ ‘ହଜାରେ ହୃଦୟ’ ରିଲିଜ ହୋଇଛି । ଏହି ଗୀତରେ ଲୋକପ୍ରିୟ ଗାୟକ ହ୍ୟୁମାନ୍ ସାଗର କଣ୍ଠଦେଇଥିବା ବେଳେ, କାର୍ତ୍ତିକ କୁମାର ସଙ୍ଗୀତ ଦେଇଛନ୍ତି ।

ଗୁରୁ ଶତପଥୀ ଏହି ରୋମାଂଟିକ୍ ଗୀତ ରଚନା କରିଛନ୍ତି । ସଂଗ୍ରାମ ମିଶ୍ର ଓ ସୌମିତ୍ରୀ ପଲାଇଙ୍କ ତତ୍ତ୍ୱାବଧନରେ ସୃଜନ କମ୍ୟୁନିିକେସନରେ ଗୀତଟିର ପୋଷ୍ଟ ପ୍ରଡକସନ ହୋଇଛି । ଗୀତଟି ରିଲିଜ ହେବା ପରେ ଉଭୟ ରେଡିଓ ଓ ସୋସିଆଲ ମିଡ଼ିଆରେ ଉଚ୍ଚପ୍ରଂଶସିତ ହୋଇଛି । ଦର୍ଶକ ମାନେ ଗୀତଟିର ଷ୍ଟୁଡିଓ ଭର୍ସନ ରେଡିଓ ଚଳଲେଟର ଅଫିସିଆଲ ୟୁଟ୍ୟୁବ ପେଜରେ ଦେଖିପାରିବେ ।

ଅନ୍ତର୍ଜାତୀୟରୁ ଆରମ୍ଭ କରି ଜାତୀୟ ତଥା ରାଜ୍ୟର ୩୧୪ ବ୍ଲକରେ ଘଟୁଥିବା ପ୍ରତିଟି ଘଟଣା ଉପରେ ସମ୍ବାଦ ଓ କନକ ନ୍ୟୁଜ ଆପଣଙ୍କୁ ଦେଉଛି ୨୪ ଘଂଟିଆ ଅପଡେଟ | କରୋନାର ସଂକଟ ସମୟରେ ଆମେ ଲୋଡୁଛୁ ଆପଣଙ୍କ ସହଯୋଗ । ‘ସମ୍ବାଦ’ ଗ୍ରୁପର ଡିଜିଟାଲ ମିଡିଆକୁ ଆର୍ଥିକ ସମର୍ଥନ ଜଣାଇ ଆଂଚଳିକ ସାମ୍ବାଦିକତାକୁ ଶକ୍ତିଶାଳୀ କରନ୍ତୁ |

Comments are closed.