ବାବୁସାନଙ୍କ ପ୍ରତିକ୍ରିୟା, କହିଲେ ମୋତେ କେହି ବ୍ଲାକମେଲ କରିନାହାନ୍ତି । 

212

କନକ ବ୍ୟୁରୋ:  ମୋତେ କେହି ବ୍ଲାକମେଲ କରିନାହାନ୍ତି । ପ୍ରକୃତି-ବାବୁଙ୍କ ବିବାଦରେ ଗୋଟିଏ ପରେ ଗୋଟିଏ ଭିଡିଓ ସାମ୍ନାକୁ ଆସିବା ପରେ କିଛି ଏଭଳି କହି ପ୍ରତିକ୍ରିୟା ରଖିଛନ୍ତି ଅଭିନେତା ବାବୁସାନ । ପରିବାରର ଅଭିଯୋଗକୁ ଖଣ୍ଡନ କରିବା ସହ ସେ କହିଛନ୍ତି, ନା ସେ ମୋତେ ହଇରାଣ କରୁଛି, ନା ମୋତେ କେହି ବ୍ଲାକମେଲ କରୁଛି । ସେ ମୋତେ ବହୁତ ଭଲ ସହଯୋଗ କରୁଛି । କିଛି ସମୟ ତଳେ ସେ ସାମାଜିକ ଗଣମାଧ୍ୟମରେ ଏଭଳି ଗୋଟିଏ ଭିଡିଓ ପୋଷ୍ଟକରି ପ୍ରତିକ୍ରିୟା ରଖିଛନ୍ତି । ବିବାଦ ବଢିଚାଲିଥିବା ବେଳେ ଏଭଳି ଗୋଟିଏ ପରେ ଗୋଟିଏ ଭିଡିଓ ସାମ୍ନାକୁ ଆସିବାରେ ଲାଗିଛି ।